26.1 C
Bhubaneswar
Friday, March 27, 2026
Homeଓଡିଶାଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ନିମନ୍ତେ ପ୍ରସ୍ତୁତି ବୈଠକ

ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ନିମନ୍ତେ ପ୍ରସ୍ତୁତି ବୈଠକ

ଯାଜପୁର, ଯାଜପୁର ଜିଲ୍ଲାରେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଆୟୋଜନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଛି। ଉକ୍ତ ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଯୁଧିଷ୍ଠିର ନାଏକ ଅଧ୍ୟକ୍ଷତା କରି ଧାର୍ଯ୍ୟ ତାରିଖ ପୂର୍ବରୁ ବହୁ ମାତ୍ରାରେ ପ୍ରଚାର ପ୍ରସାର ମାଧ୍ୟମରେ ସମସ୍ତ ହିତାଧିକାରୀଙ୍କୁ ସଠିକ୍ ଅବଗତ କରାଇବା ପାଇଁ କହିଥିଲେ। ସମସ୍ତ କ୍ୟାମ୍ପଗୁଡ଼ିକ ସୁଚାରୁ ରୂପେ ସମ୍ପନ୍ନ କରିବା ପାଇଁ ସେ ନିର୍ଦ୍ଦେଶ ଦେଇଥିଲେ। ସମସ୍ତ ହିତାଧିକାରୀ ଯେପରି ସୁବିଧାରେ ନିଜର ଆବଶ୍ୟକତା ଅନୁଯାୟୀ ଉପଲବ୍ଧ ସୁବିଧାଗୁଡ଼ିକ ପାଇପାରିବେ ସେଥିପ୍ରତି ଧ୍ୟାନ ଦେବା ଉପରେ ସୂଚନା ପ୍ରଦାନ କରିଥିଲେ। ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଜାନକୀ ହେମ୍ବ୍ରମ ଭିନ୍ନକ୍ଷମ ସାମର୍ଥ୍ୟ ଶିବିରର କାର୍ଯ୍ୟସୂଚୀ ସମ୍ପର୍କରେ ଆଲୋକପାତ କରିଥିଲେ। ବୈଠକରେ ଶିବିର ପାଇଁ ଉପଯୁକ୍ତ ସ୍ଥାନ, ଆବଶ୍ୟକୀୟ ଭିତ୍ତିଭୂମି, ପାନୀୟ ଜଳ ବ୍ୟବସ୍ଥା, ବିଦ୍ୟୁତ ଯୋଗାଣ, ପଞ୍ଜିକରଣ କେନ୍ଦ୍ର, ଚିକିତ୍ସା ଶିବିର, ଦକ୍ଷତା ବିକାଶ ଶିବିର, ବ୍ୟାଙ୍କ ସହାୟତା ଶିବିର, ପୋଲିସ ମୁତୟନ ଇତ୍ୟାଦି ନେଇ ଆଲୋଚନା ହୋଇଥିଲା।ଏହି କାର୍ଯ୍ୟକ୍ରମରେ ଏନଜିଓ, ଅଙ୍ଗନୱାଡ଼ି କର୍ମଚାରୀ ମଧ୍ୟ ନିୟୋଜିତ ହେବେ। ଚଳିତ ବର୍ଷ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅଭିଯାନ ବିଭିନ୍ନ ବ୍ଲକରେ ଜାନୁଆରୀ ୨୭ ରୁ ଆରମ୍ଭ ହୋଇ ଫେବୃଆରୀ ୧୩ ଯାଏଁ ଆୟୋଜିତ ହେବ। ୩୧.୦୧.୨୬ ତାରିଖରେ ଦଶରଥପୁର ବ୍ଲକ, ୦୪.୦୨.୨୬ ତାରିଖରେ ବରୀ ବ୍ଲକ, ୨୭.୦୧.୨୬ ତାରିଖରେ ବିଂଝାରପୁର ବ୍ଲକ, ୦୬.୦୨.୨୬ ତାରିଖରେ ରସୁଲପୁର ବ୍ଲକ, ୦୩.୦୨.୨୬ ଓ ୦୫.୦୨.୨୬ ତାରିଖରେ ସୁକିନ୍ଦା ବ୍ଲକ, ୩୦.୦୧.୨୬ ତାରିଖରେ ଦାନଗଦି ବ୍ଲକ୍, ୨୯.୦୧.୨୬ ଓ ୧୦.୦୨.୨୬ ତାରିଖରେ ଧର୍ମଶାଳା ବ୍ଲକ୍, ୧୩.୦୨.୨୬ ତାରିଖରେ ଯାଜପୁର ବ୍ଲକ୍, ୨୮.୦୧.୨୬ ତାରିଖରେ କୋରେଇ ବ୍ଲକ, ୦୪.୦୨.୨୬ ଓ ୦୭.୦୨.୨୬ ତାରିଖରେ ବଡ଼ଚଣା ବ୍ଲକରେ ଅନୁଷ୍ଠିତ ହେବାକୁ ସ୍ଥିର ହୋଇଛି। ଏହି ବୈଠକରେ ଅତିରିକ୍ତ ମୁଖ୍ୟ ଉନ୍ନୟନ ଅଧିକାରୀ, ଅତିରିକ୍ତ ଜିଲ୍ଳା ଚିକିତ୍ସା ଅଧିକାରୀ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ବିଭିନ୍ନ ବ୍ଲକ ଉନ୍ନୟନ ଅଧିକାରୀ, ଡାକ୍ତର, ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ, ସମସ୍ତ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଉପସ୍ଥିତ ଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking