32.1 C
Bhubaneswar
Thursday, February 12, 2026
Homeଓଡିଶାବିଶ୍ୱଶାନ୍ତି ମହାଯଜ୍ଞ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ

ବିଶ୍ୱଶାନ୍ତି ମହାଯଜ୍ଞ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ

ପିପିଲି: ପିପିଲି ଦାଣ୍ଡମୁକୁନ୍ଦପୁର ମା ବଗଳାମୁଖୀ ପୀଠ ରେ ଅନୁଷ୍ଠିତ ହେବ ଗାୟତ୍ରୀ ଗୋମାତା ବିଶ୍ୱଶାନ୍ତି ମହାଯଜ୍ଞ।ପୃଥକ ପୃଥକ ୧୪୧ଟି ଯଜ୍ଞ କୁଣ୍ଢରେ ଶହେ କ୍ଵିଣ୍ଟାଲ ଘିଅ ଆହୁତି ହେବାର ଚାଲିଛି ଆୟୋଜନ।ଆସନ୍ତା ୧୫ ତାରିଖ ଠାରୁ ସପ୍ତାହ ବ୍ୟାପି ମହାଯଜ୍ଞ ଅନୁଷ୍ଠିତ ହେବାକୁ ଥିବା ବେଳେ ଶେଷ ପର୍ଯ୍ୟାୟରେ ପହଁଚିଛି ପ୍ରସ୍ତୁତି।ଏନେଇ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ଆୟୋଜକ।ଏହି ମହାଯଜ୍ଞରେ ଉତ୍ତରପ୍ରଦେଶ, ଛତିଶଗଡ଼, ମଧ୍ୟପ୍ରଦେଶ, ଆନ୍ଧ୍ର ପ୍ରଦେଶ ଏବଂ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ 600ରୁ ଉର୍ଦ୍ଧ ବ୍ରାହ୍ମଣ ପଣ୍ଡିତ ଓ ସାଧୁସନ୍ଥମାନେ ଯୋଗ ଦେବେ ବୋଲି ଆୟୋଜକଙ୍କ ପକ୍ଷରୁ ସୂଚନା ଦିଆଯାଇଛି।ରାଜ୍ୟ ତଥା ରାଜ୍ୟ ବାହାରର ଶ୍ରଦ୍ଧାଳୁ ମାନେ ପ୍ରାୟ ୧୦୦ କ୍ରିଣ୍ଟାଲ ଘିଅ ଯଜ୍ଞ ପାଇଁ ଅର୍ପଣ କରିଥିବା ଜଣାପଡ଼ିଛି।ଏହି ମହା ଯଜ୍ଞ ରେ ୨ହଜାର ମାନସୀକ ଧାରୀ କଳସ ଶୋଭାଯାତ୍ରା ରେ ଭାଗନେବା ସହିତ କାର୍ଯ୍ୟକ୍ରମ ରେ ଓଡିଶା ର ବିଶିଷ୍ଟବ୍ୟକ୍ତି ବିଶେଷ ଯୋଗ ଦେବେ।ପ୍ରତ୍ୟେକ ଦିନ ଓଡ଼ିଆ ସଂସ୍କୃତି ସମ୍ପନ୍ନ ସଂସ୍କୃତିକ କାର୍ଯ୍ୟକ୍ରମ ସହିତ ଲକ୍ଷାଧିକ ଲୋକଙ୍କ ସମାଗମ ହେବ ବୋଲି ଆୟୋଜକ କମିଟି ଅଧକ୍ଷ ଦେବାଶିଷ ନନ୍ଦ ସୂଚନା ଦେଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking