18.1 C
Bhubaneswar
Wednesday, February 4, 2026
Homeଓଡିଶାନୌସେନା ଦିବସ ପାଇଁ ଜୋରଦାର ପ୍ରସ୍ତୁତି

ନୌସେନା ଦିବସ ପାଇଁ ଜୋରଦାର ପ୍ରସ୍ତୁତି

ପୁରୀ: ଆଉ ୫ ଦିନର ଅପେକ୍ଷା। ଡିସେମ୍ବର ୪ ତାରିଖ ସୋମବାର ଅପରାହ୍ଣରେ ପାଳିତ ହେବ ନୌସେନା ଦିବସ। ରାଷ୍ଟ୍ରପତିଙ୍କ ଆଗରେ ଯୁଦ୍ଧ କୌଶଳ ଦେଖାଇବେ ନୌବାହିନୀର ଦୁର୍ଦ୍ଦଷ କମାଣ୍ଡୋ ମାର୍କୋସ୍‌। ଏହା ପୂର୍ବରୁ ପୁରୀ ବ୍ଲୁ ଫ୍ଲାଗ‌୍ ବିଚ୍‌ରେ ଆରମ୍ଭ ହୋଇଛି ଯୁଦ୍ଧାଭ୍ୟାସ(ରିହର୍ସାଲ୍)। ଆଜି ଏହି ଯୁଦ୍ଧାଭ୍ୟାସର ଦ୍ବିତୀୟ ଦିନରେ କମାଣ୍ଡୋମାନେ ବିସ୍ଫୋରଣ ସହ ଗୁଳିଗୋଳା ବର୍ଷାର ଦୃଶ୍ୟ ଦେଖାଇଛନ୍ତି। ନୌସେନାର ଲଢ଼ୁଆ ହେଲିକପ୍ଟର୍‌ ସହ ଫାଇଟର୍‌ ଜେଟ୍‌ଗୁଡ଼ିକ ଆକାଶ ମାର୍ଗରେ ଚକ୍କର କାଟି କଳାକୌଶଳ ଦେଖାଇ ଦର୍ଶକଙ୍କ ମନ ଜିଣିଛନ୍ତି। ଆଜିର ଏହି ରିହର୍ସାଲ୍‌ରେ ୧୪ଟି ହେଲିକପ୍ଟର୍‌, ୧୨ଟି ଯୁଦ୍ଧଜାହାଜ, ୨ଟି ଫାଇଟର୍‌ ଜେଟ୍‌ ଓ ୨ଟି ଏରୋପ୍ଲେନ୍‌ ସାମିଲ୍‌ ଥିଲେ। ଗତକାଲି ଅପରାହ୍ଣ ୩ଟାରୁ ପୁରୀ ବ୍ଲୁ ଫ୍ଲାଗ୍‌ ବିଚ୍‌ରେ ଆରମ୍ଭ ହୋଇଥିଲା ଯୁଦ୍ଧାଭ୍ୟାସ। କିନ୍ତୁ ଆଜି ଲଘୁଚାପ କାରଣରୁ ପାଗ ଖରାପ ରହିବାରୁ ଅପରାହ୍ଣ ପ୍ରାୟ ୪ଟାରେ ଅଭ୍ୟାସ ଆରମ୍ଭ ହୋଇଥିଲା। ପାଗ ମେଘୁଆ ସହ ଉଚ୍ଚ ଜୁଆର କାରଣରୁ ବିଳମ୍ବରେ ଏହି ଅଭ୍ୟାସ ଆରମ୍ଭ କରିଥିଲେ ନୌସେନା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking