30.1 C
Bhubaneswar
Wednesday, February 11, 2026
Homeଓଡିଶାଯାଜପୁର ଜିଲ୍ଲାରେ ମାଟ୍ରିକ ପରୀକ୍ଷା ନିମନ୍ତେ ପ୍ରସ୍ତୁତି ବୈଠକ

ଯାଜପୁର ଜିଲ୍ଲାରେ ମାଟ୍ରିକ ପରୀକ୍ଷା ନିମନ୍ତେ ପ୍ରସ୍ତୁତି ବୈଠକ

ଯାଜପୁର:ଚଳିତ ବର୍ଷ ଫେବୃଆରୀ ୨୧ ତାରିଖରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହେବାକୁ ଯାଉଛି । ମାଧ୍ୟମିକ ଶିକ୍ଷା ପରିଷଦ, ଓଡିଶା କଟକ ଦ୍ଵାରା ଆୟୋଜିତ ମାଟ୍ରିକ ପରୀକ୍ଷା ନିମନ୍ତେ ଯାଜପୁର ଜିଲ୍ଲାର ସମସ୍ତ ପରୀକ୍ଷା ପରିଚାଳକ, ପରୀକ୍ଷା କେନ୍ଦ୍ର ନିରୀକ୍ଷକ ଓ ପ୍ରଶ୍ନପତ୍ର ବାହକ ସଦସ୍ୟମାନଙ୍କୁ ନେଇ ମାଟ୍ରିକ ପରୀକ୍ଷା ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଯାଜପୁର ଜିଲ୍ଲା ସ୍କୁଲ ପରିସରରେ ତା ୧୮.୦୨. ୨୦୨୫ ରିଖରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ଯାଜପୁର ଜିଲ୍ଲାର ଦଶଟି ବ୍ଲକରୁ ୧୪୬ ଟି ପରୀକ୍ଷା କେନ୍ଦ୍ରର କେନ୍ଦ୍ର ପରିଚାଳକ ସହ ପର୍ଯ୍ୟବେକ୍ଷକ ମାନେ ଅଂଶ ଗ୍ରହଣ କରିଥିଲେ। ଉକ୍ତ ବୈଠକରେ ଯାଜପୁର ଜିଲ୍ଲା ଶିକ୍ଷାଧିକାରୀ ନିତ୍ୟାନନ୍ଦ ବାରିକ୍ ସଭାପତିତ୍ବ କରିଥିଲେ । ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ପରିଚାଳନାରେ ନିଜର ଦାୟିତ୍ଵ ନିଷ୍ଠାର ସହିତ ସମ୍ପାଦନ ତଥା ସ୍ବଚ୍ଛତା ଅବଲମ୍ବନ କରିବା ପାଇଁ ସମସ୍ତ କେନ୍ଦ୍ରପରିଚାଳକଙ୍କୁ ପରାମର୍ଶ ଦେଇ ଥିଲେ। ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ରାଜେଶ କୁମାର ସ୍ବାଇଁ ପରୀକ୍ଷା ପଦ୍ଧତି, ପରୀକ୍ଷା କାର୍ଯ୍ୟରେ ଅବହେଳା ପାଇଁ ଦଣ୍ଡ ବିଧାନ ଉପରେ ସତର୍କ କରାଇଥିଲେ। ବିଜ୍ଞାନ ନିରୀକ୍ଷକ କୁମାର ସେନ ସେନାପତି ପରୀକ୍ଷାକୁ ସୁଚାର ରୂପେ ସଂପାଦନ କରିବା ପାଇଁ ମତ ପ୍ରକାଶ କରିବା ସହ ଯାଜପୁର ଜ଼ିଲ୍ଲାର ମାଟ୍ରିକ ପରୀକ୍ଷା ସମ୍ବନ୍ଧୀୟ ତଥ୍ୟ ପ୍ରଦାନ କରିଥିଲେ l ସମସ୍ତ ବ୍ଲକ୍ ଶିକ୍ଷାଧିକାରୀ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ଏଥିରେ ଜିଲ୍ଲାର ୧୪୬ ଟି ପରୀକ୍ଷା କେନ୍ଦ୍ରରେ ମୋଟ ୨୪୫୦୯ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ପରୀକ୍ଷାର ପ୍ରଶ୍ନପତ୍ର ରଖିବା ନିମନ୍ତେ ୧୦ଟି ନୋଡାଲ ସେଣ୍ଟର ହୋଇଛି। ଏହା ସହିତ ୩୨ଟି ଡେସପାଚ୍ ଟିମ୍ ପ୍ରସ୍ତୁତ କରାଯାଇଛି। ପ୍ରତ୍ୟେକ ପରୀକ୍ଷା ସକାଳ ୯ଟା ରୁ ଆରମ୍ଭ ହୋଇ ପୂର୍ବାହ୍ନ ୧୧ଟା ୩୦ ରେ ଶେଷ ହେବ। କେବଳ ଗଣିତ ପରୀକ୍ଷା ୧୧ଟା ୪୫ ରେ ସରିବ। ଫେବୃଆରୀ ୨୧ ରେ ପ୍ରଥମ ଭାଷା ଓଡ଼ିଆ, ୨୪ ରେ ଇଂରାଜୀ,୨୫ ରେ ଟି ଏଲ ଭି ପ୍ରାକ୍ ଟି କାଲ। ୨୭ ରେ ଗଣିତ,ମାର୍ଚ୍ଚ ୧ରେ ବିଜ୍ଞାନ,୩ ରେ ସାମାଜିକ ବିଜ୍ଞାନ ଓ ୬ ରେ ତୃତୀୟ ଭାଷା ହିନ୍ଦୀ/ସଂସ୍କୃତ ପରୀକ୍ଷା ଅନୁଷ୍ଠିତ ହେବ। ଏଥିରେ ଜିଲ୍ଲାର ସମସ୍ତ ମାଧ୍ୟମିକ ଉଚ୍ଚ ବିଦ୍ୟାଳୟର ଛାତ୍ର ଛାତ୍ରୀମାନେ ପରୀକ୍ଷା ଦେବ। ଟି ଏଲ ଭି ଓ ଧନ୍ଦାମୂଳକ ଶିକ୍ଷା ବ୍ୟତୀତ ଅନ୍ୟ ସମସ୍ତ ବିଷୟରେ ପରୀକ୍ଷାର୍ଥୀମାନେ ୫୦ ମାର୍କର ସବଜେକ୍ଟିଭ ଓ ୫୦ ମାର୍କର ଅବଜେକ୍ଟିଭ ପ୍ରଶ୍ନର ଉତ୍ତର ଦେବେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking