29.1 C
Bhubaneswar
Tuesday, March 31, 2026
Homeଓଡିଶାଓଡ଼ିଆ ପକ୍ଷ ଅବସରରେ ରକ୍ତଦାନ ଅଭିଯାନ ପାଇଁ ପ୍ରସ୍ତୁତି ବୈଠକ

ଓଡ଼ିଆ ପକ୍ଷ ଅବସରରେ ରକ୍ତଦାନ ଅଭିଯାନ ପାଇଁ ପ୍ରସ୍ତୁତି ବୈଠକ

ଭୁବନେଶ୍ୱର: ଓଡ଼ିଆ ପକ୍ଷ ପାଳନ ଅବସରରେ ଏପ୍ରିଲ ମାସ ୮ ତାରିଖରେ ହେବାକୁ ଥିବା ‘ରକ୍ତଦାନ ଅଭିଯାନ’ ପାଳନକୁ ସଫଳ କରିବା ପାଇଁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଆଜି ଏକ ପ୍ରସ୍ତୁତି ବୈଠକ ଆୟୋଜିତ ହୋଇଛି । ବୈଠକଟି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସଚିବ ଅଶ୍ୱତୀ ଏସ. ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏହି ଅଭିଯାନ ଦିନ ରାଜ୍ୟରେ ରକ୍ତ ସଂଗ୍ରହ ସହ, ସୁରକ୍ଷିତ ରକ୍ତଦାନ ପ୍ରତି ସଚେତନତା ସୃଷ୍ଟି ଓ ସମସ୍ତ ଜିଲ୍ଲାରେ ବ୍ୟାପକ ରକ୍ତଦାନ ଶିବିର ଆୟୋଜନ ସମ୍ପର୍କରେ ଆଲୋଚନା ହୋଇଥିଲା। ସେ ଜିଲ୍ଲା ପ୍ରଶାସନ ଓ ସମ୍ବନ୍ଧିତ ବିଭାଗମାନଙ୍କୁ ସମନ୍ୱୟ ରଖି କାର୍ଯ୍ୟକ୍ରମକୁ ସଫଳ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଓଡ଼ିଆ ପକ୍ଷ ପାଳନରେ ଏହି ରକ୍ତଦାନ ଦିବସକୁ ଜନସାଧାରଣଙ୍କ ସହଭାଗୀତାରେ ସଫଳ କରାଇବା ନିମନ୍ତେ ସେ କହିଥିଲେ । ବୈଠକରେ ରକ୍ତଦାନ ଶିବିରମାନଙ୍କର ସୁପରିଚାଳନା, ଆବଶ୍ୟକ ଔଷଧ ତଥା ରକ୍ତଦାତାମାନଙ୍କ ସୁବିଧା ସୁନିଶ୍ଚିତ କରିବା ଉପରେ ମଧ୍ୟ ଗୁରୁତ୍ୱ ଦେବାକୁ ସଚିବ ଗୁରୁତ୍ୱାରୋପ କରିଥିଲେ। ଏହି ବୈଠକରେ ବିଭାଗର ସଂପୃକ୍ତ ଅଧିକାରୀ, ରେଡ଼କ୍ରସର ଅଧିକାରୀମାନେ ଉପସ୍ଥିତ ଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking