ଭୁବନେଶ୍ୱର: ନବୀନ ନିବାସରେ ପ୍ରେମ ପଟ୍ଟନାୟକ । ନବୀନଙ୍କ ବଡ ଭାଇ ପ୍ରେମ ପଟ୍ଟନାୟକ ନବୀନ ନିବାସରେ ପହଞ୍ଚି ନବୀନଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି । ବୁଧବାର ରାତିରେ ସୁସ୍ଥ ହୋଇ ହସ୍ପିଟାଲରୁ ଘରକୁ ଫେରିଛନ୍ତି ନବୀନ ପଟ୍ଟନାୟକ । ଗତ ୧୭ ତାରିଖରେ ଡିହାଇଡ୍ରେସନ ଯୋଗୁଁ ଅସୁସ୍ଥ ହୋଇ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ନବୀନ । ସୁସ୍ଥ ହେବା ପରେ ସେ ଗତ ବୁଧବାର ହସ୍ପିଟାଲରୁ ଡିସଚାର୍ଜ ହୋଇଥିଲେ ।










