କଟକ: କଟକରୁ ଏକ ଲୋମଟାଙ୍କୁରା ଘଟଣା ସାମ୍ନାକୁ ଆସିଛି । କଟକର ୫୬ ନମ୍ବର ୱାର୍ଡରେ ଜଣେ ଗର୍ଭବତୀ ମହିଳାଙ୍କ ମୃତ୍ୟୁ ହୋଇଛି । ତେବେ ଶାଶୁ ଘର ଲୋକ ତଣ୍ଟି ଚିପି ହତ୍ୟା କରିଥିବା ଅଭିଯୋଗ ଆଣିଲେ ପରିବାର ଲୋକ । ମୃତ ଗର୍ଭବତୀଙ୍କ ବାପଘର ଲୋକେ ଜଗତପୁର ଥାନାରେ ଏତଲା ପରେ ସାମ୍ନାକୁ ଆସିଛି ତଥ୍ୟ । ତେବେ କେଉଁ କାରଣ ପାଇଁ ଏବଂ କେଉଁମାନେ ଏହି ହତ୍ୟାରେ ସାମିଲ ରହିଛନ୍ତି ତାହା ବର୍ତ୍ତମାନ ସୁଦ୍ଧା ଜଣାପଡି ନାହିଁ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହିତ ତଦନ୍ତ ଆରମ୍ଭ କରିଛି ।










