21.1 C
Bhubaneswar
Sunday, January 18, 2026
Homeଓଡିଶାବିଜେପିକୁ ଭକୁଆ ବନାଇଲେ ପ୍ରୀତିରଜନ

ବିଜେପିକୁ ଭକୁଆ ବନାଇଲେ ପ୍ରୀତିରଜନ

ଯାଜପୁର: ଯାଜପୁର ଜିଲାରେ ବିଜେଡିର ହେଭି ୱେଟ ନେତାଙ୍କ ସଂଗଠନକୁ ଦୁର୍ବଳ କରିବା ଓ ସେମାନଙ୍କ ପତିଆରା ହ୍ରାସ କରିବା ପାଇଁ ବିଭିନ୍ନ ଚାଲ କରି ବିଜେପିର ବିଧାୟକ ଏମପି ଓ ମନ୍ତ୍ରୀ ବିଜେଡି ଦଳର ଦୁର୍ଗକୁ ଭାଙ୍ଗିବ ପାଇଁ ଅର୍ଥ ପ୍ରଲୋଭନ ଧମକ ଚମକ ଦେବା ସହ ମିଥ୍ୟା ପ୍ରତିଶୃତି ଦେଇ ଜିଲ୍ଲା ପରିଷଦ ପଂଚାୟତ ସମିତିକୁ ଦଖଲ କରିବା ପାଇଁ ଯୋର ସୋରରେ ପ୍ରୟାସ ଜାରି ରଖିଛନ୍ତି । ଏବେ ଜିଲ୍ଲା ପରିଷଦ ଅଧକ୍ଷା, ଜିଲ୍ଲା ପରିଷଦ ସଭ୍ୟ ସଭ୍ୟା, ପଞ୍ଚାୟତ ସମିତି ଅଧକ୍ଷ ଅଧ୍ୟକ୍ଷା, ସମିତି ସଭ୍ୟ ସଭ୍ୟା ଓ ସରପଞ୍ଚମାନଙ୍କୁ କରାଯାତ କରି ମିଶ୍ରଣ ପର୍ବ ଜାରି ରଖିଛନ୍ତି। ବିଜେଡି ଦୁର୍ଗକୁ ଭାଙ୍ଗି ଯାଜପୁରକୁ ଗେରୁଆମୟ କରିବା ପାଇଁ ବିଭିନ୍ନ ପ୍ରରୋଭୋଲନ ଦେଖାଇ ଜନପ୍ରତିନିଧିମାନଙ୍କୁ କରାଯାତ କରୁଛି ବିଜେପି। ସେମାନଙ୍କ ସହକର୍ମୀ ସାଧାରଣ ଜନତା ଯାଉନାହାନ୍ତି, ଯେଉଁ ନେତାମାନେ ବିଜେପିରେ ଯୋଗ ଦେଉଛନ୍ତି ମିଶିବାର ୨୪ ଘଣ୍ଟା ନପୂରୁଣୁ ପୁଣି ନିଜ ଦଳ ବିଜେଡିକୁ ଫେରି ଆସୁଛନ୍ତି। ସୁକିନ୍ଦା ନିର୍ବାଚନ ମଣ୍ଡଳୀର ଦାନଗଦି ବ୍ଲକର ନଅ ନମ୍ବର ଜୋନର ଜିଲ୍ଲା ପରିଷଦ ସଭ୍ୟାକୁ ବିଜେଡିର ହେଭି ୱେଟ ନେତା ଡାନି ପୁଣି ବିଜେଡିରେ ସାମିଲ କରି ବିଜେପିକୁ ଶକ୍ତ ଚାପୁଡ଼ା ମାରିଛନ୍ତି।

ଯେଉଁମାନେ ବିଜେପିରେ ମିଶିଛନ୍ତି ତାଙ୍କର କୌଣସି ଔକାତ ନାହଁ ବିଜେଡି ହାୱାରେ ବିଭିନ୍ନ ପଦବୀ ହାସଲ କରିବା। ରାଜ୍ୟରେ ଡବଲଇଞ୍ଜିନି ସରକାରଙ୍କ ଉପରେ ଜନ ଅସନ୍ତୋଷ ବୃଦ୍ଧି ପାଉଛି। ବିଜେପିକୁ ଶାସନ ଗାଦିରୁ ହାଟଇବା ପାଇଁ ସାଧାରଣ ଜନତା ମନସ୍ତ କଲେଣି। ବିଜେପିରେ ସାମିଲ ହୋଇଥିବା ଦାନଗଦି ବ୍ଲକ୍ ୯ ନମ୍ବର ଜୋନ ଜିଲ୍ଲା ପରିଷଦ ସଭ୍ୟା ଟିନା ହାଇବୃ ପୁଣି ବିଜେଡିକୁ ଫେରିଛନ୍ତି। ଦଳ ଛାଡି ବିଜେପିରେ ସାମିଲ ହେବାର ମାତ୍ର କେତେଘଣ୍ଟା ପରେ ତାଙ୍କର ମୋହଭଙ୍ଗ ହୋଇଛି। ଡ଼ିଲ ହୋଇଥିବା ମୁତାବକ ଉଚ୍ଚିତ ମୂଲ୍ୟ ଠାରୁ ଅଧିକ ଡିମାଣ୍ଡ କଲେ, ନମିଳିବାରୁ ପୁଣି ଫେରିଗଲେ। ଡ୍ୟାନିଙ୍କ ଗୋଟି ଚାଳନାରେ ୨୪ ଘଣ୍ଟା ନପୂରୁଣୁ ବିଜେପିରେ ମିଶିଥିବା ଜିଲ୍ଲା ପରିଷଦ ସଭ୍ୟା ବିଜେଡିରେ ସାମିଲ ହେବା, ଧର୍ମ ଶଳା ବିଧାୟକ ଲିକୁ ସାହୁ ଯାଜପୁର ସାଂସଦଙ୍କୁ ଶକ୍ତ ଚାପୁଡ଼ା ମାଡ଼ ମାରିବା ଭଳି ହୋଇଛି। ବିଜେଡି ଦଳ ଛାଡି ବିଜେପିରେ ଯୋଗ ଦେଇଥିବା ଜିଲ୍ଲା ପରିଷଦ ସଭ୍ୟାକୁ ପୁର୍ବତନ ମନ୍ତ୍ରୀ ତଥା ଦଳର ବରିଷ୍ଠ ସାଧାରଣ ସମ୍ପାଦକ ଇଂ ପ୍ରୀତିରଞ୍ଜନ ଘଡାଇ ଦଳୀୟ ଉତ୍ତରୀୟ ଦେଇ ଦଳକୁ ପୁଣି ସ୍ୱାଗତ କରିଛନ୍ତି।

ଗତ ନିର୍ବାଚନ ପରଠାରୁ ଜିଲ୍ଲାର ଏକମାତ୍ର ନେତା ଭାବେ ବିଜେପି ସରକାର ଓ ଜିଲ୍ଲା ପ୍ରଶାସନକୁ ମୁହଁତୋଡ ଜବାବ ଦେଉଥିବା ଇଂ ଘଡାଇ(ଡ୍ୟାନି) ବିଜେପିକୁ ଶକ୍ତ ଧକ୍କା ଦେଇଛନ୍ତି। ଆଗକୁ ଦଳ ଛାଡି ବିଜେପିରେ ସାମିଲ ହୋଇଥିବା କିଛି ନେତା ବିଜେଡିରେ ସାମିଲ ହେବାକୁ ଡ୍ୟାନିଙ୍କ ଯୋଗାଯୋଗରେ ଥିବା ଚର୍ଚ୍ଚା ହେଉଛି। ଡ୍ୟାନିଙ୍କ ଏହି ଗୋଟିଏ ଚାଳନା କେବଳ ସୁକିନ୍ଦା ବିଜେପି ନୁହେଁ ଜିଲ୍ଲା ଓ ରାଜ୍ୟ ବିଜେପିକୁ ଚକିତ କରି ଦେଇଛି। ଅନେକ ବିଜେପି ନେତା ଡବଲ ଇଞ୍ଜିନି ସରକାରଙ୍କ ଜନମାରଣ ନୀତିକୁ ବିରୋଧ କରି ବିଜେଡି ଓ କଂଗ୍ରେସ ମୁଁହା ହେବାର ବିଭିନ୍ନ ଚା ଖଟିରେ ଆଲୋଚନା ଜୋର ଧରିବାର ଦେଖିବାକୁ ମିଳୁଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking