16.1 C
Bhubaneswar
Wednesday, January 14, 2026
Homeଦେଶ ବିଦେଶସ୍ୱାମୀ ୟାସିନ୍ ମଲିକ୍‌ଙ୍କ ପାଇଁ ମୁକ୍ତି ପାଇଁ ପ୍ରାର୍ଥନା; ରାହୁଲଙ୍କୁ ଚିଠି ଲେଖିଲେ ମୁଶାଲ୍ ମଲିକ୍‌

ସ୍ୱାମୀ ୟାସିନ୍ ମଲିକ୍‌ଙ୍କ ପାଇଁ ମୁକ୍ତି ପାଇଁ ପ୍ରାର୍ଥନା; ରାହୁଲଙ୍କୁ ଚିଠି ଲେଖିଲେ ମୁଶାଲ୍ ମଲିକ୍‌

ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀର ଲିବରେସନ୍ ଫ୍ରଣ୍ଟ (ଜେକେଏଲ୍‌ଏଫ୍‌) ମୁଖ୍ୟ ତଥା ବିଚ୍ଛିନ୍ନତାବାଦୀ ନେତା ୟାସିନ୍ ମଲିକଙ୍କ ପତ୍ନୀ ମୁଶାଲ ହୁସୈନ୍ ମଲିକ ଲୋକସଭା ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀଙ୍କୁ ଚିଠି ଲେଖିଛନ୍ତି। ଏହି ଚିଠିରେ ମୁଶାଲ ତାଙ୍କ ସ୍ୱାମୀ ୟାସିନ୍‌ଙ୍କୁ ନିର୍ଦ୍ଦୋଷ ବୋଲି ଉଲ୍ଲେଖ କରିବା ସହ ତାଙ୍କ ସ୍ୱାମୀଙ୍କୁ ମୁକ୍ତ କରାଯିବା ପ୍ରସଙ୍ଗ ସଂସଦରେ ଉଠାଇବାକୁ ନିବେଦନ କରିଛନ୍ତି। ଜମ୍ମୁ କାଶ୍ମୀରରେ ଶାନ୍ତି ଫେରାଇ ଆଣିବା ଦିଗରେ କଂଗ୍ରେସର ପ୍ରୟାସରେ ୟାସିନ୍ ସହଯୋଗ କରିପାରିବେ, ସୁତରାଂ କଂଗ୍ରେସ ଏଦିଗରେ ଥରେ ଚିନ୍ତା କରିବା ଉଚିତ୍ ବୋଲି ମଧ୍ୟ ମୁଶାଲ୍ ଉଲ୍ଲେଖ କରିଛନ୍ତି।
ମୁଶଲ୍‌ଙ୍କ କହିବାନୁସାରେ, ୟାସିନ ମଲିକଙ୍କ ବିରୋଧରେ ମିଥ୍ୟା ଅଭିଯୋଗ ଅଣାଯାଇଛି। ୨୦୧୭ରେ, ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନ୍‌ଆଇଏ) ଆତଙ୍କବାଦୀ ପାଣ୍ଠି ମାମଲାରେ ୟାସିନ ମଲିକ ଏବଂ ଅନ୍ୟ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଥିଲା, ଯେଉଁଥିରେ ୟାସିନ୍‌ଙ୍କୁ ଦେଶଦ୍ରୋହୀ ତଥା ଆତଙ୍କବାଦ ଅଭିଯୋଗ ଆଧାରରେ ଫାସୀ ଦେବାକୁ ଦାବି କରାଯାଇଥିଲା। ଏହା ପରେ, ୨୦୨୨ ମସିହାରେ କୋର୍ଟ ମଲିକଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ। ଏହି ପ୍ରସଙ୍ଗରେ ମୁଶାଲ ହୁସୈନ୍ କହିଛନ୍ତି ଯେ,୨୦୧୯ ମସିହାରୁ ବିଜେପି ଏବଂ ଏନଆଇଏ ତାଙ୍କ ସ୍ୱାମୀଙ୍କୁ ଚତୁରତାର ସହ ନିର୍ଯାତନା ଦେଇଛନ୍ତି ଏବଂ ୩୫ ବର୍ଷ ପୁରୁଣା ମାମଲାରେ ତାଙ୍କ ବିରୋଧରେ ମାମଲା ରୁଜୁ କରାଯାଉଛି। ମାନବ ଅଧିକାର ତଥା ମହିଳା ସଶକ୍ତିକରଣ ପ୍ରସଙ୍ଗରେ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ସହାୟକ ରହିସାରି ଥିବା ମୁଶାଲ, ରାହୁଲ ଗାନ୍ଧୀଙ୍କୁ ଲେଖିଥିବା ଚିଠିରେ ୩ ଦଶନ୍ଧି ପୁରୁଣା ଦେଶଦ୍ରୋହ ମାମଲାରେ ମଲିକଙ୍କ ବିରୋଧରେ ଚାଲିଥିବା ମକଦ୍ଦମା ପ୍ରତି ଦୃଷ୍ଟି ଆକର୍ଷଣ କରିଛନ୍ତି। ମୁଶାଲ ନିଜ ଚିଠିରେ ଲେଖିଛନ୍ତି ଯେ, ଜେଲରେ ଘଟୁଥିବା ଅମାନୁଷିକ ବ୍ୟବହାରକୁ ବିରୋଧ କରି ୟାସିନ ନଭେମ୍ବର ୨ରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଅନଶନରେ ଅଛନ୍ତି। ଏହି ଅନଶନ ମଲ୍ଲିକଙ୍କ ସ୍ୱାସ୍ଥ୍ୟ ଉପରେ ଅଧିକ ପ୍ରଭାବ ପକାଇବ। ଏହାଦ୍ୱାରା ତାଙ୍କ ଜୀବନ ପ୍ରତି ମଧ୍ୟ ବିପଦ ରହିଛି ବୋଲି ମଧ୍ୟ ମୁଶାଲ୍ ଦର୍ଶାଇଛନ୍ତି। ମୁଶାଲ କହିଛନ୍ତି ଯେ, ୟାସିନ ମଲିକ ଗତ ୩୦ ବର୍ଷ ପୂର୍ବେ ହିଂସା ମାର୍ଗ ଛାଡି ଅହିଂସା ମାର୍ଗ ଗ୍ରହଣ କରିଛନ୍ତି।
ଅନ୍ୟପକ୍ଷେ ମୁଶଲ୍‌ଙ୍କ ଏହି ଚିଠିକୁ ନେଇ ବିଜେପି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ବିଜେପି ନେତା ମୁଖତାର ଅଽାସ ନକ୍‌ଭି କହିଛନ୍ତି ଯେ, ଏହି ଚିଠି କେବଳ ସେହିମାନଙ୍କ ପାଇଁ ଲେଖାଯାଇଛି ଯେଉଁମାନେ କାହାର ଶୁଭେଚ୍ଛୁ ଅଟନ୍ତି। ମୁଶଲ୍‌ଙ୍କ ଚିଠି କଂଗ୍ରେସର ଅସଲ ପରିଚୟକୁ ପଦାରେ ପକାଇଦେଇଛି। ଏହି ଚିଠିରୁ ଏହା ସ୍ପଷ୍ଟ ହୋଇଛି ଯେ କଂଗ୍ରେସ ସର୍ବଦା ବିଚ୍ଛିନ୍ନତାବାଦୀ ନେତାଙ୍କ ସମର୍ଥନରେ ରହିଆସିଛି। ତେବେ ଏସବୁ ଦେଶର ସମ୍ବିଧାନ ତଥା ସୁରକ୍ଷା ବିରୋଧୀ ବୋଲି ନକ୍‌ଭି କହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking