23.1 C
Bhubaneswar
Tuesday, January 13, 2026
Homeଓଡିଶାମାଣବସାରେ ମା ଲକ୍ଷ୍ମୀଙ୍କ ନିକଟରେ ମାଣ୍ଡିଆ ଭୋଗ ଲଗାନ୍ତୁ: ମୁଖ୍ୟମନ୍ତ୍ରୀ

ମାଣବସାରେ ମା ଲକ୍ଷ୍ମୀଙ୍କ ନିକଟରେ ମାଣ୍ଡିଆ ଭୋଗ ଲଗାନ୍ତୁ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମାର୍ଗଶୀର ମାଣବସା ଗୁରୁବାରରେ ମା ଲକ୍ଷ୍ମୀଙ୍କ ନିକଟରେ ମାଣ୍ଡିଆ ଭୋଗ ଲଗାନ୍ତୁ। ଏହାସହ ମାଣ୍ଡିଆରେ ବିଭିନ୍ନ ବ୍ୟଞ୍ଜନ ପ୍ରସ୍ତୁତ କରି ପରିବାର ଲୋକଙ୍କୁ ପରଷିବା ପାଇଁ ସମସ୍ତ ମା ମାନଙ୍କୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଲୋକସେବା ଭବନରେ ଆଯୋଜିତ ଶ୍ରୀ ଅନ୍ନ ଓ ବିସ୍ତୃତ ଖାଦ୍ୟ ସମ୍ମିଳନୀର ଉଦଘାଟନୀ ଉତ୍ସବରେ ଏଭଳି ବାର୍ତ୍ତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଏହି ଅବସରରେ ସବୁ ଲୋକଙ୍କ ଥାଳିରେ ମାଣ୍ଡିଆ ପହଞ୍ଚାଇବା ସରକାରଙ୍କ ଲକ୍ଷ୍ୟ ରଖିଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି। ମିଡ ଡେ ମିଲରେ ମାଣ୍ଡିଆ ଦିଆଯାଉଛି। ଆଗକୁ ଲୋକଙ୍କ ଥାଳିରେ ମାଣ୍ଡିଆ ପହଞ୍ଚିବ। ଏହା ହୋଇପାରିଲେ ସରକାର ତାଙ୍କ ଲକ୍ଷ୍ୟରେ ସଫଳ ହେବେ ବୋଲି ଧରାଯିବ। ମୁଖ୍ୟମନ୍ତ୍ରୀ କହିଛନ୍ତି ୧୭୭ ବ୍ଲକରେ ମାଣ୍ଡିଆ ଚାଷ ହେଉଛି। ବର୍ତ୍ତମାନ ମିଲେଟ ହବ ପାଇଁ ବାତାବରଣ ସୃଷ୍ଟି ହୋଇଛି। ମାଣ୍ଡିଆ ଉତ୍ପାଦନ ଓ ବିକ୍ରିବଟା ପାଇଁ ଗୁରୁତ୍ଵ ଦେଉଛନ୍ତି ସରକାର। ମାଣ୍ଡିଆର ଚାହିଦା ବୃଦ୍ଧି ସହ ଚାଷୀ କିପରି ଆଗ୍ରହ ପ୍ରକାଶ କରିବ ସେ ନେଇ ଯୋଜନା ହେଉଛି। ଆଗକୁ ରପ୍ତାନି ବ୍ୟବସ୍ଥା ବି କରାଯିବ। ଅଧିକ ମାଣ୍ଡିଆ ଚାଷ ଓ ଉତ୍ପାଦନ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟ ଧାର୍ଯ୍ୟ କରାଯାଇଛି। ରାନ୍ଧଣା ଶୈଳୀ ବଦଳାଇବା ସହ ଅଧିକ ଆଦୃତ କରିବାକୁ ଫୁଡ୍ ବ୍ଲଗରଙ୍କ ସହାୟତା ନିଆଯିବ। ମିଲେଟରେ ସ୍ନାକ୍ସ ତିଆରି ବି ହେଉଛି। ସରକାରୀ କ୍ୟାଣ୍ଟିନ, ସ୍କୁଲ ଓ ଡାକ୍ତରଖାନା କୁ ମାଣ୍ଡିଆ ଯୋଗାଇ ଦେବାକୁ ବ୍ୟବସ୍ଥା ହେବ। ବାଜରା, ଜୱାର ଓ ମାଣ୍ଡିଆ ଆଦୃତ ହୋଇଛି। ଶ୍ରୀ ଅନ୍ନ ସୁପର ଫୁଡର ମାନ୍ୟତା ପାଇଛି ବୋଲି ଶ୍ରୀ ଅନ୍ନ ଓ ବିସ୍ତୃତ ଖାଦ୍ୟ ସମ୍ମିଳନୀରେ କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking