27.1 C
Bhubaneswar
Sunday, February 22, 2026
Homeଓଡିଶାପ୍ରତ୍ୟାଶା ରାୟ ପାଇଲେ ଏକଲବ୍ୟ ପୁରସ୍କାର

ପ୍ରତ୍ୟାଶା ରାୟ ପାଇଲେ ଏକଲବ୍ୟ ପୁରସ୍କାର

ଭୁବନେଶ୍ବର : ସନ୍ତରଣ ଜଗତର ଅନନ୍ୟ ପ୍ରତିଭା ଓଡ଼ିଶାର ପ୍ରତ୍ୟାଶା ରାୟଙ୍କୁ ୨୦୨୪ ବର୍ଷର ମର୍ଯ୍ୟାଦାଜନକ ଏକଲବ୍ୟ ପୁରସ୍କାର ପ୍ରଦାନ କରାଯାଇଛି। ୨୦୨୨ ଏପ୍ରିଲ୍ ୧ରୁ ୨୦୨୪ ମାର୍ଚ୍ଚ ୩୧ ମଧ୍ୟରେ ଉଭୟ ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ତାଙ୍କର ଅନନ୍ୟ କୃତିତ୍ବ ପାଇଁ ଏହି ପୁରସ୍କାର ଦିଆଯାଇଛି। ପୁରସ୍କାର ବାବଦକୁ ୭ ଲକ୍ଷ ଟଙ୍କାର ଅର୍ଥରାଶି, ସମ୍ମାନପତ୍ର, ଫଳକ ପ୍ରଦାନ କରାଯାଇଛି। ଏହି ଅବସରରେ ଉଦୀୟମାନ ଧାବକ ଦଣ୍ଡପତି ମୃତ୍ୟୁମ୍ ଜୟରାମ ଓ ବ୍ୟାଡମିଣ୍ଟନ୍ ଖେଳାଳି ତନ୍‌ଭୀ ପତ୍ରୀଙ୍କୁ ମାନପତ୍ର ସହ ୧.୫ ଲକ୍ଷ ଟଙ୍କା ଲେଖାଏଁ ଅର୍ଥରାଶି ପ୍ରଦାନ କରାଯାଇଥିଲା।

ପୁରସ୍କାର ପ୍ରଦାନ ସମାରୋହରେ ମୁଖ୍ୟ ଅତିଥି ଭାବେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଯୋଗ ଦେଇଥିଲେ। କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ‘ଇମ୍ପାକ୍ଟ’ର ଟ୍ରଷ୍ଟି ତଥା ଏକଲବ୍ୟ ପୁରସ୍କାର କମିଟି ଅଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ବିଚାରକ ମଣ୍ଡଳୀର ସଦସ୍ୟମାନେ ଉପସ୍ଥିତ ଥିଲେ। ମ୍ୟାନେଜମେଣ୍ଟ କନସଲଟାଣ୍ଟ ସୟଦ୍ ମକବୁଲ୍ ଅଲ୍ଲୀ ସ୍ବାଗତ ଭାଷଣ ପ୍ରଦାନ କରିଥିବାବେଳେ ଇମ୍ପାକ୍ଟର ଟ୍ରଷ୍ଟି ପାରମିତା ପଣ୍ଡା ଧନ୍ୟବାଦ ଦେଇଥିଲେ। କର୍ପୋରେଟ ବ୍ୟାପାର ମୁଖ୍ୟ ଓ ୩୨ତମ ଏକଲବ୍ୟ ପୁରସ୍କାର ଆବାହକ ଶଶାଙ୍କ ପଟ୍ଟନାୟକଙ୍କ ଦ୍ୱାରା କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଶ୍ରୀ ସିଂହଦେଓ କହିଥିଲେ ଯେ, ଇମ୍ପାକ୍ଟ ପକ୍ଷରୁ ଏକଲବ୍ୟ ନାମରେ ପ୍ରଥମେ ପୁରସ୍କାର ପ୍ରଦାନ ଆରମ୍ଭ ହୋଇଥିଲା।

କର୍ଣ୍ଣାଟକ ଓ ମଧ୍ୟପ୍ରଦେଶ ଭଳି ରାଜ୍ୟରେ ମଧ୍ୟ ଏକଲବ୍ୟ ପୁରସ୍କାର ପ୍ରଦାନ କରାଯାଉଛି। କିନ୍ତୁ ଏହାକୁ ସେଠାକାର ସରକାର ପ୍ରଦାନ କରୁଛନ୍ତି। ଅନେକ ସମୟରେ କ୍ରୀଡ଼ାରେ ଅଧିକ ରାଜନୀତି ଦେଖିବାକୁ ମିଳେ। କ୍ରୀଡ଼ାବିତମାନେ ବାସ୍ତବରେ ହେଉଛନ୍ତି ହିରୋ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ଦେଶ ସଠିକ୍ ମାର୍ଗରେ ଆଗଉଛି। ଟ୍ରଷ୍ଟି ଶ୍ରୀ ପଣ୍ଡା କହିଥିଲେ ‌େଯ, ପୂର୍ବରୁ କ୍ରୀଡ଼ା ପାଇଁ ବିଶେଷ ସୁଯୋଗ ନଥିଲା। ଗତ ୧୦ ବର୍ଷ‌େ‌ର ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କ ନେତୃତ୍ବରେ କେନ୍ଦ୍ର ସରକାର କ୍ରୀଡ଼ା ଭିତ୍ତିଭୂମି ଏବଂ ସହାୟତା ଯୋଗାଇ ଦେଇଛନ୍ତି। ବର୍ତ୍ତମାନ ପ୍ରତିଭାର କୌଣସି ଅଭାବ ନାହିଁ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking