24.1 C
Bhubaneswar
Friday, December 26, 2025
Homeଓଡିଶାପାଣ୍ଡିଆନ ଦମ୍ପତିଙ୍କୁ ପ୍ରଶଂସା କଲେ ପ୍ରଭାତ

ପାଣ୍ଡିଆନ ଦମ୍ପତିଙ୍କୁ ପ୍ରଶଂସା କଲେ ପ୍ରଭାତ

ଭୁବନେଶ୍ୱର: ବିଜେଡି ପ୍ରତିଷ୍ଠା ଦିବସରେ ଖୋଲା ମଞ୍ଚରେ ପ୍ରଭାତ ବିଶ୍ୱାଳଙ୍କ ବିସ୍ଫୋରକ ବୟାନ । ବିଜେଡି ନେତାଙ୍କୁ ଧୋଇଲେ, ପାଣ୍ଡିଆନ ଦମ୍ପତିଙ୍କୁ ପ୍ରଶଂସା କଲେ ପ୍ରଭାତ । ବବି, ଦେବୀ, ଅତନୁ, ପ୍ରତାପ ଓ ସଞ୍ଜୟଙ୍କ ନାଁ ନେଇ ବର୍ଷିଲେ ପ୍ରଭାତ । ଅଯଥା ଦଳୀୟ କାର୍ଯ୍ୟକ୍ରମରେ ହସ୍ତକ୍ଷେପ ନ କରିବାକୁ କହିଲେ ପ୍ରଭାତ । ହାରି ଯାଇଥିବା ବିଜେଡି ନେତାଙ୍କୁ ଅନୁରୋଧ କରି ନିଜ ନିର୍ବାଚନମଣ୍ଡଳ ଜଗନ୍ତୁ କହିଛନ୍ତି । ଦଳ ବିଷୟରେ ମୁଣ୍ଡ ପୂରାନ୍ତୁ ନାହିଁ, ମେ ୨୯ର ଚକ୍ରାନ୍ତ ହୁହୁ ହୋଇ ଜଳୁଛି । ପ୍ୟାରୀମୋହନଙ୍କ ପରେ ପାଣ୍ଡିଆନଙ୍କ ଦଳ ପ୍ରତି ଯଥେଷ୍ଟ ଅବଦାନ ଅଛି । ପାଣ୍ଡିଆନଙ୍କ ପାଇଁ ୨୦୧୯ରେ ବିଜୁ ଜନତା ଦଳ ସରକାର ଗଢିଥିଲା । ଲୋକଙ୍କ ସେବା ପାଇଁ ସେ ଆଇଏଏସ ଭଳି ଚାକିରି ଛାଡିଛନ୍ତି । ତାଙ୍କ ପ୍ରତି ଅବିଚାର ହେଲେ ମୁଁ ବିରୋଧ କରିବି କହିଛନ୍ତି ପ୍ରଭାତ ବିଶ୍ୱାଳ । ସୂଚନାଥାଉକି ଆଜି ବିଜେଡିର ୨୯ ତମ ପ୍ରତିଷ୍ଠା ଦିବସ ।୨୯ତମ ପ୍ରତିଷ୍ଠା ଦିବସ ଅବସରରେ ସମସ୍ତେ ସେବା, ସ୍ୱାଭିମାନ ଓ ସଂଗ୍ରାମର ମନ୍ତ୍ରରେ ସଂକଳ୍ପବଦ୍ଧ ହୋଇ ଆଗକୁ ବଢ଼ିବାକୁ ଆହ୍ବାନ ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking