15.1 C
Bhubaneswar
Friday, January 16, 2026
Homeଓଡିଶାନବୀନଙ୍କୁ ପ୍ରତାପଙ୍କ ଚିଠି; ସସ୍ମିତଙ୍କ ଉପରେ ହେଉ କାର୍ଯ୍ୟାନୁଷ୍ଠାନ

ନବୀନଙ୍କୁ ପ୍ରତାପଙ୍କ ଚିଠି; ସସ୍ମିତଙ୍କ ଉପରେ ହେଉ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ଶୁକ୍ରବାର ବରିଷ୍ଠ ବିଜେଡି ନେତା ପ୍ରଫୁଲ୍ଲ ସାମଲ ସସ୍ମିତଙ୍କ ଉପରେ ଆକ୍ସନ ଡିମାଣ୍ଡ କରି ବିଜେଡି ସୁପ୍ରିମୋଙ୍କୁ ଚିଠି ଲେଖିଥିବା ବେଳେ ଶନିବାର ଆଉ ଜଣେ ଭେଟରାନ ପ୍ରତାପ ଜେନା ନବୀନଙ୍କୁ ଚିଠି ଲେଖିଛନ୍ତି। ବିଶେଷ କରି ସସ୍ମିତ ବିଲ୍‌କୁ ନେଇ ଯାହା ଟ୍ୱିଟ୍ କରିଥିଲେ ତାହା ଦଳର ଆଭିମୁଖ୍ୟ ବିରୋଧୀ ବୋଲି ଶ୍ରୀ ଜେନା ଚିଠିରେ ଲେଖିଛନ୍ତି।

ଏହା ପଛରେ ଗଭୀର ଷଡ଼ଯନ୍ତ୍ରର ଗନ୍ଧ ବାରିବା ସହ ଷଡ଼ଯନ୍ତ୍ର ପଛରେ କିଏ, ତାକୁ ଅନୁଧ୍ୟାନ କରିବାର ଆବଶ୍ୟକତା ରହିଛି ବୋଲି ଶ୍ରୀ ଜେନା ଚିଠିରେ ଉଲ୍ଲେଖ କରିଛନ୍ତି। ଏଥିସହ ରାଜ୍ୟସଭାରେ ଦଳୀୟ ନେତାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରି ସ୍ପଷ୍ଟୀକରଣ ମଗାଯାଉ ବୋଲି ନବୀନଙ୍କୁ ଶ୍ରୀ ଜେନା ଅନୁରୋଧ କରିଛନ୍ତି । ଦୋଷ ତ୍ରୁଟି ତର୍ଜମା କରି ସସ୍ମିତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ଶ୍ରୀ ଜେନା ଦାବି କରିଛନ୍ତି।

ଏହି ଅବସରରେ ଶ୍ରୀ ଜେନା କହିଛନ୍ତି ଯେ ମୁସଲମାନ ଭାଇମାନଙ୍କ ପାଇଁ ଆମର ଯଥେଷ୍ଟ ସମ୍ମାନ ରହିଛି। ଆମେ ସବୁବେଳେ ତାଙ୍କ ସ୍ୱାର୍ଥ ପାଇଁ ଲଢ଼ିଆସିଛୁ। ୱାକଫ୍ ବିଲ୍ ଆସିବା ପୂର୍ବରୁ ବିଜେଡିର ଆଭିମୁଖ୍ୟ ସ୍ପଷ୍ଟ ଥିଲା ଯେ ଆମେ ଏହି ବିଲ୍ ବିରୋଧରେ ଯାଇ ଆମେ ପଦକ୍ଷେପ ନେବୁ। କିନ୍ତୁ ହଠାତ୍ ସସ୍ମିତ ପାତ୍ରଙ୍କ ଟ୍ୱିଟ୍ ସନ୍ଦେହ ସୃଷ୍ଟି କରିଛି। ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ଏହାର ଅନୁଧ୍ୟାନ କରିବାକୁ ଅନୁରୋଧ କରାଯାଇଛି। କିଏ ଏହି ଷଡ଼ଯନ୍ତ୍ର କରିଛି, ଏହା ପଛରେ କିଏ ଅଛି, ତାକୁ ନେଇ ତର୍ଜମା କରିବାକୁ ଅନୁରୋଧ କରାଯାଇଛି। ସସ୍ମିତ ବାବୁଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ଜରୁରୀ ବୋଲି ଶ୍ରୀ ଜେନା କହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking