ଭୁବନେଶ୍ୱର: ଯେତେବେଳେ ଓଡ଼ିଶାରେ ବିଜେପିର ସେତେ ବେଶି କର୍ମୀ ନଥିଲେ କିମ୍ବା ଦଳୀୟ କାର୍ଯ୍ୟକ୍ରମ ପାଇଁ ବେଶି ଉତ୍ସାହ ନଥିଲା, ସେତେବେଳେ ରାଜଧାନୀ ଭୁବନେଶ୍ୱରରେ ଭାରତୀୟ ଜନତା ପାର୍ଟିକୁ ମଜଭୂତ କରିବାକୁ ଅଣ୍ଟା ଭିଡ଼ିଥିଲେ ସ୍ୱର୍ଗୀୟ ପ୍ରଶାନ୍ତ ସେନାପତି । ଏଠି ସହ ବିଭିନ୍ନ ମଠ, ମନ୍ଦିରର ପୁନରୁଦ୍ଧାର, ରାଜଧାନୀର ବିଭିନ୍ନ ପ୍ରାନ୍ତରେ ହନୁମାନ ଚାଳିଶା ପଠନ କାର୍ଯ୍ୟକ୍ରମ, ଫୁଟପାଥ ବ୍ୟବସାୟୀଙ୍କୁ ଏକତ୍ରିତ କରି ସେମାନଙ୍କ ପାଇଁ ସ୍ଥାୟୀ ଦୋକାନ ଗୃହ ଆବଣ୍ଟନ ସହିତ ଭୁବନେଶ୍ୱରରେ ବିଭିନ୍ନ ୱାର୍ଡ଼ରେ ଦଳକୁ ସକ୍ରିୟ କରିବା ତଥା କର୍ମୀମାନଙ୍କ ମନୋବଳ ବଢାଇବା କାର୍ଯ୍ୟକ୍ରମରେ ସ୍ବର୍ଗତଃ ନାପତି ଅଗ୍ରଦୂତ ଥିଲେ । ଦଳ ପ୍ରତି ତାଙ୍କର ଭାବନାତ୍ମକ ସମ୍ପର୍କ ଓ କେହି ଅସ୍ୱୀକାର କରିପାରିବେ ନାହିଁ ବୋଲି ତାଙ୍କ ସ୍ୱର୍ଗବାସର ୧୫ତମ ଦିବସରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗଦେଇ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ବରିଷ୍ଠ ଅଧିକାରୀ ତଥା ପୂର୍ବତନ ସଂଗଠନ ମନ୍ତ୍ରୀ ଶ୍ରୀ ପ୍ରସନ୍ନ ମିଶ୍ର କହିଥିଲେ । ତାଙ୍କର ଦଳ ପ୍ରତି ଶ୍ରଦ୍ଧା ଓ ନିଷ୍ଠା ଦ୍ୱାରା ଅନେକ ଯୁବନେତା ସୃଷ୍ଟି ହୋଇଥିବା ବେଳେ ଭୁବନେଶ୍ୱର ମହାନଗରରେ ବହୁ କର୍ପୋରେଟର ଓ ବିଧାୟକ ବିଜୟୀ ହେବାରେ ସହାୟକ ହୋଇଥିଲା ।
ପୂର୍ବତନ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଶ୍ରଦ୍ଧାଞ୍ଜଳି ସଭାରେ ଅନ୍ୟମାନଙ୍କ ମଧ୍ୟରେ ମାନନୀୟା ବାଚସ୍ପତି ସୁରମା ପାଢୀ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ବିଜେପି ରାଜ୍ୟ ସାଧାରଣ ସମ୍ପାଦକ (ସଂଗଠନ) ଶ୍ରୀ ମାନସ ମହାନ୍ତି, ପୂର୍ବତନ ସହ ସଂଗଠନ ମନ୍ତ୍ରୀ ଛୋଟେଲାଲ ମହନ୍ତ, ଉପସଭାପତି ଯତୀନ ମହାନ୍ତି, ସାଧାରଣ ସମ୍ପାଦକ ବିରଂଚି ତ୍ରିପାଠୀ, ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ଶାରଦା ପ୍ରସାଦ ଶତପଥୀ, ରାଜ୍ୟ ସମ୍ପାଦକ ସରୋଜ କର, ବିଜେପି ଭୁବନେଶ୍ୱର ଜିଲ୍ଲା ସଭାପତି ନିରଞ୍ଜନ ମିଶ୍ର, ରାମେଶ୍ୱର ମନ୍ଦିର ସଭାପତି ମନୋରଞ୍ଜନ ମିଶ୍ର, ହନୁମାନ ଚାଲିଶା ମଣ୍ଡଳୀର ସଭାପତି ଶରତ ଚନ୍ଦ୍ର ପାଢୀ, ଜୟଦେବ ବିହାର ଅଞ୍ଚଳର ବରିଷ୍ଠ ନାଗରିକ ତଥା ମୁରବୀ ସତ୍ୟବ୍ରତ ଦାସ, ଅଶୋକ ନଗର ବ୍ୟବସାୟୀ ସଂଗଠନ ତରଫରୁ ପ୍ରତିନିଧି ଗୌରାଙ୍ଗ ଚରଣ ଦାସ ଓ ସୁରେନ୍ଦ୍ର କୁମାର ମହାଳିକ, ସ୍ୱର୍ଗତ ପ୍ରଶାନ୍ତ ସେନାପତିଙ୍କ ଘନିଷ୍ଠ ବନ୍ଧୁ ନନ୍ଦକିଶୋର ଜେନା, ଭୁବନେଶ୍ୱର ବିଜେପିର ବରିଷ୍ଠ ନେତା ଜଗନ୍ନାଥ ପ୍ରଧାନ, ପ୍ରିୟଦର୍ଶୀ ମିଶ୍ର ଓ ପ୍ରବକ୍ତା ପ୍ରକାଶ ରଥ ପ୍ରମୁଖ ଯୋଗଦେଇ ସ୍ୱର୍ଗତ ସେନାପତିଙ୍କ ପ୍ରତି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ବିଜେପିର ବରିଷ୍ଠ ନେତା ସୁଦୀପ୍ତ ରାୟ ଏହି ଶ୍ରଦ୍ଧାଞ୍ଜଳି ସଭାକୁ ସଞ୍ଚାଳନ କରିଥିଲେ ।










