15.1 C
Bhubaneswar
Tuesday, December 9, 2025
Homeଦେଶ ବିଦେଶନୀତୀଶ ଓ ଜେଡିୟୁକୁ ପୁଣି ଟାର୍ଗେଟ୍ କଲେ ପ୍ରଶାନ୍ତ କିଶୋର

ନୀତୀଶ ଓ ଜେଡିୟୁକୁ ପୁଣି ଟାର୍ଗେଟ୍ କଲେ ପ୍ରଶାନ୍ତ କିଶୋର

ପାଟନା: ବିହାର ବିଧାନସଭା ନିର୍ବାଚନ ଫଳାଫଳ ଆସିବା ପର ଠାରୁ ବିରୋଧୀ ମେଣ୍ଟ ଯେତିକି ଉପହାସର ସମ୍ମୁଖୀନ ହୋଇନାହିଁ ତାହାଠାରୁ ଢ଼େର ଅଧିକ ଗୁଣରେ ଜନସୁରାଜ ପାର୍ଟି ଏବଂ ଏହାର ସଂସ୍ଥାପକ ପ୍ରଶାନ୍ତ କିଶୋର ସମାଲୋଚିତ ଏବଂ ପରିହାସର ସାମ୍ନା କରିଛନ୍ତି। କାରଣ ନିର୍ବାଚନ ପୂର୍ବରୁ ପ୍ରଶାନ୍ତ କିଶୋର ଦୃଢ଼ତାର ସହ କହିଥିଲେ ଯେ ତାଙ୍କ ଦଳ ଅଧିକାଂଶ ଆସନରେ ନିର୍ବାଚିତ ହେବ ନଚେତ୍ ସେ ରାଜନୀତିରୁ ସନ୍ୟାସ ନେଇଯିବେ। ଏବେ ଯେତେବେଳେ ଗଣାମଧ୍ୟମ ତାଙ୍କୁ ତାଙ୍କର ସେହି କଥା ପ୍ରସଙ୍ଗରେ ପ୍ରଶ୍ନ କରୁଛନ୍ତି, ସେତେବେଳେ ସେ କଥାକୁ ଅନ୍ୟତ୍ର ବଦଳାଇବାକୁ ଚେଷ୍ଟା କରୁଥିବାର ଦେଖିବାକୁ ମିଳିଛି। ଏହାକୁ ନେଇ ତାଙ୍କୁ ଆହୁରି ଅଧିକ ସମାଲୋଚିତ ହେବାକୁ ପଡୁଛି। ରିପୋର୍ଟ ଅନୁସାରେ ପ୍ରଶାନ୍ତ କିଶୋରଙ୍କ ଦଳ ଜନସୁରାଜ ପାର୍ଟି ବିହାରର ୨୪୩ ବିଧାନସଭା ଆସନରୁ ମୋଟ୍ ୨୩୮ଟିରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲା କିନ୍ତୁ ଗୋଟିଏ ବି ଆସନ ଜିତିପାରିନଥିଲେ।

ତେବେ ଏସବୁ ମଧ୍ୟରେ ମଙ୍ଗଳବାର କିଛି ଗଣମାଧ୍ୟମ ପ୍ରଶାନ୍ତ କିଶୋରକୁ ପୁଣିଥରେ ଏନେଇ ପ୍ରଶ୍ନ କରିଛନ୍ତି। ଗଣମାଧ୍ୟମ ସେ ନିର୍ବାଚନ ପୂର୍ବରୁ ଦେଇଥିବା ପ୍ରତିଶ୍ରୁତି (ଅଧିକାଂଶ ଆସନରେ ବିଜୟ ନଚେତ୍ ରାଜନୀତିରୁ ସନ୍ୟାସ) ପାଳନ କରିବେ କି? ବୋଲି ପ୍ରଶ୍ନ କରିବାରୁ ପ୍ରଶାନ୍ତ କିଶୋର କହିଛନ୍ତି, ତାଙ୍କର ଦଳର ଖରାପ ପ୍ରଦର୍ଶନ ପାଇଁ ସେ ସମ୍ପୂର୍ଣ୍ଣ ରୂପେ ଉତ୍ତରଦାୟିତ୍ୱ ନେଉଛନ୍ତି। କିନ୍ତୁ ରାଜନୀତିରୁ ସେ ସେତେବେଳେ ସନ୍ୟାସ ନେବେ ଯେତେବେଳେ ଜେଡିୟୁ ଏବଂ ବିଜେପିଙ୍କ ମିଳିତ ମେଣ୍ଟ ସରକାର ୧.୫ କୋଟି ବିହାରବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତି “୨ଲକ୍ଷ ଲେଖାଏ ଟଙ୍କା ଦେବାର” ପ୍ରତିଶ୍ରୁତି ପାଳନ କରିବାରେ ସଫଳ ହୋଇଯିବେ”। ଯଦି ନୀତିଶ କୁମାର ଆଗାମୀ ଛଅ ମାସ ମଧ୍ୟରେ ଦେଢ଼ କୋଟି ପରିବାରଙ୍କ ଆକାଉଣ୍ଟରେ ଦୁଇ ଲକ୍ଷ ଟଙ୍କା ଜମା କରନ୍ତି, ତେବେ ସେ ରାଜନୀତି ଛାଡ଼ିଦେବେ। ଯଦି ଏତେ ପରିବାର ଏହି ରାଶି ପାଆନ୍ତି, ତେବେ ବିହାରର ନିଶ୍ଚିତ ଭାବରେ ବିକାଶ ହେବ। ଏତଦ୍‌ବ୍ୟତୀତ ଉଭୟ ଜେଡିୟୁ ଏବଂ ଏନ୍‌ଡିଏ ଯେପର୍ଯ୍ୟନ୍ତ ସେମାନେ ବେଆଇନ୍ ଭାବେ ଭୋଟ୍ କିଣି କିମ୍ବା ଜାଲିଆତି କରି ନିର୍ବାଚନ ଜିତିନାହାଁନ୍ତି ବୋଲି ପ୍ରମାଣ କରିନାହାନ୍ତି, ସେପର୍ଯ୍ୟନ୍ତ ସେ (ପ୍ରଶାନ୍ତ କିଶୋର ନିଜେ) ରାଜନୀତିରୁ ସନ୍ୟାସ ନେବେ ନାହିଁ।

ପ୍ରଶାନ୍ତ କହିଛନ୍ତି, “ଆମେ ଆମ ପାର୍ଶ୍ୱରୁ ବହୁତ ସକାରାତ୍ମକ ଚେଷ୍ଟା କରିଥିଲୁ। କିନ୍ତୁ ଆମେ ଏହି ଭ୍ରଷ୍ଟ ସରକାରକୁ ପରିବର୍ତ୍ତନ କରିବାରେ ବିଫଳ ହୋଇଛୁ। ଏହାକୁ ସ୍ୱୀକାର କରିବାରେ କୌଣସି କ୍ଷତି ନାହିଁ। ସତ ହେଉଛି ବିହାରବାସୀ ଆମକୁ ବୁଝିପାରିନାହାନ୍ତି, କିନ୍ତୁ ଦଳଗତ ବିଫଳତାର ସମସ୍ତ ଦୋଷ ନିଜ ଉପରେ ନେଉଛି। ଆମେ ଆମର ଆତ୍ମସମୀକ୍ଷା କରିବୁ। ଆମେ ପୁଣିଥରେ ସମାନ ଶକ୍ତି ସହିତ ଠିଆ ହେବୁ। ସେହିପରି ଅନ୍ୟ ଏକ ରିପୋର୍ଟ ଅନୁସାରେ ପ୍ରଶାନ୍ତ କିଶୋର ଏହା ମଧ୍ୟ କହିଛନ୍ତି ଯେ, ଉଭୟ ଭାରତୀୟ ଜନତା ପାର୍ଟି ଏବଂ ନୀତିଶ କୁମାରଙ୍କୁ ଏପରି ଏକ ମନ୍ତ୍ରିମଣ୍ଡଳ ଗଠନ କରିବା ଉଚିତ୍ ଯେଉଁଥିରେ ଦୁର୍ନୀତିଗ୍ରସ୍ତ ବ୍ୟକ୍ତିଙ୍କୁ ସାମିଲ କରାଯିବନାହିଁ। ଜନତା ସେମାନଙ୍କୁ କ୍ଷମତାରେ ରହିବା ଏବଂ ଲୁଟ୍ କରିବା ପାଇଁ ଜନାଦେଶ ଦେଇନାହାନ୍ତି। ନୀତିଶ କୁମାର ଏବଂ ବିଜେପିର ଦାୟିତ୍ୱ ହେଉଛି ରାଜ୍ୟରେ ଉନ୍ନତି ଆଣିବା। ବିହାରରୁ ପ୍ରବାସ ବନ୍ଦ ହେବା ଉଚିତ୍‌। ଯଦି ଏହା ହୁଏ, ତେବେ ଆମକୁ ଆଉ ରାଜନୀତିରେ ସାମିଲ ହେବାକୁ ପଡ଼ିବ ନାହିଁ। ପ୍ରଶାନ୍ତ କିଶୋର କହିଛନ୍ତି, ଆମେ ଯେଉଁ ନେତାମାନଙ୍କୁ ଅଭିଯୁକ୍ତ କରିଛୁ ସେମାନଙ୍କ ବିରୋଧରେ ଅଭିଯୋଗରୁ ଆମେ ପଛକୁ ହଟିବୁ ନାହିଁ। ସେମାନଙ୍କ ମଧ୍ୟରୁ ଅନେକ ଜନତାଙ୍କ କୋର୍ଟରେ ବିଜୟୀ ହୋଇସାରିଛନ୍ତି, କିନ୍ତୁ ଯଦି ସେମାନଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରାଯାଏ, ତେବେ ଆମେ କୋର୍ଟକୁ ଯିବୁ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking