ଭୁବନେଶ୍ୱର: ଶ୍ରୀମୟୀଙ୍କ ଭଣ୍ଡ ସନ୍ନ୍ୟାସୀ ଉପାଖ୍ୟାନ ଉପରେ ବିଜେଡି ବିଧାୟିକା ପ୍ରମିଳା ମଲ୍ଲିକ ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି, ଆଗରୁ କେମିତି ସନ୍ତୁଷ୍ଟ ଥିଲେ , ଏବେ କାହିଁକି ଅସନ୍ତୁଷ୍ଟ ହେଲେ ସେ କୁହନ୍ତୁ । କେତେବେଳେ ଅସନ୍ତୁଷ୍ଟ ଥିଲେ, କେମିତି ଅସନ୍ତୁଷ୍ଟ ହେଲେ, ଦଳ ଭିତରେ ଯିଏ ବିଶୃଙ୍ଖଳା କରିବ, ସଭାପତି ଉପଯୁକ୍ତ କାର୍ଯାନୁଷ୍ଠାନ ନେବେ । ଅନ୍ୟପଟେ ନିଜ ସୋସିଆଲ ମିଡିଆ ପେଜରେ ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର ଏଥର ଏକ ସନ୍ନାସୀ ଉପାଖ୍ୟାନ ଲେଖିଛନ୍ତି । ଯାହାକି ପରୋକ୍ଷରେ ବିଜେଡିରୁ ସନ୍ନ୍ୟାସ ନେଇଥିବା ଭିକେ ପାଣ୍ଡିଆନ ଆଡକୁ ନିଶାନା ବୋଲି ଚର୍ଚ୍ଚା ହେଉଛି । ସନ୍ନ୍ୟାସ ଏବଂ ସନ୍ନ୍ୟାସୀ ଉପରେ ଆଧାରିତ ଏକ ୱେବସିରିଜ ଦେଖିବା ପରେ ଶ୍ରୀ ମୟୀ ଲେଖିଛନ୍ତି ଆଜିର ଯୁଗରେ ସନ୍ନ୍ୟାସୀଙ୍କ ପରିଭାଷା ବଦଳିଯାଇଛି । ସଂସାରର ସମସ୍ତ ସୁଖ , ସମ୍ଭୋଗକୁ ଦୂରେଇ ରହିଥିବା ବ୍ୟକ୍ତିଙ୍କୁ ହିଁ ସନ୍ନ୍ୟାସୀ ରୂପେ ଗ୍ରହଣ କରେ ।










