ଯାଜପୁର: ପ୍ରମିଳା ମଲ୍ଲିକଙ୍କ ଅଭିଯୋଗରେ ପ୍ରତିକ୍ରିୟା ରଖିଲେ ହିମାଂଶୁ ସାହୁ । କଡ଼ା ଜବାବ ରଖିଲେ ଧର୍ମଶାଳା ବିଧାୟକ ହିମାଂଶୁ ସାହୁ । ବରିଷ୍ଠ ନେତ୍ରୀ ଏମିତି କହିବା ନିନ୍ଦାଜନକ। ସମ୍ବେଦନ ପ୍ରକାଶ ନ କରି , ଓଲଟା , ପାଲଟା କହୁଛନ୍ତି । କେମିତି ଦେଖିଲେ ୨୦୦ ଲୋକ ନେଇ ଯାଇଥିଲି । ମୁଁ ମାଡ ଖାଇବାରୁ ଅନେକ ଲୋକ ରୁଣ୍ଡ ହୋଇଥିଲେ ।
ସୂଚନା ଯୋଗ୍ୟ ଯେ ଏହି ପରିପେକ୍ଷୀରେ ଯାଜପୁର ହିଂସାରେ ବିଜେଡି ବିଧାୟିକା ପ୍ରମିଳା ମଲ୍ଲିକ ପ୍ରତିକ୍ରିୟା ରଖିଥିଲେ । ସରକାରଙ୍କ ଉପରେ ବର୍ଷିଥିଲେ ବିଧାୟିକା ପ୍ରମିଳା ମଲ୍ଲିକ । ପୋଲିସ ଏବେ ସରକାରଙ୍କ ବୋଲକରା ସାଜିଛି ବୋଲି କହିଥିଲେ । ଧର୍ମଶାଳା ବିଧାୟକ ମିଛ କହୁଥିବା ଅଭିଯୋଗ କରିଥିଲେ । ଆତ୍ମ ପ୍ରଚାର ପାଇଁ ବିଧାୟକ ମିଛ କହୁଛନ୍ତି । ବିରଜା ପ୍ରକଳ୍ପ ବନ୍ଦ କରିବାକୁ ଚକ୍ରାନ୍ତ କରାଯାଉଛି । କିଏ ଦୋଷୀ ପୋଲିସ ତଦନ୍ତ କରୁ ବୋଲି ପ୍ରମିଳା ମଲ୍ଲିକ କହିଥିବା ବେଳେ ,
ପୂର୍ବରୁ ଗତ ୨୦ ତାରିଖରେ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁଙ୍କୁ ସନ୍ଧ୍ୟାରେ ଯାଜପୁର ଟାଉନ୍ ଥାନା ଅଧୀନ ବୁଢ଼ାଘାଟ ନିକଟରେ ଆକ୍ରମଣ କରାଯାଇଥିଲା । ଯାଜପୁରରେ ଆୟୋଜିତ ଏକ ବୈଠକରେ ଯୋଗ ଦେବା ପାଇଁ ଯାଉଥିବା ବେଳେ ସାହୁଙ୍କୁ ଆକ୍ରମଣ କରାଯାଇଥିବା ନେଇ ବିଧାୟକ ନିଜେ ଅଭିଯୋଗ କରିଥିଲେ । ଏବଂ ସେ ସ୍ପଷ୍ଟ ଭାବେ ଅଭିଯୋଗ କରି ପୂର୍ବତନ ବିଧାୟକ ବବି ଦାସଙ୍କ ସମର୍ଥକଙ୍କ ଦ୍ବାରା ଏହି ଆକ୍ରମଣ କରାଯାଇଛି ବୋଲି ଅଭିଯୋଗ କରିଥିଲେ ।