ଭୁବନେଶ୍ୱର: ଏଏସଓ ନିଯୁକ୍ତି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ବିବୃତ୍ତି ଦାବିରେ ବିଧାନସଭାରେ ହଙ୍ଗାମା ଦେଖିବାକୁ ମିଳିଛି । ପ୍ରଶ୍ନକାଳ ପରେ ଶୂନ୍ୟକାଳ ପ୍ରସଙ୍ଗରେ ବିଜେଡି ପ୍ରସଙ୍ଗଟିକୁ ଉଠାଇଥିଲା । ହଙ୍ଗାମା ଯୋଗୁଁ ଗୃହକୁ ୪ଟା ଯାଏଁ ମୁଲତବି କରାଯାଇଛି । ଶୂନ୍ୟକାଳରେ ମୁଖ୍ୟମନ୍ତ୍ରୀହ୍କ ଚାକିରୀ ବିକ୍ରି ବିବୃତି କଥା ଉଠାଇ ରୁଲିଂ ଦାବି କଲେ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ିକ । କହିଲେ ଯେ ମୁଖ୍ୟମନ୍ତ୍ରୀ ବିଲ ଆଲୋଚନା ବେଳେ ଉତ୍ତରରେ କହିଲେ ଚାକିରୀ ହାଟ ବଜାରରେ ମିଳୁଥିଲା । ୨୦ ଲକ୍ଷ ୩୦ ଲକ୍ଷ ଦେଲେ ଚାକିରି ମିଳୁଛି । ପରିଶ୍ରମ କରି ଚାକିରି ପାଇଥିବା ଯୋଗ୍ୟ ପିଲାଙ୍କ ପ୍ରତି ଏହା ଘୋର ଅପମାନ । ଯେଉଁମାନେ ପ୍ରସ୍ତୁତି କରୁଛନ୍ତି , ତାଙ୍କ ମନୋବଳ ଭାଙ୍ଗୁଛି ଯଦି ପ୍ରମାଣ ଅଛି ୬ ମାସ ହେଲା ବସିଛନ୍ତି କାହିଁକି । ତାଙ୍କ ପାଖରେ ସିବିଆଇ ଇଡି ଅଛି ତଦନ୍ତ ନକରି ଚୁପ କାହିଁକି ଅଛନ୍ତି । ମୁଖ୍ୟମନ୍ତ୍ରୀ ଶସ୍ତା ବିବୃତ୍ତି ରଖନ୍ତୁ । ତେଣୁ ମୁଖ୍ୟମନ୍ତ୍ରୀ ରଖୁଥିବା ବିବୃତ୍ତିକୁ ବାଦ ଦିଆଯାଉ । ମୁଖ୍ୟମନ୍ତ୍ରୀ ବିବୃତ୍ତି ରଖନ୍ତୁ କେଉଁ ସଂସ୍ଥା ଲଗେଇକି ସେ ତଦନ୍ତ କରି ଏହି ତଥ୍ୟ ପାଇଲେ ବୋଲି ପ୍ରମିଳା ମଲ୍ଲିକ କହିଛନ୍ତି ।