24.1 C
Bhubaneswar
Tuesday, March 24, 2026
Homeଓଡିଶାଚାଷୀ ସଚେତନତା ନିମନ୍ତେ ବୁଲିଲା ପ୍ରଚାର ରଥ 

ଚାଷୀ ସଚେତନତା ନିମନ୍ତେ ବୁଲିଲା ପ୍ରଚାର ରଥ 

ଯାଜପୁର:  ଶୁକ୍ରବାର ଜିଲ୍ଲା ପ୍ରଶାସନ ଯାଜପୁର ଓ ନିୟନ୍ତ୍ରିତ ବଜାର କମିଟି ଯାଜପୁର ଆନୁକୁଲ୍ୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଦୁଇଗୋଟି ଚାଷୀ ସଚେତନତା ରଥ କୁ ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶୁଭେନ୍ଦ୍ର କୁମାର ସାମଲ, ଜିଲ୍ଲା ଯୋଗାଣ ଅଧିକାରୀ ସଲ୍ଲାଉଦ୍ଦିନ ଖାଁ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ, ସମ୍ପାଦକ, ନିୟନ୍ତ୍ରିତ ବଜାର କମିଟି, ଯାଜପୁର, କୃଷ୍ଣ ଚନ୍ଦ୍ର ନାୟକ ଉପସ୍ଥିତ ଥିଲେ। ଏହି ସଚେତନତା ରଥ ଜିଲ୍ଲାର ୧୦ ଗୋଟି ବ୍ଲକ୍ ପରିକ୍ରମା କରି ଧାନର ଏଫ୍.ଏ.କ୍ୟୁୁ ମାନ ସମ୍ପର୍କରେ ଚାଷୀମାନଙ୍କୁ ସଚେତନ କରାଇବ। ଚଳିତ ଖରିଫ ବର୍ଷ ୨୦୨୪-୨୫ ନିମନ୍ତେ ପଞ୍ଜିକୃତ ଚାଷୀଭାଇ ଓ ଭଉଣୀ ମାନଙ୍କ ଠାରୁ ୧୨୮ ଗୋଟି ପ୍ରାଥମିକ କୃଷି ସମବାୟ ସମିତି ଓ ୩୫ ଗୋଟି ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ମାନଙ୍କ ଜରିଆରେ ଧାନକ୍ରୟ କରାଯିବ। ପଞ୍ଜିକୃତ ଚାଷୀ ଭାଇ ଭଉଣୀମାନେ ସଂପୃକ୍ତ ପ୍ରାଥମିକ କୃଷି ସମବାୟ ସମିତି କିମ୍ବା ମହିଳା ସ୍ଵୟଂ ସହାୟକ ଗୋଷ୍ଠୀର ସମ୍ପାଦକ ମାନଙ୍କ ସହ ଯୋଗାଯୋଗ କରି ସେମାନଙ୍କର ପଞ୍ଜିକୃତ ମୋବାଇଲ ଫୋନକୁ ଧାନକ୍ରୟ ସମ୍ବନ୍ଧରେ ଆସିଥିବା ବାର୍ତ୍ତା (ଟୋକନ୍ ନମ୍ବର, ତାରିଖ, ଧାନର ପରିମାଣ ଇତ୍ୟାଦି) ଅନୁସାରେ ନିର୍ଦ୍ଧାରିତ ତାରିଖ ଓ ପରିମାଣ ଅନୁଯାୟୀ ବିକ୍ରିଯୋଗ୍ୟ ବଳକା ଧାନ ବିକ୍ରି କରିବାକୁ ଅନୁରୋଧ। ଧାନ ବ୍ୟବସାୟ ଉପଯୋଗୀ, ଖାଦ୍ୟ ଉପଯୋଗୀ, ଶୁଖିଲା ପରିଷ୍କାର ଏବଂ ଏକ କିସମର ହୋଇଥିବା ଆବଶ୍ୟକ। ଚାଷୀଙ୍କ ସଚେତନତା ନିମନ୍ତେ ପ୍ରତ୍ୟେକ କୃଷି ସମବାୟ ସମିତିକୁ ୧ ଗୋଟି ବ୍ୟାନର ଯୋଗାଇ ଦିଆଯାଇଛି। ଏତଦ୍ ବ୍ୟତୀତ ବ୍ଲକ ଓ ତହସିଲ କାର୍ଯ୍ୟାଳୟ, ଜିଲ୍ଲାର ପ୍ରମୁଖ ସ୍ଥାନମାନଙ୍କରେ ହୋର୍ଡିଂ ଲଗାଯାଇଛି। ରଥ ପରିକ୍ରମଣ ସମୟରେ ଚାଷୀମାନଙ୍କୁ ଲିଫଲେଟ ବଣ୍ଟନ କରାଯାଉଛି। ଜିଲ୍ଲାରେ ଧାନ ସଂଗ୍ରହ ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking