22.1 C
Bhubaneswar
Sunday, February 15, 2026
Homeଓଡିଶାଯାଜପୁର ଠାରେ ସରକାରଙ୍କ ୧୦୦ ଦିନ ପୂର୍ତ୍ତି ଉପଲକ୍ଷେ ପ୍ରଗତିର ନୂତନ ସୂର୍ଯ୍ୟୋଦୟ କାର୍ଯ୍ୟକ୍ରମ

ଯାଜପୁର ଠାରେ ସରକାରଙ୍କ ୧୦୦ ଦିନ ପୂର୍ତ୍ତି ଉପଲକ୍ଷେ ପ୍ରଗତିର ନୂତନ ସୂର୍ଯ୍ୟୋଦୟ କାର୍ଯ୍ୟକ୍ରମ

ଯାଜପୁର : ଶୁକ୍ରବାର କୁସୁମା ପଡିଆ ଯାଜପୁର ଠାରେ ସରକାରଙ୍କ ୧୦୦ ଦିନ ଉପଲକ୍ଷେ ପ୍ରଗତି ର ନୂତନ ସୂର୍ଯ୍ୟୋଦୟ, ୨୦୩୬ ସୁଦ୍ଧା ହେବ ବିକଶିତ ଓଡ଼ିଶାର ଅଭ୍ୟୁଦୟ କାର୍ଯ୍ୟକ୍ରମ ଏବଂ ବିକାଶ ମେଳାର ଶୁଭ ଉଦ୍ ଘାଟନ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଓଡିଶାର ଉଚ୍ଚ ଶିକ୍ଷା, କ୍ରୀଡା ଓ ଯୁବସେବା, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଲେ ଯାଜପୁର ଅଞ୍ଚଳରେ ଖଣିଜ ସଂପଦ, ପ୍ରାକୃତିକ ସଂପଦ ଓ ପର୍ଯ୍ୟଟନ ସ୍ଥଳୀ ଭରପୁର ରହିଛି। ଏହାର ବିନିଯୋଗ ହେଲେ ସମଗ୍ର ବିଶ୍ଵରେ ଯାଜପୁର ଏକ ଐତିହ୍ୟ, ସଂସ୍କୃତି କେନ୍ଦ୍ର ହେବ। ବର୍ତ୍ତମାନ ସାଧାରଣ ଲୋକଟିଏ ମୁଖ୍ୟମନ୍ତ୍ରୀଙ୍କ ପାଖରେ ପହଞ୍ଚି ପାରୁଛି। ଏ ସରକାର ହେଉଛି ଲୋକଙ୍କ ସରକାର ଏହା ଜନ ଭାଗିଦାରୀ ରେ ଚାଲୁଛି। ଓଡ଼ିଶାର ଶାସନ ଓଡ଼ିଆ ଭାଷାରେ ହେବ। ପ୍ରତ୍ୟେକ ଯୋଗ୍ୟ ମା’ ଙ୍କୁ ଆମେ ସୁଭଦ୍ରା ଯୋଜନାରେ ୫୦ ହଜାର ଟଙ୍କା ପ୍ରଦାନ କରିବୁ। ତାହା ଆଜି ସାକାର ହୋଇଛି। ଶ୍ରୀମନ୍ଦିର ପାଇଁ ୫୦୦ କୋଟି କର୍ପସ ପାଣ୍ଠି ଗଠନ କରାଯାଇଛି। ଧାନର ଆଉ ଅଭାବି ବିକ୍ରି ହେବ ନାହିଁ, ଏମ. ଏସ. ପି. ବୃଦ୍ଧି କରାଯାଇ କ୍ଵିଣ୍ଟାଲ ପିଛା ୩୧୦୦ ଟଙ୍କା ଚାଷୀଙ୍କୁ ପ୍ରଦାନ କରାଯିବ। ଏହି ଉତ୍ସବରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଯାଜପୁର ସାଂସଦ ଡା. ରବି ନାରାୟଣ ବେହେରା କହିଲେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଯେଉଁ ସ୍ୱପ୍ନର ଭାରତ ଚିନ୍ତା କରିଛନ୍ତି। ସ୍ବଚ୍ଛତା ଓ ଉତ୍ତର ଦାୟିତ୍ଵ କୁ ପ୍ରାଧାନ୍ୟ ଦେଇଛନ୍ତି। ଆଜି ମୋହନ ସରକାରଙ୍କ ୧୦୦ ଦିନ ପୂର୍ତ୍ତି ପାଳନ କରାଯାଉଛି। ମାତୃଶକ୍ତି, ଯୁବଶକ୍ତି, କୃଷକ ମାନଙ୍କୁ କେନ୍ଦ୍ର ସରକାର ଅଧିକ ପ୍ରାଧାନ୍ୟ ଦେଉଛନ୍ତି। ନିର୍ବାଚନ ପ୍ରତିଶ୍ରୁତି ସମସ୍ତ ପୂରଣ କରାଯାଉଛି। ଏହି ଉତ୍ସବରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବଡ଼ଚଣା ବିଧାୟକ ଶ୍ରୀ ଅମର କୁମାର ନାୟକ କହିଲେ ଏ ସରକାର ଲୋକଙ୍କ ସରକାର। ମୁଖ୍ୟମନ୍ତ୍ରୀ ଲୋକଙ୍କ ସମସ୍ୟା ଶୁଣୁଛନ୍ତି। ପ୍ରଥମ କ୍ୟାବିନେଟ୍ ରେ ଆରାଧ୍ୟ ଦେବତା ଜଗନ୍ନାଥଙ୍କ ଦର୍ଶନ ନିମନ୍ତେ ଚାରିଦୁଆର ଖୋଲାଯାଇଥିଲା ରତ୍ନଭଣ୍ଡାର ଗଣତି ମଣତି କାର୍ଯ୍ୟ ଚାଲିଛି। ସୁଭଦ୍ରା ଯୋଜନାରେ ୧ କୋଟି ମହିଳାଙ୍କୁ ୫୦ ହଜାର ଟଙ୍କା ସହାୟତା ପ୍ରଦାନ କାର୍ଯ୍ୟ ଆରମ୍ଭ ହୋଇଛି। ଏହି ଉତ୍ସବରେ ଧର୍ମଶାଳା ବିଧାୟକ ଶ୍ରୀ ହିମାଂଶୁ ଶେଖର ସାହୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଦିବସରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀ ବିକାଶ ମେଳାକୁ ସମସ୍ତ ଅତିଥି ଙ୍କୁ ସ୍ଵାଗତ କରିଥିଲେ। ଓଡ଼ିଶାର ସର୍ବାଙ୍ଗୀନ ଉନ୍ନତି ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉଦ୍ୟମରେ କାର୍ଯ୍ୟ ଚାଲିଛି। ମା’ ଆଗକୁ ବଢ଼ିଲେ ସମାଜ ଆଗକୁ ବଢିବ। ମାନନୀୟ ପ୍ରଧାନମନ୍ତ୍ରୀ ଗତ ୧୭ ତାରିଖରେ ସୁଭଦ୍ରା ଯୋଜନା ର ଶୁଭାରମ୍ଭ କରିଛନ୍ତି। ଯାଜପୁର ଜିଲ୍ଲାରେ ୪ ଲକ୍ଷ ୧୦ ହଜାର ୫୦୦ ମହିଳା ସୁଭଦ୍ରା ଯୋଜନାରେ ପଞ୍ଜୀକୃତ ହୋଇଛନ୍ତି। ମେଧାବୀ ଛାତ୍ର ଛାତ୍ରୀ ମାନଙ୍କୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରଦାନ କରାଯାଇଛି। ଚାଷୀମାନଙ୍କ ଉନ୍ନତି ନିମନ୍ତେ ଫସଲ ବୀମା ଯୋଜନା, ଡିଜିଟାଲ କ୍ରପ ସର୍ଭେ କରାଯାଉଛି। ଭୂମିହୀନ କୃଷକ, ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ରେ ସହାୟତା ପ୍ରଦାନ କରାଯାଉଛି। “ଏକ ପେଡ ମା’ କେ ନାମ” ଯୋଜନାରେ ୧ କୋଟିରୁ ଉର୍ଦ୍ଧ୍ବ ଜିଲ୍ଲାରେ ବୃକ୍ଷରୋପଣ କରାଯାଇଛି। ଯାଜପୁର ମେଡିକାଲ କଲେଜ୍ ଏହି ବର୍ଷ ଠାରୁ କାର୍ଯ୍ୟକ୍ଷମ ହୋଇଛି। ଏହି ଉତ୍ସବରେ ସୁଭଦ୍ରା ହିତାଧିକାରୀଙ୍କୁ ସହାୟତା ରାଶି, ନିର୍ମାଣ ଶ୍ରମିକଙ୍କୁ ବିବାହ ଇତ୍ୟାଦି ଅନ୍ୟାନ୍ୟ ସହାୟତା ପ୍ରଦାନ କରାଯାଇଥିଲା। ମୁଖ୍ୟ ଅତିଥି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ୍ ସମସ୍ତଙ୍କୁ ସ୍ବଚ୍ଛତା ହିଁ ସେବା ଶପଥ ପାଠ କରାଇଥିଲେ। ସରକାରଙ୍କ ପ୍ରଣୀତ ପ୍ରମୁଖ ଯୋଜନା ପର୍ଯ୍ୟବେଷିତ ଦୃଶ୍ୟ ସ୍ରାବ ଚିତ୍ର ପ୍ରଦର୍ଶନ କରାଯାଇଥିଲା। ଏହା ପରେ ମୁଖ୍ୟ ଅତିଥି ବିକାଶ ମେଳା କୁ ଉଦ୍ ଘାଟନ କରିଥିଲେ। ଏହି ମେଳାରେ ଓରମାସ ର ସ୍ଵୟଂ ସହାୟକ ଗୋଷ୍ଠୀ, ଉତ୍ପାଦକ ଗୋଷ୍ଠୀ ଓ ବିଭିନ୍ନ ବିଭାଗ ପକ୍ଷ ରୁ ପ୍ରଦର୍ଶନୀ ମଣ୍ଡପ ମାନ ଖୋଲିଛି। ପ୍ରାରମ୍ଭରେ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥିମାନେ ସ୍ପୋର୍ଟସ କମ୍ପ୍ଲେକ୍ସରେ ବୃକ୍ଷରୋପଣ କରିଥିଲେ। ପରେ ପରେ ସଂସ୍କୃତି ବିଭାଗ ପକ୍ଷରୁ ଲୋକକଳା ସମ୍ପର୍କୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଏହି ମେଳା ୨୦ ରୁ ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ। ଶେଷରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନବକୃଷ୍ଣ ଜେନା ଧନ୍ୟବାଦ୍ ଅର୍ପଣ କରିଥିଲେ। ଏହି ଉତ୍ସବରେ ସମସ୍ତ ବ୍ଲକ ରୁ ଆସିଥିବା ମହିଳା, ଏମ.ବି.କେ, ସି.ଆର.ପି, ସ୍ଥାନୀୟ ବୁଦ୍ଧିଜୀବୀ, ଜନସାଧାରଣ, ସ୍ଵୟଂ ସହାୟକ ଗୋଷ୍ଠୀ, ଗଣମାଧ୍ୟମ ପ୍ରତିନିଧି ମାନେ ଉପସ୍ଥିତ ଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking