25.1 C
Bhubaneswar
Saturday, December 6, 2025
Homeଓଡିଶାମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ପ୍ରଫୁଲ୍ଲ ଘଡେଇ

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ପ୍ରଫୁଲ୍ଲ ଘଡେଇ

ଯାଜପୁର: ଯାଜପୁର ରୋଡ଼ ସ୍ୱlସ୍ଥ କେନ୍ଦ୍ର କୁ ସବ ଡିଭିଜିନାଲ ହସ୍ପିଟାଲରେ ପରିଣତ କରିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ପତ୍ର ଲେଖିଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀ ତଥା ବରିଷ୍ଠ ରାଜନେତା ଡ଼ଃ ପ୍ରଫୁଲ୍ଲ ଚନ୍ଦ୍ର ଘଡାଇ । ସେ ଲେଖିଛନ୍ତି ଯାଜପୁର ରୋଡ(ବ୍ୟାସନଗର) ଅଞ୍ଚଳରେ ଲୋକ ସଂଖ୍ୟା ପ୍ରତିଦିନ ଦୃତ ବେଗରେ ବୃଦ୍ଧି ପାଇବାରେ ଲାଗିଛି । କଳିଙ୍ଗ ନଗର ଶିଳ୍ପାଞ୍ଚଳ ପ୍ରତିଷ୍ଠା ହେବାପରେ ବ୍ୟବସାୟିକ ପ୍ରତିଷ୍ଠାନ ଏବଂ ବ୍ୟବସାୟିକ କାରବାର ଏଠାରେ ବଢିବାରେ ଲାଗିଛି । ସର୍ବୋପରି ଯାଜପୁର ରୋଡ(ବ୍ୟାସନଗର) ରାଜ୍ୟରେ ଶିଳ୍ପ ବ୍ୟବସାୟ କ୍ଷେତ୍ରରେ ଏକ ପ୍ରମୁଖ ସ୍ଥାନ ଭାବରେ ପରିଚିତ ହୋଇ ସାରିଛି । ଏହି ସହରରେ ରୋଗୀ ସଂଖ୍ୟା ଏବଂ ଦୁର୍ଘଟଣା ମଧ୍ୟ ସମାନ ଭାବରେ ବୃଦ୍ଧି ପାଉଥିବା ବେଳେ ବର୍ଦ୍ଧିତ ଆବଶ୍ୟକତାକୁ ମେଣ୍ଟାଟାଇବା ପାଇଁ ଯାଜପୁର ରୋଡ ସରକାରୀ ହସ୍ପିଟାଲର ସଂପ୍ରସାରଣ ହେଉନାହିଁ । ଡାକ୍ତର ଏବଂ ପାରାମେଡିକାଲ ଷ୍ଟାଫ୍ ସଂଖ୍ୟା ମଧ୍ୟ ଆବଶ୍ୟକ ଅନୁଯାୟୀ ବୃଦ୍ଧି ପାଉନାହିଁ । ବିଭିନ୍ନ ସମୟରେ ସ୍ଥାନୀୟ ଜନସାଧାରଣ ଏବଂ ଜନପ୍ରତିନିଧି ମାନେ ଯାଜପୁର ରୋଡ ଏରିଆ ହସ୍ପିଟାଲର ଉନ୍ନତିକରଣ ପାଇଁ ସରକାରଙ୍କ ନିକଟରେ ଦାବି କରିଚାଲିଛନ୍ତି ।

ଏହି ପରିପ୍ରେକ୍ଷିରେ ବ୍ୟାସନଗରର ଜଣେ ବାସିନ୍ଦା ଭାବରେ ଯାଜପୁର ରୋଡ କ୍ଷେତ୍ରିୟ ହସ୍ପିଟାଲକୁ ଉନ୍ନତିକରଣ କରାଯାଇ ଏକ ସବୁ ଡିଭିଜନାଲ ହସ୍ପିଟାଲ(ଏସଡିଏଚ)ରେ ପରିଣତ କରିବା ସହିତ ଆବଶ୍ୟକୀୟ ସେଶାଲିଷ୍ଠ ଡାକ୍ତର ତଥା ପାରାମେଡିକାଲ ଷ୍ଟାଫ୍ ନିଯୁକ୍ତି ଏବଂ ଆବଶ୍ୟକୀୟ ଗୃହ, ଷ୍ଟାଫ୍ ଚାର୍ଟ୍ ନିର୍ମାଣ ଓ ମେଡିକାଲ ଉପକରଣ ଯୋଗାଇ ଦେବାପାଇଁ ଆପଣଙ୍କର ଦୃଷ୍ଟି ଆକର୍ଷଣ କରୁଅଛି । ସଂପ୍ରତି ରାଜ୍ୟ ସରକାରଙ୍କ ଆର୍ଥିକ ସ୍ଥିତି ସ୍ୱଚ୍ଛଳ ଅଛି ଏବଂ ସରକାରଙ୍କ ସ୍ୱାସ୍ଥ୍ୟ ବଜେଟରେ ପୂର୍ବ ବର୍ଷ ଅପେକ୍ଷା ଅଧିକ ଅର୍ଥ ବ୍ୟୟ ବରାଦ କରାଯାଇଛି । ମାତ୍ର ବ୍ୟାସନଗର ଏବଂ କଳିଙ୍ଗ ନଗର ରାଜ୍ୟର ଶିଳ୍ପ ରାଜଧାନୀ ହୋଇଥିବା ବେଳେ ଚିକିତ୍ସା କ୍ଷେତ୍ରରେ ପଛରେ ପଡିଛି । ତେଣୁ ରୋଗୀ ମାନଙ୍କ ଚିକିତ୍ସା ପାଇଁ ଯାଜପୁର ରୋଡ ଠାରେ ଏକ ଉନ୍ନତ ହସ୍ପିଟାଲ ନିର୍ମାଣ କରିବାର ଆବଶ୍ୟକତା ରହିଛି । ଜିନ୍ଦଲ କମ୍ପାନୀ ଏକ ସମୟରେ ଛୋଟରାୟପୁର ଏବଂ କୁମ୍ଭୀରଗଡ଼ିଆ ଠାରେ ଏକ ସୁପର ସ୍ପେଶିଆଲିଟି ହସ୍ପିଟାଲ ସ୍ଥାପନ କରିବା ପାଇଁ ପରିକଳ୍ପନା କରିଥିଲା ଯାହା ପ୍ରତିଶୃତିରେ ଅଟକି ଯାଇଛି । ଯାଜପୁର ଜିଲ୍ଲାରେ କୌଣସି ସ୍ଥାନରେ ସବ ଡିଭିଜନାଲ ହସ୍ପିଟାଲ ନାହିଁ ।ଦେଣୁ ବ୍ୟାସନଗର ଠାରେ ଥିବା ଯାଜପୁର ରୋଡ ଗୋଷ୍ଠୀ ସ୍ୱlସ୍ଥ କେନ୍ଦ୍ର କୁ ସବ୍‌ ଡିଭିଜନାଲ ହସ୍ପିଟାଲରେ ପରିଣତ କରିବା ସହିତ ଏଠାରେ ଏକ ଟ୍ରମା କେୟାର ସେଣ୍ଟର ପ୍ରତିଷ୍ଠା କରିବାପାଇଁ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗକୁ ଆବଶ୍ୟକୀୟ ନିର୍ଦ୍ଦେଶ ଦେବା ପାଇଁ ଅନୁରୋଧ କରୁଛି ବୋଲି ସେ ଉଲ୍ଲେଖ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking