21.1 C
Bhubaneswar
Friday, February 6, 2026
Homeଓଡିଶାପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ପୂର୍ବତନ ପ୍ରଦେଶ ଯୁବ କଂଗ୍ରେସ ସଭାପତି ସ୍ୱର୍ଗତ ସଂଗ୍ରାମ ଜେନାଙ୍କର...

ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ପୂର୍ବତନ ପ୍ରଦେଶ ଯୁବ କଂଗ୍ରେସ ସଭାପତି ସ୍ୱର୍ଗତ ସଂଗ୍ରାମ ଜେନାଙ୍କର ଜନ୍ମ ଦିବସ ପାଳିତ

ଭୁବନେଶ୍ୱର: ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ପ୍ରଦେଶ ଯୁବ କଂଗ୍ରେସର ସଭାପତି ଶ୍ରୀ ରଣଜିତ ପାତ୍ରଙ୍କ ଅଧ୍ୟକ୍ଷତାରେ ଯୁବ କଂଗ୍ରେସ ପକ୍ଷରୁ ପ୍ରଦେଶ ଯୁବ କଂଗ୍ରେସର ପୂର୍ବତନ ସଭାପତି ସ୍ୱର୍ଗତ ସଂଗ୍ରାମ କେଶରୀ ଜେନାଙ୍କର ଜନ୍ମ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଯୁବ କଂଗ୍ରେସ ପକ୍ଷରୁ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା ଏବଂ ଶ୍ରଦ୍ଧା ଭୋଜନ କାର୍ଯ୍ୟକ୍ରମ ମଧ୍ୟ ହୋଇଥିଲା । କଂଗ୍ରେସ ଭବନ ପ୍ରାଙ୍ଗଣରେ ଦରିଦ୍ର ନାରାୟଣ ସେବା କାର୍ଯ୍ୟକ୍ରମ ମଧ୍ୟ ହୋଇଥିଲା ।

ପିସିସି ସଭାପତି ଶ୍ରୀ ଭକ୍ତ ଚରଣ ଦାସ ରକ୍ତ ଦାନ ଶିବିରକୁ ଉଦ୍‌ଘାଟନ କରି କହିଥିଲେ ଯେ, ପ୍ରଦେଶ ଯୁବ କଂଗ୍ରେସର ପୂର୍ବତନ ସଭାପତି ସଂଗ୍ରାମ କେଶରୀ ଜେନା ଜଣେ ସଂଗ୍ରାମୀ ଯୁବ ନେତା ଥିଲେ । ସେ ପ୍ରଦେଶ ଯୁବ କଂଗ୍ରେସର ପ୍ରଥମ ନିର୍ବାଚିତ ସଭାପତି । ପ୍ରଦେଶ କଂଗ୍ରେସ କମିଟିର ସାଧାରଣ ସମ୍ପାଦକ ଓ ଏ.ଆଇ.ସି.ସି. ସଭ୍ୟ ଭାବରେ ମଧ୍ୟ ସେ ଦାୟିତ୍ୱ ନିର୍ବାହ କରିଛନ୍ତି । ୨୦୧୪ ମସିହାରେ ଭଦ୍ରକ ଲୋକସଭା ଆସନରେ କଂଗ୍ରେସ ପକ୍ଷରୁ ପ୍ରତିଦ୍ୱନ୍ଦିତା କରି ୩ ଲକ୍ଷ ୨୨ ହଜାର ୯୯୭ ଖଣ୍ଡ ଭୋଟ ପାଇଥିଲେ । ବିଜେବି କଲେଜ ଏବଂ ଉତ୍କଳ ବିଶ୍ୱ ବିଦ୍ୟାଳୟରେ ଜଣେ ପ୍ରତିଭାବାନ ଛାତ୍ର ନେତା ଭାବରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ସାରା ରାଜ୍ୟରେ ଏବେ ବି ତାଙ୍କର ବହୁ ଯୁବ ସମର୍ଥକ ଅଛନ୍ତି । କଂଗ୍ରେସ ଦଳର ସେ ଜଣେ ପ୍ରଚଣ୍ଡ ପ୍ରତିଭାଶାଳୀ ସମ୍ଭାବନା ଥିଲେ । ଛାତ୍ର ଓ ଯୁବକ ମାନଙ୍କର ତାଙ୍କ ନେତୃତ୍ୱ ଉପରେ ବିଶ୍ୱସ ଓ ଭରସା ଥିଲା । ଏହି କାର୍ଯ୍ୟକ୍ରମରେ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଥିଲେ ଯେ, କରୋନା ମହାମାରି ଆମ ନିକଟରୁ ଜଣେ ମହାନ ଯୋଦ୍ଧା ଛଡେଇ ନେଲା । ତାଙ୍କର ମାର୍ଜିତ ଆଚରଣ ଓ ଉଚ୍ଚାରଣ, ସରଳତା ଏବଂ ଦଳ ପ୍ରତି ସମର୍ପଣ ଭାବ ରହିଥିଲା । କଂଗ୍ରେସ ଦଳର ସମସ୍ତ ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମରେ ସେ ଅଗ୍ର ଭାଗରେ ରହୁଥିଲେ । ତାଙ୍କ ପରି ଯୁବ ପ୍ରତିଭାର ଅନୁପସ୍ଥିତିକୁ ଦଳ ଉପଲବ୍ଧି କରୁଛି । ସେ ତାଙ୍କର କୃତି ଓ କୀର୍ତ୍ତି ବଳରେ ଆମ ହୃଦୟରେ ବଂଚି ରହିଛନ୍ତି ।

ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ତାରା ପ୍ରସାଦ ବାହିନିପତି, ସୁରେଶ କୁମାର ରାଉତରାୟ, ଅନନ୍ତ ସେଠୀ, ଶିବାନନ୍ଦ ରାୟ, ରମେଶ ଜେନା, ସମୀର ରାଉତରାୟ, ନବଜ୍ୟୋତି ପଟ୍ଟନାୟକ, ମାନସ ଚୌଧୁରୀ, ଜଗନ୍ନାଥ ପଟ୍ଟନାୟକ, ଦେବାଶିଷ ପଟ୍ଟନାୟକ, ପଞ୍ଚାନନ କାନୁନ୍‌ଗୋ, ବିଶ୍ୱଜିତ ଦାସ, ମନୋଜ ରାଉତ, ଜାନକୀବଲ୍ଲଭ ପଟ୍ଟନାୟକ, ମନୋଜ ଜେନା, ୟାସିର ନୱାଜ, ମହମ୍ମଦ ଇମ୍‌ଦାଦ, ମନୋଜ ବିଶ୍ୱାଳ, ମାନସ ଆଚାର୍ଯ୍ୟ, ଅଭିଳାଷ ମାଣିଆ, ଅମରେଶ ପରିଡା, ମିଲନ ପଟ୍ଟନାୟକ, ସ୍ୱାଗତ କର, ଗୋପନ ମାର୍ଥା, ନିହାର ବେହେରା, ଚିନ୍ମୟ ସୁନ୍ଦର ଦାସ, ମହମ୍ମଦ ଗୁଲଫାମ, ଜାଭେଦ ଅକତାର, ଅଭିଜିତ ଜେନା, ଲିପ୍‌ସା ନାୟକ, ଲିଙ୍ଗରାଜ ସାହୁ, ଲିପିକା ପାତ୍ର, ଶୀଳ୍ପିଶ୍ରୀ ହରିଚନ୍ଦନ, ଶ୍ରୁଜନିକା ରାଉତ, ସୁରଜ ରାଉତ, ବଟକୃଷ୍ଣ ରାଉତରାୟ, ବଳରାମ ନନ୍ଦ, ଜଗଦିଶ ଗଜେନ୍ଦ୍ର, ଦେବିପ୍ରସାଦ ଜେନା, କାର୍ତ୍ତିକେଶ୍ୱର କାଣ୍ଡି, ବିରଞ୍ଚି ବାରିକ, ମିହିର ଆଚାର୍ଯ୍ୟ, ବାବୁ ଜେନା, ବିକାଶ ପଶୁପାଳକ, ସଙ୍କୁନା କଅଁର, ସାଗର ପଟ୍ଟନାୟକ, ସ୍ପନ୍ଦନ ସ୍ୱାଇଁ ଓ ଦିଲ୍ଲୀପ ସ୍ୱାଇଁ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking