19.1 C
Bhubaneswar
Friday, February 6, 2026
Homeଦେଶ ବିଦେଶପ୍ରଦୀପ ମହାରଥୀଙ୍କ ପଞ୍ଚମ ଶ୍ରାଦ୍ଧ ବାର୍ଷିକ କାର୍ଯ୍ୟକ୍ରମ

ପ୍ରଦୀପ ମହାରଥୀଙ୍କ ପଞ୍ଚମ ଶ୍ରାଦ୍ଧ ବାର୍ଷିକ କାର୍ଯ୍ୟକ୍ରମ

ପିପିଲି: ପୂର୍ବତନ ମନ୍ତ୍ରୀ ତଥା ପିପିଲିର ଦିବଙ୍ଗତ ବିଧାୟକ ପ୍ରଦୀପ ମହାରଥୀଙ୍କ ପଞ୍ଚମ ଶ୍ରାଦ୍ଧ ବାର୍ଷିକ ପିପିଲି ବାଲିଗାଁ ସ୍ଥିତ ଭକ୍ତ ଦାସିଆ ପୀଠରେ ଅନୁଷ୍ଠିତ ହୋଇଯାଇଛି। ସ୍ବର୍ଗତ ମହାରଥୀଙ୍କ ଧର୍ମପତ୍ନୀ ଡକ୍ଟର ପ୍ରତିଭା ମହାରଥୀଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଉତ୍କଳ ବିଶ୍ୱ ବିଦ୍ୟାଳୟର ପ୍ରାକ୍ତନ କୁଳପତି ବିନାୟକ ରଥ ଓ ମୁଖ୍ୟ ବକ୍ତା ଭାବେ ଭୁବନେଶ୍ଵର ଓୟୁଏଟିର ପ୍ରାକ୍ତନ ଅଧ୍ୟାପକ ପି.ଏନ୍ ଜଗଦେବ ଓ ସମ୍ମାନିତ ଅତିଥି ଭାବେ ପିପିଲି କଲେଜର ପ୍ରାକ୍ତନ ଅଧ୍ୟକ୍ଷ ଡକ୍ଟର ଶିବ ପ୍ରସାଦ ରଥ ପ୍ରମୁଖ ଯୋଗଦେଇଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଆବଲପୁର ଠାରୁ ଦାସିଆ ପୀଠ ପର୍ଯ୍ୟନ୍ତ ଏକ ବିରାଟ ଶୋଭାଯାତ୍ରା ଆସିଥିବା ବେଳେ ପୂର୍ବତନ ବିଧାୟକ ତଥା ପୁତ୍ର ରୁଦ୍ର ପ୍ରତାପ ମହାରଥୀଙ୍କ ସହିତ ଶତାଧିକ ପୁରୁଷ ଓ ମହିଳା ମହାରଥୀ ପ୍ରେମୀମାନେ ସାମିଲ ହୋଇଥିଲେ । ଅତିଥି ମାନଙ୍କ ଦ୍ୱାରା ସ୍ବର୍ଗତ ମହାରଥି ଙ୍କ ଜୀବନୀକୁ ନେଇ “ଅକ୍ଷୟ ପ୍ରଦୀପ” ନାମକ ପୁସ୍ତକ ଉନ୍ମୋଚିତ କରାଯାଇଥିଲା। ପରେ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ହାସଲ କରିଥିବା ଛାତ୍ର/ଛାତ୍ରୀ ଓ ବ୍ୟକ୍ତି ବିଶେଷଙ୍କୁ ପ୍ରଦୀପ ମହାରଥି ସ୍ମୃତି ସଦନ ତରଫରୁ “ପ୍ରଦୀପ ସେବା ସମ୍ମାନ”ରେ ସମ୍ମାନୀତ କରାଯାଇଥିଲା। ଅତିଥିମାନେ ସ୍ବର୍ଗତ ମହାରଥୀଙ୍କ ସ୍ମୃତି ସହିତ ଅଞ୍ଚଳ ପ୍ରତି ଥିବା ତାଙ୍କର ଅବଦାନକୁ ମନେ ପକାଇଥିଲେ। କାର୍ଯକ୍ରମକୁ ଜିଲ୍ଲାପରିଷଦ ସଭ୍ୟ ଧରଣୀଧର ସାହୁ ଓ ଅନ୍ୟମାନେ ପରିଚାଳନା କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking