19.1 C
Bhubaneswar
Wednesday, December 10, 2025
Homeଓଡିଶାନିନ୍ଦୁକ ହଜମ କରିପାରୁନାହାନ୍ତି: ମୁଖ୍ୟମନ୍ତ୍ରୀ

ନିନ୍ଦୁକ ହଜମ କରିପାରୁନାହାନ୍ତି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆନ୍ତର୍ଜାତିକ ମହିଳା ଦିବସରେ ମହିଳାଙ୍କ ବ୍ୟାଙ୍କ ଖାତାକୁ ଗଲା ସୁଭଦ୍ରା ଯୋଜନା ଦ୍ୱିତୀୟ କିସ୍ତି । ବ୍ରହ୍ମପୁର ସମାବେଶରୁ ଟଙ୍କା ବାଣ୍ଟିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । କୋଟିଏରୁ ଅଧିକ ମହିଳା ହିତାଧିକାରୀଙ୍କ ଆକାଉଣ୍ଟକୁ ଡିବିଟି ମାଧ୍ୟମରେ ପଠାଗଲା ୫ ହଜାର କୋଟି ଟଙ୍କାର ଆର୍ଥିକ ସହାୟତା ରାଶି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମ୍ବୋଧନ କରି ପୂର୍ବ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଯେ ପୂର୍ବ ସରକାର କେବଳ ସ୍ଲୋଗାନରେ ଚାଲିଥିଲା । ୨୪ ବର୍ଷର ନବୀନ ସରକାର ସ୍ଲୋଗାନରେ ସୀମିତ ଥିଲା । ୯ ମାସର ଆମ ସରକାର କୋଟିଏ ମହିଳାଙ୍କ ନିକଟରେ ପହଞ୍ଚିଛି ।

ଲକ୍ଷପତି ଦିଦି ସୃଷ୍ଟି କରିବାରେ ଓଡ଼ିଶା ଦେଶରେ ଦ୍ୱିତୀୟ । ନିନ୍ଦୁକମାନେ ଆମ ସଫଳତାକୁ ହଜମ କରିପାରୁନାହାନ୍ତି । ବିରୋଧୀଙ୍କୁ ଟିକେ ହଜମ କରିବା ଔଷଧ ଦେବା ଦରକାର । ପୂର୍ବ ସରକାର ଗରିବଙ୍କ ଦୁଃଖ ବୁଝିପାରିନଥିଲେ । ଏଥିପାଇଁ ଆମ ସରକାର ମୁଖ୍ୟମନ୍ତ୍ରୀ କନ୍ୟାରତ୍ନ ଯୋଜନା କରିଛନ୍ତି । ସମସ୍ତଙ୍କ ଇଚ୍ଛା ଥାଲ ପୁରୀ ଯାଇ ଟିକେ ଜଗନ୍ନାଥଙ୍କୁ ଦର୍ଶନ କରିବା । ଏଥିପାଇଁ ଆମ ସରକାର ଶ୍ରୀଜଗନ୍ନାଥ ଦର୍ଶନ ଯୋଜନା କରିଛନ୍ତି । ସେତେବେଳର ୫-ଟି ସରକାର ଏହାକୁ ବୁଝି ପାରିନଥିଲେ । ଗତ ସରକାର ଇଭେଣ୍ଟ ମ୍ୟାନେଜମେଣ୍ଟ ସରକାର ଥିଲା ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ।

ଏହାଛଡ଼ା ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସୁଭଦ୍ରା ଯୋଜନା ଏବେ ସୁଭଦ୍ରା ବିପ୍ଲବରେ ପରିଣତ ହୋଇଛି । ୨୦୨୭ ସୁଦ୍ଧା ରାଜ୍ୟରେ ୨୫ ଲକ୍ଷ ଲକ୍ଷପତି ଦିଦି ସୃଷ୍ଟି କରିବୁ । ମହିଳା ବିରୋଧୀ ହିଂସାକୁ ବରଦାସ୍ତ କରାଯିବନାହିଁ । ଯିଏ ଏପରି କାର୍ଯ୍ୟ କରିବ ଜେଲର ଚାରିକାନ୍ଥ ଭିତରେ ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଆୟୋଜିତ ଏକ ସ୍ବତନ୍ତ୍ର କାର୍ୟ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୁଇଚ ଟିପି ଏକକାଳୀନ ଟଙ୍କା ପଠାଇଛନ୍ତି। ପ୍ରାୟ ୧ କୋଟି ମହିଳାଙ୍କ ଆକାଉଣ୍ଟକୁ ୫ ହଜାର ଟଙ୍କା ଲେଖାଏ ୫ ହଜାର କୋଟି ଟଙ୍କା ପ୍ରେରଣ କରାଯାଇଛି। ଏହି କାର୍ୟ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସମେତ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ଏବଂ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓଙ୍କ ସମେତ ମନ୍ତ୍ରୀ ପରିଷଦର ସଦସ୍ୟ, ସାଂସଦ ଓ ବିଧାୟକ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking