29.1 C
Bhubaneswar
Tuesday, June 3, 2025
Homeଦେଶ ବିଦେଶବ୍ଲାକ ଆଉଟ ପରେ ଅମୃତସରରେ ଫେରିଲା ବିଜୁଳି

ବ୍ଲାକ ଆଉଟ ପରେ ଅମୃତସରରେ ଫେରିଲା ବିଜୁଳି

ନୂଆଦିଲ୍ଲୀ: ଅମୃତସରରେ ବ୍ଲାକ ଆଉଟ ପରେ ଫେରିଲା ବିଜୁଳି । ଯୁଦ୍ଧର ଘମାଘୋଟ ମଧ୍ୟରେ କରାଯାଇଥିଲା ବ୍ଲାକ ଆଉଟ ।  ନାଗରିକଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯାଇଛି ।  ସୂଚନା ଥାଉକି, ଗତକାଲି ଭାରତ-ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି ଲାଗୁ ହୋଇଥିଲା  । ସନ୍ଧ୍ୟା ୫ଟାରୁ ଅସ୍ତ୍ରବିରତି ଲାଗୁ ହୋଇଥିବା ସୂଚନା ଦେଇଥିଲା ବୈଦେଶିକ ମନ୍ତ୍ରଣାଳୟ । ଯୁଦ୍ଧ ବିରାମ ନେଇ ଆଗୁଆ ପଦକ୍ଷେପ ନେଇଥିଲା ପାକିସ୍ତାନ । ଏନେଇ ପ୍ରଥମେ ଫୋନ କରିଥିଲେ ପାକିସ୍ତାନ ଡିଜିଏମ୍‌ଓ । ଅସ୍ତ୍ରବିରତି ନେଇ ଆଲୋଚନା ହୋଇଥିଲା । ବୈଦେଶିକ ମନ୍ତ୍ରଣାଳୟ ଏନେଇ ସୂଚନା ଦେଇଛି । ମେ’ ୧୨ରେ ଅର୍ଥାତ ଆସନ୍ତା କାଲି ହେବ ପରବର୍ତ୍ତୀ ଆଲୋଚନା । ଏହି ଦିନ ଦୁଇ ଦେଶର ଡିଜିଏମଓ ଆଲୋଚନା କରିବେ, ଏଣୁ ସମସ୍ତ ପ୍ରକାର ସାମରିକ କାର‌୍ୟ୍ୟାନୁଷ୍ଠାନ ବନ୍ଦ ରହିବ । ଭାରତ ସର୍ତ୍ତମୂଳକ ଭାବେ ରାଜି ହୋଇଥିବା ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking