ଭୁବନେଶ୍ୱର: ହଳଦିଆପଦର ବ୍ରିଜ ନିର୍ମାଣକୁ ନେଇ ପୁଣି ପ୍ରଶ୍ନ ଉଠାଇଲେ ସିଦ୍ଧାନ୍ତ ମହାପାତ୍ର । କୌଣସି ଜାଗାରେ ବ୍ରିଜ ନିର୍ମାଣ ଶୈଳୀ ଏପରି ହୁଏ ନାହିଁ । ଯେ କେହି ଦେଖିଲେ ବି କହିବ ଏଥିରେ ତ୍ରୁଟି ରହିଛି । ସର୍ଭିସ ରୋଡ ନକରି ଫ୍ଲାଏଓଭର ସିଧା ଏନଏଚକୁ ଯୋଡାଗଲା । କାହା ସ୍ୱାର୍ଥରେ ଡିଜାଇନ ବଦଳାଗଲା ତଦନ୍ତ କରି ସତ୍ୟାସତ୍ୟ ବାହାରୁ କହିଛନ୍ତି, ସିଦ୍ଧାନ୍ତ ମହାପାତ୍ର ।ଆହୁରି କହିଛନ୍ତି, ସେତେବେଳେ ମୁଁ ସାଂସଦ ଥିଲି, ୩ ଜଣ ପୂର୍ବତନ ମୁଖ୍ୟ ସଚିବଙ୍କୁ ଜଣାଇଛି । ଏନେଇ ତତ୍କାଳୀନ ପୂର୍ତ୍ତ ସଚିବଙ୍କୁ ମଧ୍ୟ ଅବଗତ କରାଇଥିଲି । ୨୦୦୯ରେ ଏନଏଚଏଆଇକୁ ମଧ୍ୟ ନିୟମ ଉଲ୍ଲଙ୍ଘନ ଜଣାଇଥିଲି । ଡିଜାଇନ କିପରି ବଦଳିଲା , ତାହା ପୁଣି ରିଭର୍ସ ହୋଇଗଲା । ଏଥିପାଇଁ ଦାୟୀ କିଏ, କାର୍ଯ୍ୟାନୁଷ୍ଠାନ ହେବା ଦରକାର । ସେତେବେଲେ ସ୍ୱର୍ଗତ ସୂର୍ଯ୍ୟପାତ୍ର ପ୍ରତିନିଧିତ୍ୱ କରୁଥିଲେ , ଆଜି ମୁଁ କରୁଛି । କ୍ଷମତା ବ୍ୟବହାର ବଦଳରେ ଅପବ୍ୟବହାର ହୋଇଛି । ୨୦୦୯ ପରଠାରୁ ଏଟାରେ ଶତାଧିକ ଲୋକଙ୍କ ଜୀବନ ଯାଇଛି, କିଏ ଦାୟୀ । କାହା ସ୍ୱାର୍ଥରେ ହୋଇଛି, ତାହା ତଦନ୍ତ ହେବା ଦରକାର ।










