ନୂଆଦିଲ୍ଲୀ: ଦେଶରେ ଅତି କ୍ଷୀପ୍ର ଗତିରେ କମିଛି ଦ୍ରାରିଦ୍ର୍ୟତା । ବିଶ୍ୱ ବ୍ୟାଙ୍କ ଦ୍ୱାରା ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ ଭାରତରେ ଅତ୍ୟଧିକ ଦାରିଦ୍ର୍ୟ ହାର ୨୦୨୨-୨୩ ବର୍ଷରେ ୫.୩ ପ୍ରତିଶତକୁ ଖସିଛି । ୨୦୧୧-୧୨ରେ ଏହି ହାର ୨୭.୧ ପ୍ରତିଶତ ଥିଲା । ଅର୍ଥାତ ଅତ୍ୟଧିକ ଗରିବି ସୀମାରେଖାରେ ଥିବା ଜନସଂଖ୍ୟା ଏହି ସମୟରେ ୩୪.୪୪ କୋଟିରୁ ସାଢେ ୭ କୋଟିକୁ ହ୍ରାସ ପାଇଛି । ବିଶ୍ୱ ବ୍ୟାଙ୍କ ନିକଟରେ ଦାରିଦ୍ର୍ୟ ସୀମାରେଖା ହାର ଲାଗି ମାନକରେ ସଂଶୋଧନ ଥିଲା । ଦୈନିକ ଆୟ ୨.୧୫ ଡଲାରରୁ ବଢାଇବାକୁ ୩ ଡଲାର କରାଇଥିଲା । ଏହି ମାନଦଣ୍ଡ ଅନୁଯାୟୀ ଦେଶର ପ୍ରାୟ ୨ କୋଟି ଲୋକ ଦାରିଦ୍ର୍ୟ ସୀମାରେଖା ଉପରକୁ ଉଠିଛନ୍ତି । ଗ୍ରାମାଞ୍ଚଳରେ ଦାରିଦ୍ର୍ୟ ହାର ୧୮.୪ ପ୍ରତିଶତରୁ ୨. ୮ ପ୍ରତିଶତକୁ ଖସିଥିବା ବେଳେ ସହରାଞ୍ଚଳରେ ଏହା ୧୦.୭କୁ ୧.୧ ପ୍ରତିଶତକୁ ହ୍ରାସ ପାଇଛି । ଉତ୍ତରପ୍ରଦେଶ , ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ବିହାର ଏବଂ ପଶ୍ଚିମବଙ୍ଗରେ ଦାରିଦ୍ର୍ୟ ହାରରେ ଆଖି ଦୃଷିଆ ପରିବର୍ତ୍ତନ ହୋଇଛି ।