21.1 C
Bhubaneswar
Sunday, January 18, 2026
Homeଓଡିଶାଆଳୁ କିଲୋ ୫୦ଟଙ୍କାକୁ ବୃଦ୍ଧି

ଆଳୁ କିଲୋ ୫୦ଟଙ୍କାକୁ ବୃଦ୍ଧି

କଣ୍ଟିଲୋ: ସମ୍ପ୍ରତି ପୁଣି ଆଳୁ ସମସ୍ୟା ଦେଖାଦେବ ବୋଲି କେତେକ ସମ୍ବାଦପତ୍ରରେ ଖବର ପ୍ରସାରିତ ହେବା ପରେ କଣ୍ଟିଲୋ ବଜାରରେ ମାତ୍ର ଅଧାଘଣ୍ଟା ମଧ୍ୟରେ ପୂର୍ବରୁ ସ୍ଥଗିତ ରଖିଥିବା ଆଳୁ ବ୍ୟବସାୟୀମାନେ କିଲୋ ପିଛା ୩୩ଟଙ୍କାରୁ ୫୦ଟଙ୍କାକୁ ବୃଦ୍ଧି କରିଥିବା ଅଭିଯୋଗ ହୋଇଛି। ସୂଚନାରୁ ପ୍ରକାଶ ଯେ, ପଶ୍ଚିମବଙ୍ଗ ସରକାର ପୁନର୍ବାର ଓଡ଼ିଶାକୁ ଆସୁଥିବା ହଜାର ହଜାର ଆଳୁ ବୋଝେଇ ଟ୍ରକଗୁଡ଼ିକୁ ପଶ୍ଚିମବଙ୍ଗ-ଓଡ଼ିଶା ସୀମାରେ ଜୋର୍ ଜବରଦସ୍ତ ଅଟକାଇ ରଖିଛନ୍ତି। ଏହି ସମ୍ବାଦ ଗତକାଲି ଟିଭି ଓ ବିଭିନ୍ନ ଗଣମାଧ୍ୟମରେ ପ୍ରଚାରିତ ହେବା ପରେ ଏହା କ୍ଷୀପ୍ରଗତିରେ ସବୁଆଡ଼େ ବ୍ୟାପିଯାଇଥିଲା। ଖବର ପ୍ରକାଶ ହେଉ ହେଉ କଣ୍ଟିଲୋର ପରିବା ବ୍ୟବସାୟୀମାନେ ଗତକାଲି ଏବଂ ଆଜି ମଧ୍ୟରେ କୌଣସି ଆଳୁ ବାହାରୁ ନଆଣି ବହୁ ପୂର୍ବରୁ ସଞ୍ଚୟକରି ରଖିଥିବା ଆଳୁର ଦର ହଠାତ୍ କିଲୋ ୩୩ ଟଙ୍କାରୁ ୫୦ଟଙ୍କାକୁ ବୃଦ୍ଧିକରି ବିକ୍ରୟ କରୁଥିବାରୁ ସାଧାରଣ ଜନତା ଓ ଖାଉଟିମାନେ ହନ୍ତସନ୍ତ ହେବା ସହିତ ଘୋର ଅସନ୍ତୋଷ ପ୍ରକାଶ କରିଛନ୍ତି। ଖାଉଟିମାନେ ଏହାର ଦୃଢ଼ ପ୍ରତିବାଦ ମଧ୍ୟ କରିଥିବା ଜଣାଯାଇଛି। ଏ ସମ୍ପର୍କେ ସ୍ଥାନୀୟ ପୁଲିସ ଓ ପ୍ରଶାସନିକ ଅଧିକାରୀମାନେ ନିରବ ରହିଥିବା ଅଭିଯୋଗ ହେଉଛି। ଦର୍‌ଦାମ୍‌କୁ ନିୟନ୍ତ୍ରଣରେ ରଖିବା ତଥା ସାଧାରଣ ଜନତା ଓ ଖାଉଟିମାନଙ୍କୁ ଅତ୍ୟଧିକ ଚଢ଼ା ଦରରେ ଆଳୁ ବିକ୍ରୟ କରୁଥିବା ପରିବା ବ୍ୟବସାୟୀମାନଙ୍କ ଉପରେ ଚଢ଼ଉକରି ତାଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀ ଓ ହଜାର ହଜାର ଖାଉଟି ଦାବି କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking