ଜଳେଶ୍ୱର : ଓଡିଶା ସୀମାରେ ଅଟକିଥିବା ଆଳୁଟ୍ରକ ପଶ୍ଚିମବଙ୍ଗ ଫେରିଗଲା । ଶତାଧିକ ଆଳୁ ଟ୍ରକ ରପ୍ତାନୀ ଅନୁମତି ନପାଇ ପଠକୁ ଫେରିଗଲେ । ସୁନାକଣିଆ ନିକଟରେ ପଶ୍ଚିମବଙ୍ଗ ପୋଲିସ ଅଟକାଇଥିଲା ଆଳୁ ଟ୍ରକ । ସୂଚନା ଯୋଗ୍ୟ, ବୃଦ୍ଧି ପାଇଛି ଆଳୁ ଦର । ପଶ୍ଚିମବଙ୍ଗରୁ ଆଳୁ ଆମଦାନି ହେଉ ନ ଥିବା କାରଣରୁ ଦର ବଢୁଥିବା ବ୍ୟବସାୟୀ କହିଛନ୍ତି । ଏଭଳି ସ୍ଥିତିରେ ପଶ୍ଚିମବଙ୍ଗ-ଓଡ଼ିଶା ସୀମାବର୍ତ୍ତୀ ୪ଟି ରାସ୍ତାରେ ଶତାଧିକ ଆଳୁ ବୋଝେଇ ଟ୍ରକ ଅଟକି ରହିଥିଲା । ଫଳରେ ରାସ୍ତା ଜାମ୍ ହୋଇ ଟ୍ରାଫିକ ସମସ୍ୟା ଦେଖାଦେଇଥିଲା । ଏହିସହିତ ଟ୍ରକ୍ଗୁଡିକୁ ସୋନାକଣିଆ ନିକଟରେ ପଶ୍ଚିମବଙ୍ଗ ପୋଲିସ ଅଟକାଇ ରଖିଥିବା ସୂଚନା ମିଳିଥିଲା ।










