28.1 C
Bhubaneswar
Sunday, September 8, 2024
Homeଓଡିଶାଆଳୁ ସଙ୍କଟ: ମମତାଙ୍କୁ ଚିଠି ଲେଖିଲେ ନବୀନ

ଆଳୁ ସଙ୍କଟ: ମମତାଙ୍କୁ ଚିଠି ଲେଖିଲେ ନବୀନ

ଭୁବନେଶ୍ୱର: ରାଜ୍ୟରେ ଆଳୁ ଦାର ଆକାଶଛୁଆଁ ହୋଇଥିବା ବେଳେ ପଶ୍ଚିମବଙ୍ଗ ଓଡ଼ିଶା ସୀମାରୁ ଆଳୁ ଟ୍ରକ୍ ଫେରାଇ ନେଇଛି । ଏ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଚିଠି ଲେଖିଛନ୍ତି ନବୀନ । ଆଉ ଓଡ଼ିଶାକୁ ଆଳୁ ପଠାଇବାକୁ ଚିଠିରେ ଅନୁରୋଧ କରିଛନ୍ତି ନବୀନ ।

ପଶ୍ଚିମବଙ୍ଗରୁ ପର୍ଯ୍ୟାପ୍ତ ଆଳୁ ଆସୁନଥିବାରୁ ରାଜ୍ୟରେ ଆଳୁର କୃତ୍ରିମ ଅଭାବ ଦେଖାଦେଇଛି । ଫଳରେ ସାଧାରଣ ଲୋକ ହନ୍ତସନ୍ତ ହେଉଛନ୍ତି । ଓଡିଶା-ପଶ୍ଚିମବଙ୍ଗ ସୀମାରେ ୫୦ରୁ ଅଧିକ ଆଳୁ ବୋଝେଇ ଟ୍ରକ ଗତକାଲି ରାତିରୁ ଅଟକି ରହିଛି । ପୂର୍ବରୁ ମଧ୍ୟ ଅନେକ ଥର ଓଡିଶାରେ ଆଳୁ ସଙ୍କଟର ସମାଧାନ ନେଇ ପଶ୍ଚିମବଙ୍ଗ ସହଯୋଗ କରିଛି । ଦୁଇ ରାଜ୍‌ଯ ମଧ୍ୟରେ ସାଂସ୍କୃତିକୁ ସମ୍ପର୍କ ଥିବା ବେଳେ ଦୁଇ ରାଜ୍‌ଯର ବିସିନ୍ଦା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତ ।

ଏହି ଦୃଷ୍ଟରୁ ବର୍ତ୍ତମାନ ସୃଷ୍ଟି ହୋଇଥିବା ଆଳୁ ସଙ୍କଟର ସମାଧାନ ପାଇଁ ନିଜେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କରିବାକୁ ନବୀନ ଅନୁରୋଧ କରିଛନ୍ତି । ରାଜ୍ୟବାସୀଙ୍କ ସ୍ୱାର୍ଥ ଦୃଷ୍ଟିରୁ ଓଡିଶାକୁ ଆଳୁ ଯୋଗାଣ ସ୍ୱାଭାବିକ କରିବାକୁ ମମତାଙ୍କୁ ଅପିଲ କରିଛନ୍ତି ନବୀନ । ବିରୋଧୀ ଦଳ ନେତା ମମତାଙ୍କୁ ଚିଠି ଲେଖିବା ରାଜ୍ୟବାସୀଙ୍କ ପ୍ରତି ତାଙ୍କ ପ୍ରତିଶୃତିବଦ୍ଧତାକୁ ପ୍ରମାଣିତ କରୁଛି ବୋଲି କହିଛନ୍ତି ବିଜେଡି ବିଧାୟକ ସାରଦା ଜେନା । ରାଜ୍ୟବାସୀଙ୍କ ପାଇଁ ଯେବେ ବି କିଛି ସମସ୍ୟା ଆସୁଥିଲା, ମୁଖ୍ୟମନ୍ତ୍ରୀ ଥିବା ସମୟରେ ସେ ନିଜ ବ୍ୟକ୍ତିଗତ ସମ୍ପର୍କ ଆଧାରରେ ଅନ୍ୟ ରାଜ୍ୟ ସହ ଆଲୋଚନା କରୁଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking