22.1 C
Bhubaneswar
Monday, December 2, 2024
Homeଓଡିଶାପୁଣି ଆଳୁ ସଙ୍କଟ, ଗୃହରେ ତାତି ; ସରକାରଙ୍କୁ ଘେରିଲେ ବିରୋଧୀ

ପୁଣି ଆଳୁ ସଙ୍କଟ, ଗୃହରେ ତାତି ; ସରକାରଙ୍କୁ ଘେରିଲେ ବିରୋଧୀ

ଭୁବନେଶ୍ୱର: ରାଜ୍ୟରେ ପୁଣି ଆଳୁ ସଙ୍କଟ। ପଶ୍ଚିମବଙ୍ଗରୁ ଆସୁନାହିଁ ଆଳୁ। ହୁ ହୁ ହୋଇ ବଢ଼ିଚାଲିଛି। ଆଳୁ କିଲୋ ପିଛା ୩୦ ଟଙ୍କା ବୃଦ୍ଧି ପାଇଛି। ଦରବୃଦ୍ଧି ସାଧାରଣ ଖାଉଟିଙ୍କୁ ଚିନ୍ତାରେ ପକାଇଛି। ସରକାରଙ୍କ ଅଦୂରଦର୍ଶିତା ନୀତି ଯୋଗୁଁ ଏଭଳି ସ୍ଥିତି ବୋଲି ବିରୋଧୀ ଅଭିଯୋଗ କରି ସରକାରଙ୍କୁ ଘେରିଥିଲେ। ଫଳରେ ବିଧାନସଭାରେ ଆଳୁ ତାତି ତୀବ୍ର ହୋଇଥିଲା।

ସୋମବାର ବିଧାନସଭା ଶୂନ୍ୟକାଳରେ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଥିଲେ, ଗରିବଙ୍କ ଥାଳିରୁ ରାଜ୍ୟ ସରକାର ଆଳୁ ଛଡ଼ାଇ ନେଇଛନ୍ତି। ଦରଦାମ ନିୟନ୍ତ୍ରଣରେ ରହୁନାହିଁ। ସରକାର କେବଳ କାଗଜ ପତ୍ରରେ ସୀମିତ ରହିଛନ୍ତି। ।ଳୁ ଦର ୩୦ ଟଙ୍କାରୁ ଆସି ୬୦ ଟଙ୍କାରେ ପହଞ୍ଚିଲାଣି। ଖବର କାଗଜରେ ଏକଥା ବାହାରିଥିବା ସତ୍ତ୍ୱେ ମନ୍ତ୍ରୀ କହୁଛନ୍ତି ୩୬ ଟଙ୍କାରେ ଆଳୁ ମିଳୁଛି। ଗରିବ ଲୋକ ହନ୍ତସନ୍ତ ହେଉଛନ୍ତି। ଉତ୍ତରପ୍ରଦେଶରୁ ଟ୍ରେନରେ ଆଳୁ ଆସୁଛି ବୋଲି କୁହାଯାଉଛି। ସରକାର ଲୋକଙ୍କୁ ଶୋଷଣ କରିବା ବନ୍ଦ କରୁନ୍ତୁ। ସରକାର ପରିବର୍ତ୍ତନ ପରେ ଦରଦାମରେ ମଧ୍ୟ ପରିବର୍ତ୍ତନ ହୋଇଛି। ସରକାର ଦର ବୃଦ୍ଧି ରୋକିବା ଦିଗରେ କି ପଦକେ୍‌ଷପ ନେଇଛନ୍ତି ସ୍ପଷ୍ଟିକରଣ ଦିଅନ୍ତୁ। ସେହିପରି ଡବଲ ଇଞ୍ଜିନ କଣ ଖରାପ ହୋଇ ଯାଇଛି କି ବୋଲି ପ୍ରଶ୍ନ କରି ପ୍ରମିଳା କହିଛନ୍ତି ଯେ, କେଉଁ ଇଞ୍ଜିନ ଖରାପ ହୋଇଛି କି ପହଞ୍ଚି ପାରୁନାହିଁ।

କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ଆଳୁ ଦର ବୃଦ୍ଧିକୁ ନେଇ କହିଥିଲେ, ୫ ମାସ ପରେ ମଧ୍ୟ ଆଳୁ ଟ୍ରେନ ଓଡିଶାରେ ପହଞ୍ଚି ପାରିଲା ନାହିଁ। ଡବଲ ଇଞ୍ଜିନ କଣ ପୋଡିଗଲା କି ଆଳୁ ଆସିପାରୁନି। ଆଳୁ ଦର ବୃଦ୍ଧି ସମସ୍ତ ଖବର କାଗଜର ମୁଖ୍ୟ ଖବର ହୋଇଛି। ଦର ବହୁତ ବଢ଼ି ଯାଇଛି। ସରକାର କିଛି କରୁ ନାହାନ୍ତି।ଖାଉଟି ହନ୍ତସନ୍ତ ହେଉଛନ୍ତି। ସରକାର ଦରଦାମ ନିୟନ୍ତ୍ରଣ କରିବାରେ ସମ୍ପୂଣ୍ର୍ଣ ବିଫଳ ହୋଇଛନ୍ତି। କେବଳ ଆଳୁ ନୁହେଁ ସମସ୍ତ ଅତ୍ୟାବଶ୍ୟକ ଜିନିଷର ଦରଦାମ ବଢିଛି। ଏହା ଉପରେ ରୁଲିଂ ଦେବାକୁ ସେ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ବିଜେଡି ସଭ୍ୟ ଗଣେଶ୍ୱର ବେହେରା କହିଛନ୍ତି ଯେ, ରାଜ୍ୟରେ ଦୈନିକ ୪ ହଜାର ମେଟ୍ରିକ ଟନ ଆଳୁ ଦରକାର ଥିବାବେଳେ ୩୦୦ ଟନ କେତେ ଦିନ ଯିବ। ସରକାର ଆଳୁ ସମସ୍ୟାର ସମାଧାନ ପାଇଁ କଣ କରିଛନ୍ତି ସେ ନେଇ ଗୃହରେ ବିବୃତି ଦିଅନ୍ତୁ।

କାରଣ ଦର ବୃଦ୍ଧି ଯୋଗୁ ଖାଉଟି ଆଶଙ୍କିତ ଅବସ୍ଥାରେ ଅଛନ୍ତି। ବିଜେଡି ସଭ୍ୟ ଗୋତମ ବୁଦ୍ଧ ଦାସ କହିଛନ୍ତି ଯେ, ଗରିବ କଂସାରୁ ଏ ସରକାର ଆଳୁ ହଟାଇ ଦେଇଛନ୍ତି। ଦରଦାମ ଏତେ ବଢ଼ି ଯାଇଛି ଯେ ସାଧାରଣ ଖାଉଟି ହନ୍ତସନ୍ତ ହେଉଛନ୍ତି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସହ କଥା ହୋଇଥିବା କହିଥିଲେ। ଆଳୁ ଯୋଗାଣ କାହିଁକି ବନ୍ଦ ହେଲା। ସରକାର ଏହାର ଜବାବ ଦେବା ଦରକାର। ଭାଜପା ସଭ୍ୟ ସିଦ୍ଧାନ୍ତ ମହାପାତ୍ର କହିଲେ ଯେ ଗତ ସରକାର ରାଜ୍ୟରେ ଆଳୁ ମିଶନ କରିଥିଲେ। ତାହା ଫେଲ ମାରିଲା। ସେ ପୁଣି କହିଥିଲେ, ପଶ୍ଚିମବଙ୍ଗ ସୀମାକୁ ମୋ ନିର୍ବାଚନ ମଣ୍ଡଳୀ ଲାଗିଛି। ଆମେ ବ୍ୟାପାରୀ ଓ ଖାଉଟିଙ୍କୁ ଭେଟିଛୁ। ସେମାନଙ୍କର ଏତେ କ୍ରୋଧ ବଢ଼ିଯାଇଛି ଯେ’ ସେମାନେ କହୁଛନ୍ତି ମନ୍ତ୍ରୀ ଆମର ଦେଖା ହେଲେ ଚୋପା ଛାଡ଼ାଇ ଦେବୁ ବୋଲି ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking