17.1 C
Bhubaneswar
Sunday, December 21, 2025
Homeଦେଶ ବିଦେଶପଶ୍ଚିମବଙ୍ଗରେ ଚାଲିଛି ପୋଷ୍ଟର ୱାର୍‌; ବିଜେପି-ଟିଏମ୍‌ସି ଟଣାଓଟରା

ପଶ୍ଚିମବଙ୍ଗରେ ଚାଲିଛି ପୋଷ୍ଟର ୱାର୍‌; ବିଜେପି-ଟିଏମ୍‌ସି ଟଣାଓଟରା

କୋଲକାତା: ଆସନ୍ତା ବର୍ଷ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏହାପୂର୍ବରୁ ପଶ୍ଚିମବଙ୍ଗରେ ରାଜନୈତିକ ମାହୋଲ ବେଶ୍ ସରଗରମ ହୋଇପଡିଛି। ରିପୋର୍ଟ ଅନୁସାରେ ବିରୋଧୀ ଦଳ ବିଜେପି ଏବଂ ଶାସକ ଦଳ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ମଧ୍ୟରେ ଏବେ ପୋଷ୍ଟର ୱାର ଆରମ୍ଭ ହୋଇଯାଇଛି। ଗତ କିଛି ଦିନ ମଧ୍ୟରେ,ବିଜେପି ରାଜ୍ୟର ବିଭିନ୍ନ ସ୍ଥାନରେ ଅନେକ ପୋଷ୍ଟର ଲଗାଇଛି, ଯେଉଁଥିରେ ‘ହିନ୍ଦୁ ହିନ୍ଦୁ ଭାଇ-ଭାଇ, ୨୦୨୬ରେ ବିଜେପି ଚାହିୟେ’ ଭଳି ସ୍ଲୋଗାନ ଲେଖାଯାଇଛି। ଏହି ପୋଷ୍ଟରଗୁଡ଼ିକ ବିଶେଷକରି ହୁଗଲିର ଚିନସୁରା ଏବଂ କୋଲକାତାର କିଛି ଅଞ୍ଚଳରେ ଦେଖାଯାଇଛି। ତେବେ ବିଜେପିର ଏପ୍ରକାର ପୋଷ୍ଟର ଜବାବରେ ଟିଏମ୍‌ସିର ସୋସିଆଲ ମିଡିଆ ଏବଂ ଆଇଟି ସେଲ୍ ନିଜସ୍ୱ ପୋଷ୍ଟର ଜାରି କରିଛି। କୋଲକାତାର ଶ୍ୟାମବଜାରରେ ଲଗାଯାଇଥିବା ଟିଏମ୍‌ସିର ଏହି ପୋଷ୍ଟରଗୁଡ଼ିକ ବିଜେପି ଉପରେ ସିଧାସଳଖ ଆକ୍ରମଣ ବା କଡା ଜବାବ ବୋଲି ଅଭିହିତ କରାଯାଉଛି।

‘ହିନ୍ଦୁମାନେ ଭାଇ, ଗ୍ୟାସ୍ ମୂଲ୍ୟରେ କାହିଁକି କୌଣସି ରିହାତି ନାହିଁ?’ ଭଳି ସ୍ଲୋଗାନ ଲେଖି, ଟିଏମସି ପୋଷ୍ଟର ମାଧ୍ୟମରେ ମୁଦ୍ରାସ୍ଫୀତିକୁ ଏକ ପ୍ରସଙ୍ଗ କରିଛି। ସେହିପରି ଆଉ ଏକ ପୋଷ୍ଟରରେ ଟିଏମ୍‌ସି ଦର୍ଶାଇଛି, ‘ହିନ୍ଦୁ ମାନେ ଭାଇ, କିନ୍ତୁ ବଙ୍ଗଳାରୁ କୌଣସି କ୍ୟାବିନେଟ୍ ମନ୍ତ୍ରୀ କାହିଁକି ନାହିଁ?’ ସିଧାସଳଖ କହିଲେ ଟିଏମ୍‌ସି ପୋଷ୍ଟର ମାଧ୍ୟମରେ ଏହି ବାର୍ତ୍ତା ଦେବାକୁ ଚେଷ୍ଟା କରିଛି ଯେ ବିଜେପି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ କୌଣସି ଠୋସ କାମ କରୁନାହିଁ ବରଂ କେବଳ ହିନ୍ଦୁ ଏକତା ନାମରେ ରାଜନୀତି କରୁଛି। ଟିଏମ୍‌ସି ଏସବୁକୁ ବିଜେପିର ଧ୍ରୁବିକରଣ ରାଜନୀତି ବୋଲି ଦର୍ଶାଇଛି। ଅନ୍ୟପକ୍ଷେ ରାଜନୈତିକ ବିଶ୍ଳେଷକମାନେ ବିଶ୍ୱାସ କରନ୍ତି ଯେ ଆଗାମୀ ମାସଗୁଡ଼ିକରେ ଏହି ପୋଷ୍ଟର ୱାର ଆହୁରି ତୀବ୍ର ହୋଇପାରେ। ବିଜେପି ହିନ୍ଦୁ ଭୋଟ୍ ବ୍ୟାଙ୍କକୁ ନିଜ ଆଡ଼କୁ ଟାଣିବାରେ ବ୍ୟସ୍ତ ଥିବାବେଳେ, ଟିଏମ୍‌ସି ବଙ୍ଗଳା ପ୍ରତି ଅବହେଳା ଏବଂ ମୁଦ୍ରାସ୍ଫୀତି ଭଳି ପ୍ରସଙ୍ଗ ଉଠାଇ ଭାଜପାକୁ ଘେରିବା ପାଇଁ ରଣନୀତି ଉପରେ କାମ କରୁଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking