ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟାକୁ ନେଇ ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୂଚନା ଦେଇଛନ୍ତି । ବାତ୍ୟା ପାଇଁ ସରକାର ସମ୍ପୁର୍ଣ୍ଣ ଅଛନ୍ତି କହିଲେ ମନ୍ତ୍ରୀ ସୁରେଶ ପୂଜାରୀ । ବର୍ତ୍ତମାନ ଉପକୂଳ ଠାରୁ ପ୍ରାୟ ୧୦୦୦ କିମି ଦୂରରେ ସମ୍ଭାବ୍ୟ ବାତ୍ୟା ରହିଛି । ୨୫ ତାରିଖ ପରେ ସ୍ପଷ୍ଟତା ଆସିଲେ ଅନ୍ୟ ପ୍ରସ୍ତୁତି କରାଯିବ । ଓଡିଶା ଅପେକ୍ଷା ତାମିଲନାଡୁରେ ପ୍ରଭାବ ଅଧିକ ରହିପାରେ ବୋଲି ଆକଳନ କରାଯାଇଛି । ବଙ୍ଗୋପସାଗରରେ ୨ଟି ସିଷ୍ଟମ ରହିଛି, ଏକାଠି ହେଲେ ଭୀଷଣ ବାତ୍ୟା ହଇପାରେ । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସ୍ପଷ୍ଟତା ନାହିଁ । ସବୁ ସ୍ଥିତି ଆମେ ପ୍ରସ୍ତୁତ ।










