19.1 C
Bhubaneswar
Wednesday, February 11, 2026
Homeଓଡିଶାଗରିବ ଛାତ୍ରଙ୍କୁ ମାଗଣାରେ ମିଳିବନି ମୋ ସାଇକେଲ

ଗରିବ ଛାତ୍ରଙ୍କୁ ମାଗଣାରେ ମିଳିବନି ମୋ ସାଇକେଲ

ଭୁବନେଶ୍ୱର: ରାଜ୍ୟ ସରକାର ଗୋଟିକୁ ୨୫,୦୦୦ ଟଙ୍କା ଦରରେ କିଣିଥିବା ସାଇକେଲ ମଧ୍ୟରୁ କିଛି ଭାଙ୍ଗିରୁଜି ଯିବା ଫଳରେ ସେଗୁଡିକୁ ମରାମତି ପାଇଁ ଦିଆଯାଇଛି । ତେବେ ଏହି ସାଇକେଲଗୁଡିକୁ ଗରିବ ଛାତ୍ରଛାତ୍ରୀଙ୍କୁ ମାଗଣାରେ ଦେବାପାଇଁ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଯୋଜନା ସ୍ଥିର ହୋଇନଥିବା କହିଛନ୍ତି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡାକ୍ତର କୃଷ୍ଣ ଚନ୍ଦ୍ର ମହାପାତ୍ର । ମୋ ସାଇକେଲ ସଂକ୍ରାନ୍ତରେ ବିଜେପି ବିଧାୟକ ଟଙ୍କଥର ତ୍ରିପାଠୀ ପଚାରିଥିବା ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଡାକ୍ତର ମହାପାତ୍ର କହିଛନ୍ତି ଯେ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ସର୍ବସାଧାରଣଙ୍କ ବ୍ୟବହାର ନିମନ୍ତେ ସ୍ମାର୍ଟ ସିଟି ମିଶନର ନିର୍ଦ୍ଦେଶାବଳୀ ଅନୁସାରେ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡର ପ୍ରସ୍ତାବ ଅନୁଯାୟୀ ଖୋଲା ଟେଣ୍ଡର ଜରିଆରେ ୨୦୧୮ମସିହାରେ ୨୦୦୦ ଟି ସାଇକେଲ କିଣାଯାଇଥିଲା ।

ଗୋଟିଏ ସାଇକେଲର ଦାମ୍‍ ଥିଲା ୨୫,୦୦୦ ଟଙ୍କା । ଏହି ୨ହଜାର ସାଇକେଲ ମଧ୍ୟରୁ ହୀରୋ ୟୁଓନ କମ୍ପାନୀରୁ ୧୦୦୦ ଟି ସାଇକେଲ ଖରିଦ ହୋଇଥିବାବେଳେ ୟୁଲୁ ବାଇକ୍ସ ପ୍ରାଇଭେଟ ଲିମିଟେଡରୁ ୫୦୦ ଟି ଏବଂ ଧରଣୀ ଏଣ୍ଟରପ୍ରାଇଜର୍ସରୁ ୫୦୦ ଟି ସାଇକେଲ କିଣାଯାଇଥିଲା । ଏହି ସାଇକେଲଗୁଡିକୁ ଭୁବନେଶ୍ୱର ସହରର ବିଭିନ୍ନ ସ୍ଥିରୀକୃତ ସ୍ଥାନରେ ସର୍ବସାଧାରଣଙ୍କ ବ୍ୟବହାର ପାଇଁ ରଖାଯାଇଛି । ମରାମତି ପାଇଁ କିଛି ସାଇକେଲକୁ ମରାମତି କେନ୍ଦ୍ରକୁ ପଠାଯାଇଛି । ତେବେ ଏହାକୁ ମାଗଣାରେ ଗରିବ ଛାତ୍ରଛାତ୍ରୀଙ୍କୁ ଦେବାପାଇଁ କୌଣସି ଯୋଜନା ନଥିବା ମନ୍ତ୍ରୀ କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking