25.1 C
Bhubaneswar
Friday, December 19, 2025
Homeଦେଶ ବିଦେଶକାଙ୍ଗାଳ ପାକିସ୍ତାନ କୁଖ୍ୟାତ ଆତଙ୍କୀ ଆଝାରକୁ ଦେବ ୧୪ କୋଟି

କାଙ୍ଗାଳ ପାକିସ୍ତାନ କୁଖ୍ୟାତ ଆତଙ୍କୀ ଆଝାରକୁ ଦେବ ୧୪ କୋଟି

ନୂଆଦିଲ୍ଲୀ: ସୁଧୁରୁନି ପାକିସ୍ତାନ । ନିଜେ କାଙ୍ଗାଳ । ଆଇଏମଏଫ ଆଗରେ ହାତ ପତଉଛି । ହେଲେ ଆତଙ୍କୀ ମସୁଦ ଆଝାରକୁ କାଳେ ୧୪ କୋଟି ଟଙ୍କା ଦେବ ବୋଲି ଘୋଷଣା କରିଛି । ‘ଅପରେସନ୍ ସିନ୍ଦୂର’ ସମୟରେ, ଭାରତ ନଅଟି ଆତଙ୍କବାଦୀ ଆଡ୍ଡାକୁ ଟାର୍ଗେଟ କରି ପାକିସ୍ତାନକୁ ଏକ ଶିକ୍ଷା ଦେଇଥିଲା ଏବଂ ସେଗୁଡ଼ିକୁ ସମ୍ପୂର୍ଣ୍ଣ ଧ୍ୱଂସ କରାଯାଇଥିଲା। ଭାରତର ଏହି ଆକ୍ରମଣରେ ମାସୁଦ ଆଝାରର ପରିବାରର ୧୪ ଜଣ ସଦସ୍ୟ ମଧ୍ୟ ନିହତ ହୋଇଥିବା ସୂଚନା ମିଳିଥିଲା । ଯାହାକୁ ନେଇ ଏବେ ଆଝାରକୁ ସହାୟତା ରାଶି ଦେବ ପାକିସ୍ତାନ ।

ମାସୁଦ ଆଝାର ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦର ପ୍ରତିଷ୍ଠାତା ଏବଂ ସେ ନିଜେ ମୋଷ୍ଟ ୱାଣ୍ଟେଡ୍ ଆତଙ୍କବାଦୀଙ୍କ ତାଲିକାରେ ସାମିଲ। ଏବେ ଖବର ଆସୁଛି ଯେ ପାକିସ୍ତାନ ଭାରତୀୟ ଆକ୍ରମଣରେ ନଷ୍ଟ ହୋଇଥିବା ଆତଙ୍କବାଦୀଙ୍କ ନେଟୱାର୍କକୁ ପୁନଃନିର୍ମାଣ କରିବାକୁ ଚେଷ୍ଟା କରୁଛି। ପାକିସ୍ତାନ ସରକାର ମାସୁଦକୁ ୧୪ କୋଟି ଟଙ୍କା କ୍ଷତିପୂରଣ ଦେଇପାରନ୍ତି । ଏନେଇ ପାକ୍ ସରକାର କ୍ଷତିପୂରଣ ପ୍ୟାକେଜକୁ ଅନୁମୋଦନ କରିଛନ୍ତି । ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ଭାରତ ଦ୍ୱାରା ହୋଇଥିବା ବାୟୁସେନା ଆକ୍ରମଣରେ ମୃତ୍ୟୁବରଣ କରିଥିବା ଲୋକଙ୍କ ପରିବାର ସଦସ୍ୟ (ଆଇନଗତ ଉତ୍ତରାଧିକାରୀ)ଙ୍କ ପାଇଁ ୧ କୋଟି ଟଙ୍କାର କ୍ଷତିପୂରଣ ପ୍ୟାକେଜକୁ ଅନୁମୋଦନ କରିଛନ୍ତି। ଯାହା ଅନୁସାରେ ମାସୁଦ ଆଝାର, ତାର ପରିବାରର ୧୪ ଜଣ ନିହତ ସଦସ୍ୟଙ୍କ ଏକମାତ୍ର ଉତ୍ତରାଧିକାରୀ ଅନୁସାରେ ଏବେ ୧୪ କୋଟି ଟଙ୍କା ପାଇବ ।

ଏଥିସହିତ ସିନ୍ଧ ମୁଖ୍ୟମନ୍ତ୍ରୀ ସୟଦ ମୁରାଦ ଅଲି ଶାହ ମଧ୍ୟ ଏନେଇ ବିଧିବଦ୍ଧ ଘୋଷଣା କରିଛନ୍ତି । ଶୁକ୍ରବାର ଭାରତୀୟ ଆକ୍ରମଣରେ ସିନ୍ଧର ସାତ ଜଣ ଲୋକ ପ୍ରାଣ ହରାଇଥିଲେ ବୋଲି ସେ କହିଛନ୍ତି। ମୃତକଙ୍କୁ ସେ ସେନା ବୋଲି ସମ୍ବୋଧନ କରିବା ସହ ଘୋଟକିରେ ଜଣେ ସାଧାରଣ ନାଗରିକ ମୁଖତାର ଲେଗାରିର ମୃତ୍ୟୁ ହୋଇଥିବା କହିଥିଲେ, ଯାହାଙ୍କ ପାଇଁ ସେ ସହିଦଙ୍କ ପରିବାରକୁ ପ୍ରତ୍ୟେକଙ୍କୁ ୧ କୋଟି ଟଙ୍କା ଏବଂ ଆହତଙ୍କ ପାଇଁ ୧ କୋଟି ଟଙ୍କା କ୍ଷତିପୂରଣ ଘୋଷଣା କରିଛନ୍ତି। ଆତଙ୍କବାଦୀଙ୍କ ପରିବାରକୁ କ୍ଷତିପୂରଣ ଏବଂ ଆତଙ୍କବାଦୀଙ୍କ ଗଡ଼ ପୁନଃସ୍ଥାପିତ କରିବା ପାଇଁ ପାକିସ୍ତାନର ଏହି ପ୍ରୟାସ ଯୋଗୁଁ ଭାରତ ସମେତ ବିଶ୍ୱର ଅନେକ ଦେଶ ଏବେ ଆଶ୍ଚର୍ଯ୍ୟ ଏବଂ ସୁରକ୍ଷାକୁ ନେଇ ଚିନ୍ତିତ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking