26.1 C
Bhubaneswar
Saturday, August 23, 2025
Homeଦେଶ ବିଦେଶପୂଜା ଖେଡ୍‌କରଙ୍କ ଆଗୁଆ ଜାମିନ ଆବେଦନ ଖାରଜ

ପୂଜା ଖେଡ୍‌କରଙ୍କ ଆଗୁଆ ଜାମିନ ଆବେଦନ ଖାରଜ

ନୂଆଦିଲ୍ଲୀ:  ଗିରଫଦାରିକୁ ରୋକିବା ପାଇଁ ପୂର୍ବତନ ଟ୍ରେନି ଆଇଏଏସ ପୂଜା ଖେଡକର କରିଥିବା ଆଗୁଆ ଜାମିନ (ଆଣ୍ଟିସିପେଟାରୀ ବେଲ୍‌) ଆବେଦନକୁ କୋର୍ଟ ଖାରଜ କରିଦେଇଛନ୍ତି । ସିଭିଲ ସର୍ଭିସ ପରୀକ୍ଷାରେ ସିଟ୍ ପାଇବା ପାଇଁ ଜାଲିଆତି କରିବା ମାମଲାରେ ସେ ଗିରଫ ହେବାର ସମ୍ଭାବନା ରହିଛି । ସୁତରାଂ ସେ ଆଗୁଆ ଜାମିନ ଆବେଦନ କରିଥିଲେ । କିନ୍ତୁ କୋର୍ଟ ଆଜି ଏହାକୁ ଖାରଜ କରି ଦେଇଛନ୍ତି । ଗତକାଲି କେନ୍ଦ୍ର ଜନସେବା ଆୟୋଗ (ୟୁପିଏସ୍‌ସି) ତାଙ୍କ ଆଇଏଏସ ପ୍ରାର୍ôଥତ୍ୱକୁ ବାତିଲ କରିଥିଲେ । ଆଜି ନିଜ ଜାମିନ୍ ଆବେଦନ ଉପରେ କୋର୍ଟ ଶୁଣାଣି ସମୟରେ ପୂଜା ଖେଡକର କହିଥିଲେ ଯେ, ଜଣେ ଅଧିକାରୀଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ଅଭିଯୋଗ ଆଣିବା ପାଇଁ ତାଙ୍କୁ ଟାର୍ଗେଟ୍ କରାଯାଇଛି । ଏଥିପାଇଁ ସେ ଆଗୁଆ ବେଲ୍ ଅର୍ଡର ଚାହୁଁଛନ୍ତି । କିନ୍ତୁ ଅଦାଲତ ତାଙ୍କୁ ଜାମିନ ଅର୍ଡର ନ ଦେବା ସହ ସେ ବାରମ୍ବାର ବ୍ୟବସ୍ଥା (ୟୁପିଏସ୍‌ସି)କୁ ଠକି ଆସିଛନ୍ତି ବୋଲି କୋର୍ଟ କହିଛନ୍ତି । ଦିଲ୍ଲୀର ଏକ କୋର୍ଟରେ ଏହି ଶୁଣାଣି କରାଯାଇଛି । ପ୍ରକାଶ, କ୍ଷମତାର ଅପବ୍ୟବହାର ଅଭିଯୋଗରେ ପୂଜା ଖେଡକରଙ୍କୁ ପ୍ରଥମେ ବଦଳି କରାଯାଇଥିଲା । ଏହା ପରେ ତାଙ୍କ ବିରୁଦ୍ଧରେ ସଙ୍ଗୀନ ଅଭିଯୋଗ ଆସିଥିଲା । ସେ ଆଇଏଏସ ହେବା ପାଇଁ ଜାଲ୍ ଓବିସି ଓ ଦିବ୍ୟାଙ୍ଗ ସାର୍ଟିଫିକେଟ ଦାଖଲ କରିଥିବା ଜଣାପଡ଼ିଥିଲା । ଯାଞ୍ଚ ପରେ ଗତକାଲି ପୂଜାଙ୍କ ଆଇଏଏସ ପ୍ରାର୍ଥୀତ୍ୱକୁ ବାତିଲ କରିଦେଇଛି ୟୁପିଏସସି । ଏଥିସହ ତାଙ୍କୁ ୟୁପିଏସ୍‌ସିର କୌଣସି ପ୍ରକାରର ପରୀକ୍ଷା ଓ ଚୟନ ପ୍ରକ୍ରିୟାରୁ ସବୁଦିନ ପାଇଁ ବ୍ୟାନ୍ କରିଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking