32.1 C
Bhubaneswar
Thursday, February 12, 2026
Homeଓଡିଶାପଲିଗ୍ରାଫ ଟେଷ୍ଟ ପ୍ରସଙ୍ଗ; ଆଜି ୫ ପୁଲିସ୍ ଅଧିକାରୀଙ୍କୁ ଗୁଜୁରାଟ ନେବ କ୍ରାଇମ୍‌ବ୍ରାଞ୍ଚ

ପଲିଗ୍ରାଫ ଟେଷ୍ଟ ପ୍ରସଙ୍ଗ; ଆଜି ୫ ପୁଲିସ୍ ଅଧିକାରୀଙ୍କୁ ଗୁଜୁରାଟ ନେବ କ୍ରାଇମ୍‌ବ୍ରାଞ୍ଚ

କଟକ: ଭରତପୁର ଥାନା ଘଟଣାରେ ନିଲମ୍ବିତ ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କ ସମେତ ୫ ପୁଲିସ ଅଧିକାରୀଙ୍କର ହେବ ପଲିଗ୍ରାଫ ଟେଷ୍ଟ ପାଇଁ ଆଜି ଗୁଜରାଟ ଯିବ କ୍ରାଇମବ୍ରାଞ୍ଚ ଟିମ୍‌। ନିଲମ୍ବିତ ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କ ସମେତ ୫ ପୁଲିସ ଅଧିକାରୀଙ୍କର ହେବ ପଲିଗ୍ରାଫ ଟେଷ୍ଟ। ତେବେ ସେଠାରେ ଆସନ୍ତା ସୋମବାର ଶ୍ରୀ ମିଶ୍ରଙ୍କର ପଲିଗ୍ରାଫ, ବ୍ରେନ୍ ମ୍ୟାପିଂ ଓ ନାର୍କୋ ଟେଷ୍ଟ କରାଯିବ ବୋଲି ସୂଚନା ମିଳିଛି। ଟେଷ୍ଟ ରିପୋର୍ଟ ଆସିବା ପରେ କିଏ ସତ ଆଉ କିଏ ମିଛକହୁଛି ତାହା ଜଣା ପଡିବ। ଏଥି ସହିତ ଘଟଣାର ରହସ୍ୟ ଉପରୁ ପରଦା ଉଠିବ। ସୂଚନାଯୋଗ୍ୟ ନିଲମ୍ବିତ ଆଇଆଇସିଙ୍କ ପଲିଗ୍ରାଫ ଟେଷ୍ଟ, ବ୍ରେନ୍ ମ୍ୟାପିଂ ଓ ନାର୍କୋ ଟେଷ୍ଟ ନିମନ୍ତେ ଭୁବନେଶ୍ୱର ଏସ୍‌ଡିଜେଏମ୍ କୋର୍ଟ ପୂର୍ବରୁ ଅନୁମତି ପ୍ରଦାନ କରି ଥିଲା ବେଳେ ଅନ୍ୟ ୪ ଜଣଙ୍କ ପଲିଗ୍ରାଫ ଟେଷ୍ଟ ନିମନ୍ତେ ଗତକାଲି କ୍ରାଇମବ୍ରାଞ୍ଚ ପକ୍ଷରୁ କୋର୍ଟରେ ଆବେଦନ ହୋଇଥିଲା। ଅଦାଲତ କ୍ରାଇମ୍ ବ୍ରାଞ୍ଚର ଏହି ଆବେଦନକୁ ମଞ୍ଜୁର କରିଛନ୍ତି।

 ଏହି ୪ ଅଧିକାରୀଙ୍କ ମଧ୍ୟ ଏହି ଟେଷ୍ଟ କରାଯିବ। ଏହି ଘଟଣାର କେହି ପ୍ରତ୍ୟକ୍ଷଦର୍ଶୀ ନ ଥିବାରୁ ଜଣେ ଏସ୍‌ଆଇଙ୍କୁ ଘଟଣାର ପ୍ରତ୍ୟକ୍ଷଦର୍ଶୀ ତଥା ସାକ୍ଷୀ ଭାବେ ଗ୍ରହଣ କରାଯାଇଥିବାରୁ ତାଙ୍କର ଏହି ଟେଷ୍ଟ କରାଯିବ ନାହିଁ। ନିଲମ୍ବିତ ପୁଲିସ ଅଧିକାରୀମାନେ ଯଦି ଏହି ଟେଷ୍ଟରେ ଅକୃତକାର୍ଯ୍ୟ ହେବେ ତୋହାଲେ ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ଆଶଙ୍କା ରହିଛି। ତେବେ ମିଛ ଧରିବା ପାଇଁ ହେଉଥିବା ଏହି ୩ଟି ପରୀକ୍ଷାର ରିପୋର୍ଟ ଆସିବାପରେ ହିଁ ତଦନ୍ତର ନୂଆ ଦିଗ ଉନ୍ମୋଚିତ ହେବ ବୋଲି କୁହାଯାଉଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking