ବ୍ୟୁରୋ : ଦୀପାବଳି ପରେ ଏବେ ସାରା ଦେଶରେ ଚିନ୍ତାର ବିଷୟ ପାଲଟିଛି କିଭଳି ବାୟୁ ପ୍ରଦୂଷଣରୁ ମୁକ୍ତି ପାଇବା । ସକାଳୁ ସକାଳୁ ବାହାରକୁ ବାହାରି ଦେଖିଲା ପରେ ବିଷାକ୍ତ ବାୟୁରେ ବାୟୁ ମଣ୍ଡଳ ଘେରି ରହିଛି । ସେଣ୍ଟା୍ରାଲ ପଲ୍ୟୁସନ କଣ୍ଟ୍ରୋଲ ବୋର୍ଡ ମୁତାବକ ଶୁକ୍ରବାର ସକାଳେ ଇଣ୍ଡିଆ ଗେଟ ସମେତ ଅନେକ ଅଞ୍ଚଳରେ ବାୟୁ ଗୁଣବତ୍ତାମାନ ୪୦୦ ନିକଟତର ହୋଇଛି । ଦୀପୀବଳି ପରେ ବିଭିନ୍ନ ସ୍ଥାନରେ ଏକ୍ୟୁଆଇ ଖରାପ ଖ୍ନେଣୀରୁ ଅତି ଖରାପ ଖ୍ନେଣୀକୁ ଯାଇଥିବା ବେଳେ ଏହାକୁ ନେଇ ପରିବେଶବିତଙ୍କର ଚିନ୍ତା ବଢିଛି । ଦିଲ୍ଲୀର ୮ଟି ମନିଟରିଂ ଗ୍ଧେସନ ତଥା ନୀରିକ୍ଷଣ କେନ୍ଦ୍ର ରେଡ ଜୋନରେ ରହିଛି । ପ୍ରଦୂଷଣ ନିୟମ ଉଲ୍ଳଂଘନ କଲେ ଗତ ଏକ ମାସ ମଧ୍ୟରେ ୪୭ କୋଟି ଟଙ୍କା ଜରିମାନା ରହିଛି । ଟ୍ରାଫିକ ପୁଲିସ ଡ୍ରାଇଭରମାନଙ୍କ ଉପରେ ୪୭ ହଜାର ଚାଲାଣ କାଟିଛି । ବାୟୁର ମାନ ଯେପରି ନବିଗିଡେ ସେଥିପ୍ରତି ଦୃଷ୍ଟି ଦିଆଯାଇଛି । ନିୟମକୁ କଡାକଡି ପାଳନ ପାଇଁ ବିଭିନ୍ନ ମହଲରେ ଦାବି ମଧଧ ହୋଇଛି ।