31.1 C
Bhubaneswar
Sunday, March 30, 2025
Homeଓଡିଶାବୃଦ୍ଧି ପାଉଛି ପାରଦର ସ୍ତର: ୨୯ ତାରିଖରେ ହିଟ୍‌ ୱେଭ୍‌ ପାଇଁ ସତର୍କତା ଜାରି

ବୃଦ୍ଧି ପାଉଛି ପାରଦର ସ୍ତର: ୨୯ ତାରିଖରେ ହିଟ୍‌ ୱେଭ୍‌ ପାଇଁ ସତର୍କତା ଜାରି

ଭୁବନେଶ୍ୱର : ଖରା ସହ ବୃଦ୍ଧି ପାଉଛି ପାରଦର ସ୍ତର । ୩ ଦିନ ମଧ୍ୟରେ ୨ ରୁ ୪ ଡିଗ୍ରୀ ତାପମାତ୍ରା  ବୃଦ୍ଧି ପାଇବା ସହ ପୁଣି ରାଜ୍ୟରେ ଅସମ୍ଭାଳ ତାତି ଅନୁଭବ ହେବ ।  ୨୯ ତାରିଖରେ  ହିଟ୍ ୱେଭ୍ ପାଇଁ ସତର୍କତା ଜାରି କରାଯାଇଥିବା ବେଳେ ସୋନପୁର ,ବଲାଙ୍ଗୀର, ବୌଦ୍ଧ ,କଳାହାଣ୍ଡି ଓ ସମ୍ବଲପୁର ଏହି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ  ଜାରି କରିଛି ପାଣିପାଗ ବିଭାଗ । ସେହିପରି ୩୦ ତାରିଖରେ ସମାନ ଜିଲ୍ଲାରେ  ହିଟ୍ ୱେଭ୍ ସତର୍କତା ଥିବାବେଳେ ବର୍ଷାର କୌଣସି ସମ୍ଭାବନା ନଥିବା ଆକଳନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ । ସେପଟେ ଆଗାମୀ ୫  ଦିନ ପାଗ ଶୁଖିଲା ରହିବ ।  ବର୍ତ୍ତମାନର ତାପମାତ୍ରା ସ୍ୱାଭାବିକ ତାପମାତ୍ରା ଠାରୁ ୨ ରୁ ୩ ଡିଗ୍ରୀ କମ୍ ରହିଛି ଯାହାକି ଆଗାମୀ ୩  ଦିନ ମଧ୍ୟ ରେ ଧୀରେ ଧୀରେ ବଢିବ । ରାଜ୍ୟର ତାପମାତ୍ରା ୪୦ ଡିଗ୍ରୀ ଟପିବା ସହ କିଛି ସ୍ଥାନରେ ୪୨ ଡିଗ୍ରୀ ଛୁଇଁପାରେ ବୋଲି  ବିଭାଗ  ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking