19.1 C
Bhubaneswar
Tuesday, February 10, 2026
Homeଓଡିଶାତାଳଚେର ପାଇଁ ପ୍ରଦୂଷଣ କଟକଣା

ତାଳଚେର ପାଇଁ ପ୍ରଦୂଷଣ କଟକଣା

-ସନ୍ଧ୍ୟା ୬ରୁ ସକାଳ ୧୦ ମଧ୍ୟରେ ନିର୍ମାଣ କାର୍ଯ୍ୟ ବନ୍ଦ
-ଦିନକୁ ୩ ଥର ପାଣି ସିଞ୍ଚନ ପାଇଁ ପରାମର୍ଶ
-ସହର ଭିତରକୁ ଭାରୀଯାନ ପ୍ରବେଶ ସମ୍ପୂର୍ଣ୍ଣ ନିଷେଧ
-ଢାବାରେ କୋଇଲା ଜାଳେଣି, ଆବର୍ଜନା ପୋଡ଼ିବା ମନା

ଭୁବନେଶ୍ୱର: ତାଳଚେରରେ ବାୟୁ ପ୍ରଦୂଷଣ ଉତ୍କଟ। ଦିଲ୍ଲୀର ବାୟୁ ପ୍ରଦୂଷଣକୁ ମଧ୍ୟ ଟପି ଯାଇଛି। ବାୟୁ ପ୍ରଦୂଷଣରେ ସାରା ଦେଶରେ ତାଳଚେର ସହର ଏକ ନମ୍ବର ହେବା ପରେ ନିୟନ୍ତ୍ରଣ ପାଇଁ କଡ଼ା ପଦକ୍ଷେପ ଗ୍ରହଣ କରାଯାଇଛି। ପ୍ରଦୂଷଣ ମୁକାବିଲା ପାଇଁ ତାଳଚେରରେ ଲାଗିଛି ୭ ଦିନିଆ କଟକଣା। ପ୍ରଦୂଷଣ ରୋକିବାକୁ ଅନୁଗୁଳ ଜିଲ୍ଲା ପ୍ରଶାସନ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ତାଳଚେର ପୌରାଞ୍ଚଳ ପାଇଁ ଜାରି ହୋଇଛି କଡ଼ା ଗାଇଡଲାଇନ। ଗ୍ରାପ ଷ୍ଟେଜ୍‌-୨ ଗାଇଡ୍ ଲାଇନ୍ ଅନୁସାରେ କଟକଣା ଲାଗିଛି। ସନ୍ଧ୍ୟା ୬ରୁ ସକାଳ ୧୦ ମଧ୍ୟରେ ସମସ୍ତ ନିର୍ମାଣ ବନ୍ଦ ରହିବ। କେବଳ ସେତିକି ନୁହେଁ ଦିନକୁ ୩ ଥର ପାଣି ସିଞ୍ଚନ ପାଇଁ ପୌରପାଳିକା, ଏନ୍‌ଏଚ୍‌ଏଆଇ ଓ ଏମ୍‌ସିଏଲ୍‌କୁ ପରାମର୍ଶ ଦିଆଯାଇଛି। ତାଳଚେର ସହର ଭିତରକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି ଭାରୀ ଯାନ ପ୍ରବେଶ। ଢାବାରେ କୋଇଲା ଜାଳେଣି, ଆବର୍ଜନା ପୋଡ଼ିବା ସମ୍ପୂର୍ଣ୍ଣ ମନା। କୋଇଲା ଓ ପାଉଁଶ ଟ୍ରକ୍ ଉପରେ କଟକଣା ପାଇଁ ଉପଜିଲ୍ଲାପାଳ ଓ ଆରଟିଓକୁ ନିର୍ଦ୍ଦେଶ ଦିଆଯାଇଛି। ଆସନ୍ତା ୭ ଦିନ ପାଇଁ ଗାଇଡଲାଇନ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଅନୁଗୁଳ ଜିଲ୍ଲାପାଳ ପୁଲିସ, ପୌରପାଳିକା, କାର୍ଯ୍ୟନିର୍ବାହୀ ସଂସ୍ଥା ଓ ଆରଟିଓକୁ ନିର୍ଦ୍ଦେଶନାମା ଜାରି କରିଛନ୍ତି। ତାଳଚେର ଓ ଅନୁଗୁଳ ଦେଶର ସବୁଠୁ ପ୍ରଦୂଷିତ ସହର ତାଲିକାରେ ରହିଛି। ଦେଶର ୬ ସହରର ଏକ୍ୟୁଆଇ ସକାଳ ୯ଟା ସୁଦ୍ଧା ୩୦୦ ପାର କରି ଅତି ଖରାପ ସ୍ତରରେ ପହଞ୍ଚିଥିଲା। ଏହି ୬ ସହର ମଧ୍ୟରେ ଓଡ଼ିଶାର ୪ଟି ସହର ରହିଥିଲା। ଅନ୍ୟପକ୍ଷରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଜଣେ ବରିଷ୍ଠ ବୈଜ୍ଞାନିକ କହିଛନ୍ତି ଯେ ଭୁବନେଶ୍ୱରରେ ବିଶେଷ କରି ବିଲଡିଂ ନିର୍ମାଣ ସହିତ ଗାଡି ଚାଳନା ଆଦି ପାଇଁ ପ୍ରଦୂଷଣ ବଢୁଛି । ଏହାର ପ୍ରତିକାର ପାଇଁ ବିଏମସି କିମ୍ବା ଜିଲ୍ଲାସ୍ତରର ଅଧିକାରୀଙ୍କୁ ମଧ୍ୟ ଏହାର ପ୍ରତିକାର ପାଇଁ ଚିଠି କରାଯାଇଛି। ଜଳ ସିିଞ୍ଚନ କରାଯିବା ନେଇ ମଧ୍ୟ ନିର୍ଦେଶ ଦିଆଯାଇଛି ବୋଲି ସେ କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking