ନୂଆଦିଲ୍ଲୀ : ପ୍ରଦୂଷଣ ଓ ପ୍ରଚଣ୍ଡ ତାତି ଭାରତୀୟ ପିଲାଙ୍କୁ ପ୍ରଭାବିତ କରୁଛି । ପିଲାଙ୍କ ସ୍ୱାସ୍ଥ୍ୟ ଓ ଶିକ୍ଷାକୁ ପ୍ରଭାବିତ କରୁଛି କହିଲା ୟୁଏନଆଇସିଇଏଫ । ୨୦୨୪ରେ ୫୪. ୮ ନିୟୁତ ପିଲା ପ୍ରଭାବିତ ହୋଇଛନ୍ତି । ଏଥିସହ ବାତ୍ୟା , ବାନ୍ୟା , ଭୁସ୍ଖଳନ ଦ୍ୱାରା ମଧ୍ୟ ପ୍ରଭାବିତ ହୋଇଛନ୍ତି । ବନ୍ୟା , ବାତ୍ୟାରେ ଘର ଭାଙ୍ଗିବା ଦ୍ୱାରା ପିଲାଙ୍କର ପ୍ରଭୁତ୍ୱ କ୍ଷତି ଘଟୁଛି । କ୍ଲାଇମେଟ ରିସ୍କ ଇଣ୍ଡେକ୍ସରେ ୧୬୩ ରାଷ୍ଟ୍ର ମଧ୍ୟରେ ଭାରତ ୨୬ ତମ ସ୍ଥାନରେ ରହିଛି ।