16.1 C
Bhubaneswar
Tuesday, December 9, 2025
Homeଓଡିଶାଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ସୂଚନା ଭାଗ ନେବେ ରାଜନୀତି ବିଜ୍ଞାନର ଛାତ୍ରଛାତ୍ରୀ

ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ସୂଚନା ଭାଗ ନେବେ ରାଜନୀତି ବିଜ୍ଞାନର ଛାତ୍ରଛାତ୍ରୀ

ଭୁବନେଶ୍ଵର: ରାଜ୍ୟ ସରକାର ପାଳନ କରିବେ ସମ୍ବିଧାନ ହତ୍ୟା ଦିବସ । ଭୁବନେଶ୍ଵର ରେଳ ଅଡିଟୋରିୟମ୍ ପାଳନ ହେବ ରାଜ୍ୟସ୍ତରୀୟ ସମ୍ବିଧାନ ହତ୍ୟା ଦିବସ କାର୍ଯ୍ୟକ୍ରମ । ରାଜନୀତି ବିଜ୍ଞାନର ଛାତ୍ରଛାତ୍ରୀମାନେ ଏହି କାର୍ଯ୍ୟକ୍ରମ ଭାଗ ନେବେ । ଜରୁରୀକାଳୀନ ପରିସ୍ଥିତିରେ ଗିରଫ ହୋଇଥିବା ଗଣତନ୍ତ୍ର ସେନାନିମାନଙ୍କୁ କାର୍ଯ୍ୟକ୍ରମରେ ସମ୍ମାନିତ କରିବେ ମୁଖ୍ୟମନ୍ତ୍ରୀ  । ଏ ନେଇ ସୂଚନା ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ । ସେ ସମୟରେ ଗିରଫ ହୋଇଥିବା ୫୬ ଜଣଙ୍କୁ ସରକାର ପେନସନ୍ ଦେଉଛନ୍ତି ।   ଏହି ପେନସନ୍ ଯୋଜନାରେ ଆହୁରି  ୫୨ଜଣଙ୍କ ନାମ ମଧ୍ୟ ସାମିଲ କରାଯାଇଛି  ।  ଏହାସହ ରାଜ୍ୟ ସରକାରଙ୍କ ପ୍ରୋତ୍ସାହନରେ ଉଚ୍ଚ ଶିକ୍ଷା ବିଭାଗର ଅନେକ ଗୁଡିଏ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ।  ୧୯୭୫ ଜୁନ ୨୫ ମସିହାରେ ସମ୍ବିଧାନକୁ  ହତ୍ୟା କରାଯାଇଥି୍ଲା ବୋଲି  କହିବା ସହିତ  ଏହି ଦିନକୁ ସମ୍ବିଧାନ ହତ୍ୟା ଦିବସ ଭାବେ ପାଳନ କରୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking