18.1 C
Bhubaneswar
Thursday, February 5, 2026
Homeଓଡିଶାନିର୍ବାଚନ ସମୟରେ କୃତ୍ରିମ ବୁଦ୍ଧିମତ୍ତା ସାହାଯ୍ୟରେ ଉତ୍ପନ୍ନ ବିଷୟବସ୍ତୁର ଦାୟିତ୍ୱପୂର୍ଣ୍ଣ ବ୍ୟବହାରକୁ ସୁନିଶ୍ଚିତ କରିବେ ରାଜନୈତିକ...

ନିର୍ବାଚନ ସମୟରେ କୃତ୍ରିମ ବୁଦ୍ଧିମତ୍ତା ସାହାଯ୍ୟରେ ଉତ୍ପନ୍ନ ବିଷୟବସ୍ତୁର ଦାୟିତ୍ୱପୂର୍ଣ୍ଣ ବ୍ୟବହାରକୁ ସୁନିଶ୍ଚିତ କରିବେ ରାଜନୈତିକ ଦଳ

ଭୁବନେଶ୍ୱର: ରାଜନୈତିକ ନେତାମାନଙ୍କୁ ନିର୍ବାଚନ ସମ୍ବନ୍ଧୀୟ ବାର୍ତ୍ତା ଦେଉଥିବା ଦର୍ଶାଇ କୃତ୍ରିମ ଭାବରେ ଉତ୍ପନ୍ନ ସୂଚନାର ଅପବ୍ୟବହାର ହେଉଛି, ଯାହା ନିର୍ବାଚନ ସମୟରେ ରାଜନୈତିକ ଅଭିଯାନର ସ୍ୱଚ୍ଛତା ବଜାୟ ରଖିବା ପାଇଁ ଥିବା ନୀତିନିୟମର ଉଲ୍ଲଂଘନ କରିବା ସହ ସମସ୍ତ ରାଜନୈତିକ ଅଂଶଗ୍ରହଣକାରୀଙ୍କ ପାଇଁ ସମାନ ସୁଯୋଗ ଓ ସମାନ ପରିବେଷ୍ଟନୀ ଉପଲବ୍ଧ କରିବାରେ ବ୍ୟାଘାତ ସୃଷ୍ଟି କରିବା ବିଷୟରେ ଭାରତର ନିର୍ବାଚନ ଆୟୋଗର ଦୃଷ୍ଟିକୁ ଆସିଲା ପରେ ଆୟୋଗ ପରାମର୍ଶକ ଓ ନିର୍ଦ୍ଦେଶାବଳୀ ଜାରି କରିଛି ।ପରାମର୍ଶକ ଅନୁଯାୟୀ, ସୂଚନା ସୃଷ୍ଟି କରିବା, ପରିବର୍ତ୍ତନ କରିବା, ପ୍ରକାଶନ ଏବଂ ପ୍ରସାରଣ କରିବା ପାଇଁ ପ୍ରଯୁକ୍ତିବିଦ୍ୟାର ଅନୁପଯୁକ୍ତ ବ୍ୟବହାର ଏକ ବଡ ଆହ୍ୱାନ, କାରଣ ଏହା ସତ୍ୟ ଭଳି ପ୍ରତ୍ୟୟ ହୁଏ ଏବଂ ଜନସାଧାରଣଙ୍କୁ ଅଜାଣତରେ ଭୁଲ ନିଷ୍ପତ୍ତିକୁ ଟାଣି ନେଇଥାଏ । ନିର୍ବାଚନର ସ୍ୱଚ୍ଛତା ଏବଂ ଭୋଟରଙ୍କ ବିଶ୍ୱାସ ବଜାୟ ରଖିବା ଉପରେ ଆୟୋଗ ସର୍ବାଧିକ ଗୁରୁତ୍ୱ ଦେଇଥାଏ ।

ନିର୍ବାଚନ ପ୍ରକ୍ରିୟାକୁ ପ୍ରଭାବିତ କରିବାର କ୍ଷମତା ରଖୁଥିବା ଡିପ ଫେକ୍ ଏବଂ କୃତ୍ରିମ ଭାବରେ ଉତ୍ପନ୍ନ ବିଷୟବସ୍ତୁ ଦ୍ୱାରା ଉପୁଜୁଥିବା ବର୍ଦ୍ଧିତ ବିପଦକୁ ଦୃଷ୍ଟିରେ ରଖି, ଏତଦ୍ୱାରା ଆୟୋଗ ସମ୍ବିଧାନର ଧାରା ୩୨୪ ଅଧୀନରେ ଥିବା ନିଜର ପୂର୍ଣ୍ଣ କ୍ଷମତାକୁ ପ୍ରୟୋଗ କରି, ନିର୍ବାଚନ ତାଲିକା ପ୍ରସ୍ତୁତି ଏବଂ ନିର୍ବାଚନ ପରିଚାଳନା ପାଇଁ ତଦାରଖ, ନିର୍ଦ୍ଦେଶ ଏବଂ ନିୟନ୍ତ୍ରଣ ସମ୍ବନ୍ଧରେ ସମସ୍ତ ରାଜନୈତିକ ଦଳକୁ IT ନିୟମ, ୨୦୨୧ ଏବଂ ଏହି ସମ୍ବନ୍ଧରେ ଆୟୋଗ ଦ୍ୱାରା ଜାରି କରାଯାଇଥିବା ସମସ୍ତ ନିର୍ଦ୍ଦେଶାବଳୀ ଏବଂ ପରାମର୍ଶର ଅନୁପାଳନ ସୁନିଶ୍ଚିତ କରିବା ପାଇଁ ସେମାନଙ୍କର ଦାୟିତ୍ୱକୁ ପୁନଃସ୍ମରଣ କରାଇ ଦେଉଛନ୍ତି ।

ରାଜନୈତିକ ଦଳ, ପ୍ରାର୍ଥୀ, ଏବଂ ପ୍ରଚାର ପ୍ରତିନିଧିମାନେ ନିମ୍ନଲିଖିତ ନିୟମାବଳୀକୁ ସୁନିଶ୍ଚିତ କରିବେ:
(କ) ପ୍ରଚାର ଉଦ୍ଦେଶ୍ୟରେ ବ୍ୟବହୃତ କିମ୍ବା ପ୍ରସାରିତ ଯେକୌଣସି କୃତ୍ରିମ ଭାବରେ ଉତ୍ପନ୍ନ କିମ୍ବା AI-ପ୍ରବର୍ତ୍ତିତ ଛବି, ଅଡିଓ, କିମ୍ବା ଭିଡିଓରେ “AI-Generated”, “Digitally Enhanced”, କିମ୍ବା “Synthetic Content” ଭଳି ଏକ ସ୍ପଷ୍ଟ, ପ୍ରମୁଖ ଏବଂ ପଠନୀୟ ଲେବଲ୍ ରହିବ, ଯାହା ଦୃଶ୍ୟମାନ ପ୍ରଦର୍ଶନ କ୍ଷେତ୍ରର ଅତି କମରେ ୧୦% (କିମ୍ବା ଅଡିଓ ବିଷୟବସ୍ତୁ ପାଇଁ ପ୍ରାରମ୍ଭିକ ୧୦% ଅବଧି)କୁ ଆବୃତ କରିବ । ଭିଡିଓ ବିଷୟବସ୍ତୁ କ୍ଷେତ୍ରରେ ଲେବଲ୍ ସ୍କ୍ରିନର ଉପର ଭାଗରେ ଏକ ସୁସ୍ପଷ୍ଟ ଅଂଶ ଭାବରେ ରହିବ।
(ଖ) ପ୍ରତ୍ୟେକ ଏହିପରି ବିଷୟବସ୍ତୁରେ ଉତ୍ପାଦନ ପାଇଁ ଦାୟୀ ସଂସ୍ଥାର ନାମ ମେଟାଡାଟା କିମ୍ବା ସଂଲଗ୍ନ କ୍ୟାପସନରେ ପ୍ରମୁଖ ଭାବରେ ଉଲ୍ଲିଖିତ ରହିବ।
(ଗ) ଭୋଟରଙ୍କୁ ବିଭ୍ରାନ୍ତ କିମ୍ବା ପ୍ରତାରଣା କରିବାର ଯୁକ୍ତିଯୁକ୍ତ ସମ୍ଭାବନା ଥିବା ବେଆଇନ ଏବଂ କୌଣସି ବ୍ୟକ୍ତିଙ୍କ ପରିଚୟ, ରୂପ, କିମ୍ବା ସ୍ୱରକୁ ଭୁଲ ଭାବରେ ପ୍ରତିପାଦିତ କରୁଥିବା କୌଣସି ବିଷୟବସ୍ତୁ ପ୍ରକାଶ କିମ୍ବା ଫରୱାର୍ଡ କରାଯିବ ନାହିଁ ।
(ଘ) ଅଫିସିଆଲ୍ ପାର୍ଟି ହ୍ୟାଣ୍ଡେଲରେ ଥିବା କୌଣସି କୃତ୍ରିମ ଭାବରେ ଉତ୍ପନ୍ନ କିମ୍ବା AI-ପରିବର୍ତ୍ତିତ ଛବି, ଅଡିଓ, କିମ୍ବା ଭିଡିଓ, ଭୁଲ ସୂଚନା, କିମ୍ବା ଉପ-ଧାରା ୫(ଗ) ଅଧୀନରେ ଥିବା ହେରଫେର ହୋଇଥିବା ବିଷୟବସ୍ତୁକୁ ଦୃଷ୍ଟିକୁ ଆସିବାର ୩ ଘଣ୍ଟା ମଧ୍ୟରେ ହଟାଇ ଦିଆଯିବ।
(ଙ) ରାଜନୈତିକ ଦଳମାନେ ସୃଷ୍ଟିକର୍ତ୍ତାଙ୍କ ବିବରଣୀ ଏବଂ ଟାଇମଷ୍ଟାମ୍ପ ଭଳି ସମସ୍ତ AI-ଉତ୍ପନ୍ନ ପ୍ରଚାର ସାମଗ୍ରୀର ଆଭ୍ୟନ୍ତରୀଣ ରେକର୍ଡ ରଖିବେ, ଯାହା ECI ମାଗିଲେ ଯାଞ୍ଚ ପାଇଁ ଉପଲବ୍ଧ କରିବେ ।
ଏଠାରେ ଥିବା ନିର୍ଦ୍ଦେଶାବଳୀ ତୁରନ୍ତ ଲାଗୁ ହେବ ଏବଂ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସମସ୍ତ ସାଧାରଣ ଏବଂ ଉପନିର୍ବାଚନ ସମୟରେ ପ୍ରଯୁଜ୍ୟ ରହିବ।

ନିକଟରେ ଅନୁଷ୍ଠିତ ଲୋକସଭା ନିର୍ବାଚନ ୨୦୨୪ ସମୟରେ, ଆୟୋଗ ମାନ୍ୟବର ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ (Writ Petition (C) (PIL) No. 6186 of 2024) ଅବଲୋକନରେ ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମଗୁଡିକର ଦାୟିତ୍ୱପୂର୍ଣ୍ଣ ଏବଂ ନୈତିକତା ପୂର୍ଣ୍ଣ ବ୍ୟବହାର ସମ୍ବନ୍ଧରେ ୦୬.୦୫.୨୦୨୪ ତାରିଖରେ ନିର୍ଦ୍ଦେଶାବଳୀ ଜାରି କରିଥିଲେ। ଏହି ନିର୍ଦ୍ଦେଶାବଳୀରେ ରାଜନୈତିକ ଦଳ ଏବଂ ସେମାନଙ୍କ ପ୍ରତିନିଧିମାନଙ୍କ ଦ୍ୱାରା “ଡିପ୍ ଫେକ” ବ୍ୟବହାର କରି ନିର୍ବାଚନକୁ ବିଭ୍ରାନ୍ତ କରିବାର ସମ୍ଭାବନାକୁ ରୋକିବା ଏବଂ ସାଧାରଣ ନିର୍ବାଚନ ସମୟରେ ଆଦର୍ଶ ଆଚରଣ ବିଧି (MCC) ଅବଧିରେ ରାଜନୈତିକ ଦଳ ଏବଂ ସେମାନଙ୍କ ପ୍ରତିନିଧିମାନଙ୍କ ଦ୍ୱାରା AI-ସୃଷ୍ଟ ବିଭ୍ରାନ୍ତ ବିଷୟବସ୍ତୁର କୌଣସି ଅନୁଚିତ ବ୍ୟବହାରକୁ ଦୃଢ଼ତାର ସହ ଏଡ଼ାଇବା ପାଇଁ ଚେଷ୍ଟା କରାଯାଇଥିଲା। ୦୬.୦୫.୨୦୨୪ ତାରିଖର ନିର୍ଦ୍ଦେଶାବଳୀର ଲିଙ୍କ୍: https://tinyurl.com/3xn7tvde ରେ ଉପଲବ୍ଧ ଅଛି ।

ସମସ୍ତ ରାଜନୈତିକ ଦଳଙ୍କୁ ନିର୍ବାଚନ ପ୍ରଚାରରେ ଆଧୁନିକ ପ୍ରଯୁକ୍ତିବିଦ୍ୟାର ସମୁଚିତ, ସ୍ୱଚ୍ଛ ଏବଂ ଦାୟିତ୍ୱପୂର୍ଣ୍ଣ ବ୍ୟବହାରକୁ ସୁନିଶ୍ଚିତ କରିବା ପାଇଁ ଏହି ପରାମର୍ଶଗୁଡିକୁ ପାଳନ କରିବାକୁ ଅନୁରୋଧ କରାଯାଉଛି । ନିଜ ପ୍ରଚାରରେ ମିଥ୍ୟା ସୂଚନା/ଭୁଲ ସୂଚନା/ଅପସୂଚନା ଦେଉଥିବା କୌଣସି AI-ସୃଷ୍ଟ ବିକୃତ /ବିଭ୍ରାନ୍ତିକର ବିଷୟବସ୍ତୁ ବ୍ୟବହାରରୁ ବିରତ ରୁହନ୍ତୁ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking