33.1 C
Bhubaneswar
Saturday, October 5, 2024
Homeଅପରାଧରାଜନୈତିକ ଶତ୍ରୁତା ନେଲା ଉଗ୍ର ରୂପ ; ଘରେ ପଶି ଯୁବକଙ୍କୁ ହାଣିଲେ

ରାଜନୈତିକ ଶତ୍ରୁତା ନେଲା ଉଗ୍ର ରୂପ ; ଘରେ ପଶି ଯୁବକଙ୍କୁ ହାଣିଲେ

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ପାରିନୁଆଗାଁରେ ଘଟିଛି ଅଭାବନୀୟ ଘଟଣା। ଘରେ ପଶି ଯୁବକଙ୍କୁ ଖଣ୍ଡାରେ ହାଣିଲେ ଦୁବୃର୍ତ୍ତ । ଗୁରୁତର ଅବସ୍ଥାରେ ତାଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି। ଗୁରୁତର ଯୁବକଜଣକ ହେଲେ ପାରିନୁଆଗାଁ ର ଗୋବିନ୍ଦ ପ୍ରଧାନଙ୍କ ପୁଅ ବିପ୍ର ପ୍ରଧାନ । ବିପ୍ର ପ୍ରଧାନ ଘରେ ଥିବା ବେଳେ ହଠାତ ୩ ଦୁବୃର୍ତ୍ତ ତାଙ୍କ ଘରେ ପଶି ଯାଇଥିଲେ। ସେଠାରେ ସେମାନେ ତାଙ୍କୁ ଖଣ୍ଡାରେ ଅତର୍କିତ ଭାବେ ଆକ୍ରମଣ କରିଥିଲେ। ଏଥିଯୋଗୁ ବିପ୍ରଙ୍କ ମୁଣ୍ଡ, ପେଟ ଓ ହାତରେ ଗଭୀର ଆଘାତ ଲାଗିଛି। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଖଲ୍ଲିକୋଟ ଓ ପରେ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି । ରାଜନୈତିକ ଶତ୍ରୁତାକୁ କେନ୍ଦ୍ର କରି ଏହି ସଂଘବଦ୍ଧ ଆକ୍ରମଣ ହୋଇଥିବା ପୁଲିସ ସୂଚନା ଦେଇଛି। ଘଟଣା ସ୍ଥଳରେ ଖଲ୍ଲିକୋଟ ଥାନା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏହି ମାମଲାରେ କାହାକୁ ଗିରଫ କରାଯାଇ ନ ଥିବା ଜଣାଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking