33.1 C
Bhubaneswar
Wednesday, March 18, 2026
Homeଓଡିଶାଆଜି ମହାପ୍ରଭୁଙ୍କ ବନକ ଲାଗି ନୀତି: ୪ ଘଣ୍ଟା ସର୍ବ ସାଧାରଣ ଦର୍ଶନ ବନ୍ଦ

ଆଜି ମହାପ୍ରଭୁଙ୍କ ବନକ ଲାଗି ନୀତି: ୪ ଘଣ୍ଟା ସର୍ବ ସାଧାରଣ ଦର୍ଶନ ବନ୍ଦ

ପୁରୀ: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଆଜି ପବିତ୍ର ବନକ ଲାଗି ନୀତି ଯୋଗୁଁ ଶ୍ରଦ୍ଧାଳୁଙ୍କ ପାଇଁ ସାଧାରଣ ଦର୍ଶନ ଚାରି ଘଣ୍ଟା ପାଇଁ ବନ୍ଦ ରହିବ ।ଏନେଇ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ବୁଧବାର ଚୈତ୍ର କୃଷ୍ଣ ଚତୁର୍ଦ୍ଦଶୀ ତିଥିରେ ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ଏଣୁ ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବା ପରେ ଭକ୍ତଙ୍କ ଲାଗି ସାଧାରଣ ଦର୍ଶନ ବନ୍ଦ ରହିବ । ସନ୍ଧ୍ୟା ୬ଟାରୁ ରାତି ୧୦ଟା ଯାଏଁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ବନକ ଲାଗି ନୀତି ହେଉଛି ଏକ ଅତ୍ୟନ୍ତ ଗୋପନୀୟ ଏବଂ ବିଶେଷ ବିଧି ଯାହା କେବଳ ରତ୍ନ ବେଦୀର ସେବକ ଦତ୍ତ ମହାପାତ୍ରଙ୍କ ଦ୍ୱାରା କରାଯାଇଥାଏ । ଏହି ପୂଜା ସମୟରେ ପ୍ରଭୁ ଜଗନ୍ନାଥ, ପ୍ରଭୁ ବଳଭଦ୍ର, ଦେବୀ ସୁଭଦ୍ରା ଏବଂ ପ୍ରଭୁ ସୁଦର୍ଶନଙ୍କ ପବିତ୍ର ଶ୍ରୀମୁଖମାନଙ୍କୁ , କଙ୍କୁମ, ସୁଗନ୍ଧିତ ପଦାର୍ଥରେ ସଜ୍ଜିତ କରାଯାଏ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking