26.1 C
Bhubaneswar
Tuesday, September 17, 2024
Homeଦେଶ ବିଦେଶପୁଲିସ୍ ବନାମ ପୁଲିସ୍ ଖଣ୍ଡଯୁଦ୍ଧ; ଉଭୟ ପକ୍ଷରୁ ଲାଠିଚାର୍ଜ, ଅନେକ ଗୁରୁତର

ପୁଲିସ୍ ବନାମ ପୁଲିସ୍ ଖଣ୍ଡଯୁଦ୍ଧ; ଉଭୟ ପକ୍ଷରୁ ଲାଠିଚାର୍ଜ, ଅନେକ ଗୁରୁତର

ରାଞ୍ଚି: ଝାଡ଼ଖଣ୍ଡ ରାଜଧାନୀ ରାଞ୍ଚିରେ ଆଜି ପୁଲିସ-ପୁଲିସ୍ ସଂଘର୍ଷ ଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ରିପୋର୍ଟ ଅନୁସାରେ ସେମାନଙ୍କ ବେତନ ବୃଦ୍ଧି ଏବଂ ପୁଲିସ୍ ବିଭାଗରେ ସ୍ଥାୟୀ ନିଯୁକ୍ତି ଦାବିରେ ରାଜ୍ୟର ସହକାରୀ ପୁଲିସ୍ ବିଭାଗର ଶହଶହ ପୁଲିସ୍ କର୍ମୀ ୟୁନିଫର୍ମ ପିନ୍ଧି, ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ଙ୍କ ବାସଭବନ ମୁହାଁ ସାଜିଥିଲେ । ଏହି ସମୟରେ ବିକ୍ଷୋଭକାରୀମାନେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ ଲାଗିଥିବା ବ୍ୟାରିକେଡ୍ ଭାଙ୍ଗି ଧଶେଇ ପସିବାକୁ ଚେଷ୍ଟା କରିଥିଲେ । ତେବେ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ସେଠାରେ ସୁରକ୍ଷା ଦାୟିତ୍ୱରେ ମୁତୟନ ଥିବା ପୁଲିସ୍ ଟିମ୍‌, ବିକ୍ଷୋଭକାରୀ ସହକାରୀ ପୁଲିସ୍ କର୍ମଚାରୀଙ୍କୁ ରୋକିବାକୁ ଶତଚେଷ୍ଟା କରିଥିଲା । ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଯାଉଥିବା ଦେଖି ପୁଲିସ୍ ଟିମ୍‌, ବିକ୍ଷୋଭକାରୀ ପୁଲିସ୍ କର୍ମଚାରୀଙ୍କ ଉପରେ ଲାଠିଚାର୍ଜ କରିଥିଲା । ଅନ୍ୟପକ୍ଷେ ବିକ୍ଷୋଭକାରୀ ସହକାରୀ ପୋଲିସ କର୍ମଚାରୀମାନେ ମଧ୍ୟ ଏହାର ଜବାବରେ ପ୍ରତିପକ୍ଷ ପୁଲିସ୍ କର୍ମଚାରୀଙ୍କ ଉପରେ ଲାଠିଚାର୍ଜ କରିଥିବା ଦେଖାଯାଇଥିଲା । ତେବେ ଆଜିର ଏହି ଅଘଟଣାରେ ଉଭୟ ପକ୍ଷର ଅନେକ ପୁଲିସ୍ କର୍ମଚାରୀ ଗୁରୁତର ଭାବେ ଆହତ ହୋଇଥିବା ସୂଚନା ମିଳିଛି ।
ସୂଚନାଯୋଗ୍ୟ, ରାଞ୍ଚିରେ ପ୍ରାୟ ୧ହଜାରରୁ ଅଧିକ ଆସିଷ୍ଟାଣ୍ଟ ପୁଲିସ୍ କର୍ମଚାରୀ (ସହକାରୀ ପୁଲିସ୍‌) ଆଜି ମୁଖ୍ୟମନ୍ତ୍ରୀଙ୍କ ବାସଭବନ ବାହାରେ ଏକତ୍ରିତ ହୋଇ ବିରୋଧ ପ୍ରଦର୍ଶନ କରିଥିଲେ । ଏହି ସମୟରେ ସେମାନେ ସରକାରଙ୍କ ବିରୋଧରେ ସ୍ଲୋଗାନ ମଧ୍ୟ ଦେଇଥିଲେ । ବିକ୍ଷୋଭକାରୀ ସହକାରୀ ପୁଲିସ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ସେମାନଙ୍କୁ ୨୦୧୭ରେ ନିଯୁକ୍ତି ଦିଆଯାଇଛି । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ସେମାନେ ମାତ୍ର ୧୦ହଜାର ଟଙ୍କା ଦରମା ପାଇଛନ୍ତି । ତେଣୁ ସେମାନଙ୍କୁ ସର୍ବନିମ୍ନ ମଜୁରୀ ଦିଆଯିବା ଉଚିତ୍ ଏବଂ ସେମାନଙ୍କର ଚାକିରି ସ୍ଥାୟୀ ହେବା ଉଚିତ୍ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking