27.1 C
Bhubaneswar
Sunday, March 29, 2026
Homeଦେଶ ବିଦେଶ୫ କେଜି ଆଳୁ’ ଲାଞ୍ଚ ମାଗି ନିଲମ୍ବିତ ହେଲେ ପୁଲିସ୍ ଏସ୍‌ଆଇ

୫ କେଜି ଆଳୁ’ ଲାଞ୍ଚ ମାଗି ନିଲମ୍ବିତ ହେଲେ ପୁଲିସ୍ ଏସ୍‌ଆଇ

ଲକ୍ଷ୍ନୌ: ଜଣେ ପୁଲିସ୍ ଅଧିକାରୀ ହୋଇ ମାତ୍ର ୫ କେଜି ଆଳୁ ଲାଞ୍ଚ ମାଗିବା ଏବଂ ଏହି କାରଣରୁ ତାଙ୍କୁ ଚାକିରି ହରାଇବାକୁ ପଡିବା ଭଳି ଘଟଣା ସାମ୍ନାକୁ ଆସିଛି। ଉତ୍ତର ପ୍ରଦେଶର କନୌଜ ଅଞ୍ଚଳରେ ଘଟିଥିବା ଏହି ଘଟଣାକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା ଜୋର ଧରିିଛି। ରିପୋର୍ଟ ଅନୁସାରେ ସ୍ଥାନୀୟ ସୌରିଖ ପୁଲିସ୍ ଷ୍ଟେସନରେ ସବ୍ ଇନ୍ସପେକ୍ଟର (ଏସ୍‌ଆଇ) ଭାବେ ମୁତୟନ ଥିବା ରାମ କ୍ରିପାଲ ସିଂହ ଏକ ମାମଲାକୁ ରଫାଦଫା କରିବା ପାଇଁ ଜଣେ ଚାଷୀଙ୍କୁ ୫କେଜି ଆଳୁ ଲାଞ୍ଚ ମାଗିଥିଲେ। ଅନ୍ୟପକ୍ଷେ ଚାଷୀଜଣକ ୫ କିଲୋ ଆଳୁ ଦେବାକୁ ଅସମର୍ଥତା ପ୍ରକାଶ କରିବା ସହ ଅତିବେଶୀରେ ୨ କିଲୋ ଆଳୁ ହିଁ ଦେଇପାରିବେ ବୋଲି କହିଥିଲେ। ପରେ ଉଭୟଙ୍କ ମଧ୍ୟରେ ୩ କିଲୋ ଆଳୁ ଦେବାନେବା ପାଇଁ ଡିଲ୍ ଫାଇନାଲ୍ ହୋଇଥିଲା।

ତେବେ ଏସବୁ ବାର୍ତ୍ତାଳାଳର ଅଡିଓ ସାମ୍ନାକୁ ଆସିବା ପରେ ଘଟଣା ସମ୍ପର୍କରେ ଜଣାପଡିଛି। ଅନ୍ୟପକ୍ଷେ ଅଭିଯୁକ୍ତ ପୁଲିସ୍ ଅଧିକାରୀଜଣକ ସତରେ କେବଳ ୫ କିଲୋ ଆଳୁ ମାଗୁଥିଲେ ନା ୫କିଲୋ ଆଳୁକୁ କୋଡ୍‌ୱାର୍ଡ ଭାବେ ବ୍ୟବହାର କରି ସେ ବାସ୍ତବରେ ୫ ଲକ୍ଷ ଟଙ୍କା ଲାଞ୍ଚ ମାଗୁଥିଲେ ସେସମ୍ପର୍କରେ ସତ୍ୟତା ଜଣାପଡିନାହିଁ। କିନ୍ତୁ ଏନେଇ ସୂଚନା ସାମ୍ନାକୁ ଆସିବା ପରେ କନୌଜ ଜିଲ୍ଲା ଏସ୍‌ପି ଅମିତ୍ କୁମାର ଆନନ୍ଦ, ଏସ୍‌ଆଇ ରାମକ୍ରିପାଲ ସିଂହଙ୍କୁ ନିଲମ୍ବିତ କରିଛନ୍ତି। ଏଥିସହ ତାଙ୍କ ବିରୋଧରେ ବିଚାର ବିଭାଗୀୟ ତଦନ୍ତ ମଧ୍ୟ ଆରମ୍ଭ କରିବାକୁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି। ତଦନ୍ତ ହେଲେ ହିଁ ନିଲମ୍ବିତ ଏସଆଇ ଫୋନ୍‌ରେ କଥାବାର୍ତ୍ତା ହେଉଥିବା ବ୍ୟକ୍ତିଜଣକ ପ୍ରକୃତରେ ଜଣେ ଚାଷୀ କି ନୁହେଁ, ସେକଥା ସ୍ପଷ୍ଟ ହୋଇପାରିବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking