15.1 C
Bhubaneswar
Monday, December 8, 2025
Homeଓଡିଶାପୋଲିସ ଏସଆଇ ପରୀକ୍ଷା: ହେଲ୍ପ ଲାଇନ ନମ୍ବର ଜାରି କଲା ଓପିଆରବି

ପୋଲିସ ଏସଆଇ ପରୀକ୍ଷା: ହେଲ୍ପ ଲାଇନ ନମ୍ବର ଜାରି କଲା ଓପିଆରବି

ଭୁବନେଶ୍ୱର: ଏସଆଇ ପରୀକ୍ଷାରେ ଜାଲିଆତିକୁ ନେଇ ହେଲ୍ପ ଲାଇନ ନମ୍ବର ଜାରି କଲା ଓଡିଶା ପୋଲିସ ରିକ୍ରୁଟମେଣ୍ଟ ବୋର୍ଡ । ହେଲ୍ପ ଲାଇନ ନମ୍ବର ୯୦୪୦୪୯୩୨୨୩ । ଯାହାର ଅଭିଯୋଗ ଅଛି ୯୦୪୦୪୯୩୨ରେ ଜଣାଇ ପାରିବେ । ସ୍ୱଚ୍ଛତାର ସହ ସିପିଏସଇ- ୨୦୨୪ ପରୀକ୍ଷା ପାଇଁ ପଦକ୍ଷେପ ନିଆଯାଇଛି । କିଛି ଅସାଧୁ ବ୍ୟକ୍ତି ପରୀକ୍ଷାର୍ଥୀଙ୍କୁ ଭୁଲ ବାଟକୁ ନେବା ଉଦ୍ୟମ ପରେ ତତ୍ପରତା ଦେଖାଦେଇଛି । ଅକ୍ଟୋବର ୫ ଓ ୬ ତାରିଖରେ ସବୁ ଜିଲ୍ଲାରେ ରହିଛି ପୋଲିସ ଏସଆଇ ପରୀକ୍ଷା । ଲାଞ୍ଚ ଦେବା ଓ ନେବାରେ ସଂପୃକ୍ତ ହେଲେ କାର୍ଯ୍ୟାନୁଷ୍ଠାନ ଚେତାବନୀ ଦିଆଯାଇଛି । ଆନ୍ଧ୍ର ଶ୍ରୀକାକୁଲମରେ ଶତାଧିକ ଏସଆଇ ପରୀକ୍ଷା ଆସାୟୀଙ୍କୁ ଧରିଥିଲା ପୋଲିସ । ଏସଆଇ ପରୀକ୍ଷା ପୂର୍ବରୁ ଜାଲିଆତି ପାଇଁ ହାଇଦ୍ରାବାଦ ଯାଉଥିବା ବେଳେ ଧରାପଡିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking