16.1 C
Bhubaneswar
Sunday, December 7, 2025
Homeଓଡିଶାପୁଲିସ ଏସ୍‌ଆଇ ପରୀକ୍ଷା ଜାଲିଆତି: ଆଗୁଆ ଜାମିନ୍‌ ପାଇଁ ଶଙ୍କର ହାଇକୋର୍ଟରେ ଦ୍ୱାରସ୍ଥ

ପୁଲିସ ଏସ୍‌ଆଇ ପରୀକ୍ଷା ଜାଲିଆତି: ଆଗୁଆ ଜାମିନ୍‌ ପାଇଁ ଶଙ୍କର ହାଇକୋର୍ଟରେ ଦ୍ୱାରସ୍ଥ

କଟକ: ପୁଲିସ ଏସ୍‌ଆଇ ପରୀକ୍ଷା ଜାଲିଆତି ଘଟଣାର ମୁଖ୍ୟ ଅଭିଯୁକ୍ତ ତଥା ମାଷ୍ଟର୍‌ମାଇଣ୍ଡ୍‌ କୁହାଯାଉଥିବା ଶଙ୍କର ପୃଷ୍ଟି ଆଗୁଆ ଜାମିନ୍‌ ଆବେଦନ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି । କ୍ରାଇମ୍‌ବ୍ରାଞ୍ଚ୍‌ ପକ୍ଷରୁ ଏହି ଘଟଣାର ତଦନ୍ତ କରାଯାଇ ଶଙ୍କର କେଳେଙ୍କାରୀର ମୁଖ୍ୟ ବୋଲି ଜଣାପଡ଼ିଥିଲା ।

କ୍ରାଇମ୍‌ବ୍ରାଞ୍ଚ୍‌ ତା’ ନାଁରେ ମାମଲା ରୁଜୁ କରିବା ପରେ ସେ ଏପର୍ୟ୍ୟନ୍ତ ଫେରାର ଅଛି । ସମ୍ଭାବ୍ୟ ଗିରଫଦାରୀକୁ ଏଡ଼ାଇବା ଲାଗି ସେ ହାଇକୋର୍ଟରେ ଆଗୁଆ ଜାମିନ୍‌ ଆବେଦନ କରିଛି । ପୁଲିସ ଏସ୍‌ଆଇ ପରୀକ୍ଷା ଟେଣ୍ଡର୍‌ ଜରିଆରେ ପିଏସ୍‌ୟୁ ଆଇଟିଆଇ ଲିମିଟେଡ୍‌ ସଂସ୍ଥାକୁ ଦିଆଯାଇଥିଲା । ଏହି ସଂସ୍ଥା ଭୁବନେଶ୍ୱରର ସିଲିକନ୍‌ ଟେକ୍ନୋଲାବ୍‌କୁ ଓ ସିଲିକନ୍‌ ପକ୍ଷରୁ ଏହି କାମ ପଞ୍ଚସଫ୍ଟକୁ ଦିଆଯାଇଥିଲା । ପଞ୍ଚସଫ୍ଟକୁ ପରୀକ୍ଷା ପରିଚାଳନା ଲାଗି ୩୫ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିଲା । ପଞ୍ଚସଫ୍ଟ ଟେକ୍ନୋଲୋଜି ଲିମିଟେଡ୍‌ର ନିର୍ଦ୍ଦେଶକ ଭାବେ ଶଙ୍କର ପୃଷ୍ଟି କାର୍ୟ୍ୟ କରୁଥିଲା ଯେଉଁଠାରେ ଯାବତୀୟ କେଳେଙ୍କାରୀ ହୋଇଥିବା ଜଣାପଡ଼ିଛି । କ୍ରାଇମ୍‌ବ୍ରାଞ୍ଚ୍‌ ପକ୍ଷରୁ ଇତିମଧ୍ୟରେ ଏହି ମାମଲାରେ ୧୧୪ ଜଣ ଆଶାୟୀ ପ୍ରାର୍ଥୀ, ତିନି ଜଣ ଦଲାଲଙ୍କୁ ଗିରଫ କରାଯାଇଛି । ଶଙ୍କର ଫେରାର ରହିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking