29.1 C
Bhubaneswar
Monday, February 9, 2026
Homeଓଡିଶାଲାଞ୍ଚ ନେଇ ଧରାପଡିଲେ ପୋଲିସ୍ ଏସ୍‌ଆଇ

ଲାଞ୍ଚ ନେଇ ଧରାପଡିଲେ ପୋଲିସ୍ ଏସ୍‌ଆଇ

ବରଗଡ଼: ୭ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡିଲେ ବିଜେପୁର ଥାନା ଏସ୍‌ଆଇ । ଜଣେ କବାଡିଆଙ୍କଠାରୁ ଲାଞ୍ଚ ନେବା ବେଳେ ମାଡିବସିଲା ଭିଜିଲାନ୍ସ ଟିମ୍ । ସୂଚନା ଅନୁସାରେ, ବରଗଡ଼ ଜିଲ୍ଲା ବିଜେପୁର ଥାନାରେ କାର୍ଯ୍ୟରତ ପୋଲିସ ଏସ୍‌ଆଇ ଜଗା ବରିହାସୋମବାର ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ଜଣେ ସ୍କ୍ରାପ ବ୍ୟବସାୟୀଙ୍କଠାରୁ ୭ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ୍‌ ଧରିଛି। ତାଙ୍କ ପାଖରୁ ଲାଞ୍ଚ କାରବାରରେ ବ୍ୟବହୃତ ୭ହଜାର ଟଙ୍କା ଜବତ ହୋଇଛି। ଭିଜିଲାନ୍ସ ବରିହାଙ୍କ ବିଭିନ୍ନ ବାସଭବନରେ ଚଢାଉ ଜାରି ରଖିଛି। ବର୍ତ୍ତମାନ ଚଢ଼ାଉ ଜାରି ରହିଥିବାରୁ ମୋଟ୍‌ ସମ୍ପତ୍ତି ଆକଳନ ହୋଇପାରିନାହିଁ। ଚଢ଼ାଉ ପରେ ସବିଶେଷ ତଥ୍ୟ ଜଣାପଡ଼ିବ ବୋଲି ଜନୈକ ଭିଜିଲାନ୍ସ ଅଧିକାରୀ କହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking